ଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ନିଲାମୀ ୧୮ ଫେବୁଆରୀକୁ ଚେନ୍ନାଇରେ ହେବ। ଆଇପିଏଲ ଗଭରନିଙ୍ଗ କାଉନ୍ସିଲ ନିଜ ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି।

ଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ନିଲାମୀ ୧୮ ଫେବୁଆରୀକୁ ଚେନ୍ନାଇରେ ହେବ। ଆଇପିଏଲ ଗଭରନିଙ୍ଗ କାଉନ୍ସିଲ ବୁଧବାରକୁ ନିଜ ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛି। ଚେନ୍ନାଇ ଭାରତ ଓ ଇଂଲଣ୍ଡ ଭିତରେ ହେବାକୁ ଥିବା ଚାରିଟି ଟେଷ୍ଟ ମ୍ୟାଚର ପ୍ରଥମ ଦୁଇଟି ମ୍ୟାଚର ଆୟୋଜନ କରିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ ୧୭ ଫେବୁଆରୀକୁ ଶେଷ ହେବ ଓ ଏହାର ପର ଦିନ ଆଇପିଏଲର ଅକ୍ସନ ହେବ।

କହିରଖିବୁକି ଖେଳାଳୀଙ୍କୁ ରିଟନ କରିବାର ଶେଷ ତାରିଖ ୨୦ ଜାନୁଆରୀ ପର୍ଯ୍ୟନ୍ତ ଥିଲା। ଯେବେକି ୪ ଫେବୁଆରୀ ପର୍ଯ୍ୟନ୍ତ ଟ୍ରେଡ଼ିଙ୍ଗ ବିଡୋ (ଖେଳାଳୀଙ୍କୁ ଗୋଟେ ଦଳକୁ ଅନ୍ୟ ଦଳକୁ ଟ୍ରାନ୍ସଫର କରିବା) ଜାରି ରହିବ। ଟିମ ମାନେ ରିଲିଜ କରିଥିବା ଖେଳାଳି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିବ ସ୍ମିଥ(ରାଜସ୍ଥାନ ରୟାଲ୍ସ), ଓ ଗ୍ଲେନ ମାକ୍ସୋଏଲ(କିଙ୍ଗସ ଇଲେଭେନ ପଞ୍ଜାବ) ଙ୍କ ଭଳି ଖେଳାଳି ସାମିଲ ଅଛନ୍ତି।]

ବହୁତ ରୋମାଞ୍ଚକର ହେବ ଆଇପିଏଲ ଅକ୍ସନ:
କହିରଖିବୁ ଆଇପିଏଲ ୨୦୨୧ର ଆକ୍ସନ ବହୁତ ରୋମାଞ୍ଚକର ହେବ କାରଣ ସବୁ ଟିମ ଆକ୍ସନ ପୂର୍ବରୁ ବଡ଼ ଖେଳାଳୀଙ୍କୁ ରିଲିଜ କରିଦେଇଛନ୍ତି। ରାଜସ୍ଥାନ ରୟାଲ୍ସ ତ ନିଜ ଅଧିନାୟକ ଷ୍ଟିବ ସ୍ମିଥଙ୍କୁ ହିଁ ରିଲିଜ କରିଦେଇଛି।ଏବେ ଏହା ଦେଖିବା ରୋମାଞ୍ଚକର ହେବ କି କେଉଁ ଟିମ ତାଙ୍କୁ ନିଜ ଟିମରେ ସାମିଲ କରିବାକୁ ଚାହିଁବ। ଗ୍ଲେନ ମାକ୍ସୋଏଲ ଭଳି ଟି-୨୦ ସ୍ପେସାଲିଷ୍ଟଙ୍କୁ ବି ଟିମ ରିଲିଜ କରିଦେଇଛି। ଲାଗୁଛି ଆଇପିଏଲ ଅକ୍ସନ ମଜାଦାର ପୁର୍ଣ ହେବ।
ଜାଣନ୍ତୁ କେଉଁ ଟିମ ପାଖରେ କେତେ ବଳକା ଅଛି ଟଙ୍କା:
ଖେଳାଳିଙ୍କୁ ରିଲିଜ କରିବା ପରେ କିଙ୍ଗସ ଇଲେଭେନ ପଞ୍ଜାବ ପାଖରେ ସବୁଠୁ ଅଧିକ ପଇସା ବଳକା ଅଛି।ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୭୦ କୋଟି, ଚେନ୍ନାଇ ସୁପର କିଙ୍ଗସ ପାଖରେ ୨୨.୯୦ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୧୨ .୮ କୋଟି, କିଙ୍ଗସ ଇଲେଭେନ ପଞ୍ଜାବ ପାଖରେ ୫୩.୨ କୋଟି,ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି, ଓ କୋଲକାତା ନାଇଟ ରାଇଡ଼ର୍ଶ ପାଖରେ ୧୦.୮୫ କୋଟି ଟଙ୍କା ବଳକା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।