ବ୍ୟୁରୋ ରିପୋର୍ଟ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ଵ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ମୁମ୍ବାଇ ଇଣ୍ଡିଆନ୍ସକୁ ନୂଆ ଅଲରାଉଣ୍ଡର ମିଳିଯାଇଛି। ମୁମ୍ବାଇ ଅକ୍ସନରେ ଏକ ଧୂଆଁଧାର ଅଲରାଉଣ୍ଡରକୁ ଟିମରେ ସାମିଲ କରିଛି ଓ ଏହି ଖେଳାଳି ପୂର୍ବରୁ ଆରସିବି ପଟୁ ମଧ୍ୟ ଖେଳିସାରିଛନ୍ତି। ତେବେ ଆସନ୍ତୁ ଜାଣିବା ମୁମ୍ବାଇର ସେହି ନୂତନ ହାର୍ଦିକ ପାଣ୍ଡ୍ୟାଙ୍କ ବିଷୟରେ।

ମୁମ୍ବାଇ ଇଣ୍ଡିଆନ୍ସ ନିଲାମୀରେ ଅନେକ ଖେଳାଳିଙ୍କୁ କିଣି ନିଜ ଟିମ ପୁରା କରିଦେଇଛି। ଏହା ସହ ମୁମ୍ବାଇ ପୂର୍ଵ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ମଧ୍ୟ ଖୋଜିନେଇଛି। ଅକ୍ସନର ଦ୍ୱିତୀୟ ଦିନ ମୁମ୍ବାଇ ଅଲରାଉଣ୍ଡର ଟିମ ଡେଭିଡଙ୍କ ଉପରେ ମୋଟା ଅଙ୍କ ଖର୍ଚ୍ଚ କରିଛି। ଏହା ମଧ୍ୟ ନିଆଯାଇଛିକି ସେ କେଉଁ ନମ୍ବରରେ ବ୍ୟାଟିଙ୍ଗ କରିବେ। ଟିମ ଦାଭିଡଙ୍କୁ ଦୁନିଆର ବଡ଼ ବଡ଼ ଟି-୨୦ ଲିଗ ଖେଳିବାର ଅନୁଭବ ମଧ୍ୟ ଅଛି କିନ୍ତୁ ସେ ଆଇପିଏଲରେ ପୂର୍ଵ ସିଜନରେ ଖେଳିଥିଲେ ମଧ୍ୟ ତାଙ୍କୁ ଅଧିକ ମୌକା ମିଳିପାରିନାହିଁ।
କିନ୍ତୁ ମୁମ୍ବାଇ ଟିମ ତାଙ୍କୁ ନିଜ ଟିମରେ ସାମିଲ କରିଦେଇଛି। ମୁମ୍ବାଇ ସିଙ୍ଗାପୁରର ଟିମ ଡ଼ାଭିଡଙ୍କୁ ୮.୨୫ କୋଟିରେ କିଣିଛି। ଟିମ ଡାଭିଡଙ୍କର ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କା ଥିଲା। ସେ ଆଇପିଏଲରେ ଗୋଟେ ମ୍ୟାଚ ଖେଳିଛନ୍ତି ଆରସିବି ପଟୁ ଓ ୧ ରନ କରିଛନ୍ତି। ସେ ୬ ନମ୍ବରରେ ବ୍ୟାଟିଙ୍ଗ କରିପାରନ୍ତି ଓ ହାର୍ଦିକଙ୍କ ଯାଗାରେ ମୁମ୍ବାଇକୁ ନୂଆ ଫିନିସର ମିଳିଯାଇଛି। ଡାଭିଡଙ୍କୁ ଅକ୍ସନରେ କିଣିବା ମୁମ୍ବାଇ ପାଇଁ ସହଜ ନଥିଲା କାରଣ ତାଙ୍କୁ କିଣିବା ପାଇଁ ଦିଲ୍ଲୀ ମଧ୍ୟ ରେସରେ ଓହ୍ଲାଇଥିଲା। ଏହା ପରେ କେକେଆର ମଧ୍ୟ ରେସରେ ତାଙ୍କୁ କିଣିବା ପାଇଁ ଓହ୍ଲାଇଥିଲେ। ଡାଭିଡଙ୍କୁ ବିବିଏଲ, ପିବିଏଲ ଓ ଆହୁରି ଅନେକ ଟି-୨୦ ଲିଗ ଖେଳିବାର ଅନୁଭବ ଅଛି।
HISTORY: TIM DAVID SOLD TO MUMBAI INDIANS FOR 8.25 CR. MASSIVE 💯💥
Keep telling me no one watches PSL or takes it seriously, keep telling me this is because of his BBL performances. Lies! #IPLAuction #HBLPSL7
— Farid Khan (@_FaridKhan) February 13, 2022
ଟିମ ଡାଭିଡ ମୁମ୍ବାଇ ଟିମରେ ସାମିଲ ହେବା ଦ୍ଵାରା ମୁମ୍ବାଇର ବ୍ୟାଟିଙ୍ଗ ଅର୍ଡର ମଜବୁତ ହୋଇଯାଇଛି। ଆସନ୍ତୁ ଜାଣିବା ମୁମ୍ବାଇ ଟିମ କିପରି ଅଟେ,ମୁମ୍ବାଇ ଅଧିନାୟକ ରୋହିତ ଶର୍ମା,ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ,କାୟରନ ପୋଲାଡ଼ଙ୍କୁ ରିଟେନ କରିଥିଲା। ଏହା ପରେ ଅକ୍ସନରେ ଇସାନ କିସନ,ହେବଲଡ଼ ଡେଭିଶ,ବାସୀଲ ଥାମ୍ପି,ମୁରଗନ ଅଶ୍ୱିନୀ,ଜୟଦେବ ଉନାଦକତ,ମୟଙ୍କ ମାର୍କଣ୍ଡେ,ତିଲକ ବର୍ମା,ସଂଜୟ ଯାଦବ,ଜୋଫ୍ରା ଆର୍ଚ୍ଚର,ଡେଲିୟଲ ସାମ୍ସ,ଟାଇମଲ ମିଲ୍ସ,ଟିମ ଡେଭିଡ଼,ରିଲେ ମେରିଡିଥ,ମହମ୍ମଦ ଅରସ୍ୱାଦ ଖୁଆନ,ଅନମୋଲପ୍ରୀତି ସିଂହ,ରମନଦୀପ ସିଂହ,ରାହୁଲ ବୁନ୍ଧି,ରିତିକ ସୌକିନ,ଅର୍ଜୁନ ତେନ୍ଦୁଲକରଙ୍କୁ ଟିମରେ ସାମିଲ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।