ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ମେଗା ଅକ୍ସନରେ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶର ଖେଳାଳିଙ୍କ ଉପରେ ବେସି ଦାମ ଲାଗିଲା ତ ସେ ୱେଷ୍ଟଇଣ୍ଡିଜର ଖେଳାଳି ଅଟନ୍ତି। ୱେଷ୍ଟଇଣ୍ଡିଜର ପାୱାର ହିଟର ବ୍ୟାଟ୍ସମ୍ୟାନଙ୍କୁ କିଣିବା ପାଇଁ ଟିମ ମାନେ ବହୁତ ଟଙ୍କା ଲଗାଇଲେ। ଏପରି ଜଣେ ଖେଳାଳିଙ୍କୁ ଗୁଜୁରାଟ ଟାଇଟନ୍ସ ତାଙ୍କ ବେସ୍ ପ୍ରାଇସ୍ ଠୁ ବହୁତ ଟଙ୍କା ଲଗାଇ କିଣିଛି। ଏହି ଖେଳାଳିଙ୍କର ନାମ ଅଟେ ଅଲଯେରି ଜୋସେଫ । ସେ ୱେଷ୍ଟଇଣ୍ଡିଜର ବୋଲର ଅଟନ୍ତି ଓ ଆଇପିଏଲରେ ସର୍ବଶ୍ରେଷ୍ଠ ବୋଲିଙ୍ଗ ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ୨୦୧୯ରେ ଡେବ୍ୟୁ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ୧୨ ରନ ଦେଇ ୬ ୱିକେଟ ଅକ୍ତିଆର କରିଥିଲେ ଯାହାକି ଆଇପିଏଲ ଇତିହାସର ସବୁଠୁ ବେଷ୍ଟ ପ୍ରଦର୍ଶନ।

ତାଙ୍କ ବେସ୍ ପ୍ରାଇଜସ୍ ୭୫ ଲକ୍ଷ ପୂର୍ବରୁ ଏହା ଜଣାଥିଲାକି ତାଙ୍କୁ କିଣିବା ପାଇଁ ଟିମ ମାନଙ୍କ ମଧ୍ୟରେ ରେସ୍ ଲାଗିବ। ଯେମିତି ତାଙ୍କ ନାମ ଡକାଗଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ଦାମ ଲଗାଇବା ଆରମ୍ଭ କରିଦେଲେ। ଏହା ପରେ ଗୁଜୁରାଟ ଓ ପଞ୍ଜାଵ ଦାମ ଲଗାଇବା ଆରମ୍ଭ କରିଦେଇଥିଲେ। ଶେଷରେ ମୁମ୍ବାଇ ହଟିଗଲା ,ଗୁଜୁରାଟ ଓ ପଞ୍ଜାଵ ମଧ୍ୟରେ ରେସ୍ ଚାଲିଲା।
ଧୀରେ ଧୀରେ ଦାମ ୨ କୋଟି ଟପିଲା,ଗୁଜୁରାଟ ପାଖରେ ୧୧ କୋଟିରୁ ଅଧିକ ଦାମ ବାକିଥିଲା। ଶେଷରେ ବାଜି ଗୁଜୁରାଟ ମାରିଲା ଓ ୨.୪୦ କୋଟିରେ ଜୋସେଫଙ୍କୁ କିଣିଲା।

ଜୋସେଫ ଭାରତ ବିରୁଦ୍ଧରେ ଏକଦିବସିୟ ସିରିଜରେ ୬ ଟି ୱିକେଟ ନେଇଥିଲେ:
କହିରଖିବୁକି ଅଳ୍ପଦିନ ତଳେ ଜୋସେଫ ଭାରତ ବିରୁଦ୍ଧରେ ତିନୋଟି ମ୍ୟାଚ ଏକଦିବସିୟ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ସିରିଜର ପ୍ରଥମ ଓ ଶେଷ ମ୍ୟାଚରେ ଗୋଟେ ହିଁ ଓଭରରେ କୋହଲି ଓ ରୋହିତଙ୍କୁ ଆଉଟ କରିଥିଲେ। ସେହି ସିରିଜରେ ସେ ବୋଲିଙ୍ଗ ଓ ବ୍ୟାଟିଙ୍ଗରେ ଧମାକାଦାର ପ୍ରଦର୍ଶନ କରିଥିଲେ। ସେହି ସିରିଜରେ ସେ ୪୯ ରନ କରିବା ସହ ୬ ଟି ୱିକେଟ ନେଇଥିଲେ। ସେ ଏବେ ପର୍ଯ୍ୟନ୍ତ ୩୮ ଟି-୨୦ ମ୍ୟାଚରେ ୪୧ ୱିକେଟ ନେଇଛନ୍ତି। ସେ ଟି-୨୦ରେ ପ୍ରତି ୧୮ ବଲରେ ୱିକେଟ ନେଇଥାନ୍ତି।
Welcome Alzzari Joseph at 2.40 cores ???
A fast bowler,speed above 140km/h #IPLMegaAuction2022 #IPL2022 #GujaratTitans pic.twitter.com/xVNM2nCfgu— Gujrat Titans Officials Fanclub (@AhemdabadF) February 13, 2022
ଜୋସେଫ ତିନୋଟି ଆଇପିଏଲ ମ୍ୟାଚରେ ୬ ଟି ୱିକେଟ ନେଇଛନ୍ତି:
ଜୋସେଫ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ମୁମ୍ବାଇ ଟିମରେ ଡେଭ୍ୟୁ କରି ଆଇପିଏଲ କ୍ୟାରିଅର ପ୍ରଥମ ହିଁ ବଲରେ ସେ ଡେଭିଡ ୱାରନରଙ୍କୁ ଆଉଟ କରିଥିଲେ। ଏହା ସହିତ ସେହି ମ୍ୟାଚରେ ସେ ମୋଟ ୬ ଟି ୱିକେଟ ନେଇଥିଲେ। ଏହା ପରେ ସେ ଆଉ ଦୁଇଟି ମ୍ୟାଚ ଖେଳିଥିଲେ କିନ୍ତୁ ସେଥିରେ ତାଙ୍କୁ କୌଣସି ୱିକେଟ ମିଳିନଥିଲା। ଆଇପିଏଲରେ ସେ ୩ ଟି ମ୍ୟାଚରେ ୧୦ର ଔସତରେ ୬ ଟି ୱିକେଟ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।