IPL ୨୦୨୨:ଏବି ଡିଭିଲିୟର୍ସ କହିଲେ କଣ ପାଇଁ ନେଲେ ଅବସର! IPL ରେ ଫେରିବାକୁ ନେଇ କହିଦେଲେ ଏହି ବଡ଼ କଥା

ବ୍ୟୁରୋ ରିପୋର୍ଟ:ଦକ୍ଷିଣ ଆଫ୍ରିକାର ଵିସ୍ପୋଟକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ପୂର୍ଵ ବର୍ଷ ନଭେମ୍ବର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଛନ୍ତି। ଏହା ପରେ ସେ ଆଗାମୀ ସିଜନରେ ଆଉ ଆଇପିଏଲ ଖେଳିବେ ନାହିଁ। ୩୭ ବର୍ଷୀୟ ମିଷ୍ଟର ୩୬୦ ନାମରେ ପରିଚିତ ଡିଭିଲିୟର ଏହି ଇଚ୍ଛା ଜଣାଇଛନ୍ତି କି ସେ ଆରସିବିର କୋଚ ରୂପରେ ଯୋଡି ହେବାକୁ ଚାହୁଁଛନ୍ତି। କ୍ରିକେଟରୁ ଅବସର ନେବା ପରେ ଡିଭିଲିୟର୍ସ ଏହା ଉପରେ ଖୋଲିକି କଥା ହୋଇଛନ୍ତି।

Google

ଡିଭିଲିୟର୍ସ ଟାଇମ୍ସ ଲାଇଭ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି,”କ୍ରିକେଟ ସବୁ ବେଳେ ମୋ ପାଇଁ ଆନନ୍ଦ ଦାୟକ ରହିଛି। କିନ୍ତୁ ଆଇପିଏଲରେ ଅନେକ ଦିନ ପର୍ଯ୍ୟନ୍ତ ପରିବାରଠୁ ଦୂରରେ ବାୟୋବବୁଲରେ ରହିବା କଷ୍ଟଦାୟକ ଅଟେ।ଦୁଇଟି ଭାଗରେ ହୋଇଥିବା ଆଇପିଏଲ ୨୦୨୧ ମତେ ଶାରୀରିକ ରୂପରେ କମ ମାନସିକ ରୂପରେ ଅଧିକ ପ୍ରଭାବିତ ହୋଇଥିଲି”। ଆଇପିଏଲ ୨୦୨୧ ଦୁଇଟି ଭାଗରେ ଆୟୋଜନ ହୋଇଥିଲା। ପ୍ରଥମ ଭାଗ ଭାରତରେ ହୋଇଥିବା ବେଳେ ଦ୍ୱିତୀୟ ଭାଗ ୟୁଏଇରେ ହୋଇଥିଲା।

ସେ କହିଛନ୍ତି କି ତାଙ୍କର ସର୍ଵଦା ଖେଳ ପ୍ରତି ଭଲପାଇବା ଥିଲା ଯାହା ତାଙ୍କୁ ଉତ୍ସାହିତ କରିଥିଲା। ଯେଉଁ କ୍ଷଣ ତାଙ୍କୁ ଲାଗିଲା କି ଆଉ କିଛି ପୂର୍ଵ ପରି ନାହିଁ ସେ ଅବସର ନେବାକୁ ଚାହିଁଲେ। ଏହା ପରେ ସେ ବହୁତ ଭାବିଚିନ୍ତି ଫଇସଲା ନେଲେ।

Google

ସେ କହିଛନ୍ତି,”ମୁଁ ନିଜକୁ ସେହି ସ୍ଥାନରେ ପାଇଲି ଯେଉଁଠି ଟିମ ପାଇଁ ରନ ମୁଁ କରିପାରୁନଥିଲି। ଏହା ପରେ ମତେ ଅବସର ନେବାର ଆବଶ୍ୟକତା ଅଛି ବୋଲି ଲାଗିଲା। ମୁଁ ସବୁ ବେଳେ ଖେଳକୁ ଏଞ୍ଜୟ ପାଇଁ ଓ ଉତ୍ସାହିତ ସହିତ ଖେଳିଥାଏ। କିନ୍ତୁ ଯେଉଁ ଭଳି ସବୁକିଛି ଖସି ଚାଲିଲା ମୋ ପାଇଁ ଆଗକୁ ବଢିବାର ଆବଶ୍ୟକ ଥିଲା”।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *