ପରିବର୍ତ୍ତନ ହେବ IPL ର ଫର୍ମାଟ! ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲର ଫର୍ମାଟ ଆଗାମୀ ବର୍ଷ ମାନେ ୨୦୨୩ରୁ ବଦଳିଯାଇପାରେ। ୨୦୨୩ରେ ଆଇପିଏଲ କ- ରୋ- ନା ପୂର୍ବରୁ ଥିବା ଫର୍ମାଟରେ ଖେଳାଯିବାର ଅଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାର ସୂଚନା ଦେଇଛନ୍ତି। ଆଇପିଏଲ ୨୦୨୩ ୧୬ ତମ ସିଜନ ହେବାର ଅଛି ଓ ଏହା ପୁରୁଣା ଫର୍ମାଟ ଅନୁସାରେ ଖେଳାଯିବାର ଅଛି। ମାନେ ସବୁ ୧୦ ଟିମ ନିଜ ଘରେ ଓ ବିରୋଧୀ ଟିମ ଘରେ ଖେଳିବେ। ଗାଙ୍ଗୁଲି ସବୁ କ୍ରିକେଟ ଆସୋସିଏସନ ଓ ଷ୍ଟେକ ହୋଲ୍ଡରଙ୍କୁ ଏହି ସୂଚନା ଦେଇଦେଇଛନ୍ତି।

କ- ରୋ- ନା ମ- ହା- ମା- ରୀ ବଢିବା କାରଣରୁ ଆଇପିଏଲ ୨୦୨୦କୁ ବିନା ଦର୍ଶକରେ ୟୁଏଇରେ ଦୁବାଇ,ଆବୁଧାବି ଓ ସାରଜାହ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଆଇପିଏଲ ୨୦୨୧ ଭାରତରେ ହେଲା କିନ୍ତୁ ଚାରିଟି ସହର ଦିଲ୍ଲୀ, ଅହମ୍ମଦାବାଦ, ଚେନ୍ନାଇ ଓ ମୁମ୍ବାଇରେ ହୋଇଥିଲା। ଆଇପିଏଲ ୨୦୨୨ର ଲିଗ ଷ୍ଟେଜର ସବୁ ମ୍ୟାଚ ମୁମ୍ବାଇ ଓ ପୁନେରେ ଖେଳାଯାଇଥିଲା।

ଏହା ଛଡା କ୍ବାଲିଫାୟର, ଏଲିନିନେଟର ଓ ଫାଇନାଲ ମ୍ୟାଚ ଅହମ୍ମଦାବାଦ ଓ କୋଲକତାରେ ଖେଳାଯାଇଥିଲା। ଏବେ କ-ରୋ- ନା ମ- ହା- ମା- ରି କାବୁକୁ ଆସିସାରିଛି। ଏଥିପାଇଁ ଆଇପିଏଲ ମ୍ୟାଚ ଘରୋଇ ଗ୍ରାଉଣ୍ଡ ଓ ବିରୋଧଙ୍କ ଗ୍ରାଉଣ୍ଡରେ ଖେଳାଯିବ ପୁରୁଣା ଫର୍ମାଟ ଭଳି।

୨୦୨୩ରେ ହୋମ ଓ ଅବେ ଆଧାରରେ ଆଇପିଏଲ ହେବ:

ଗାଙ୍ଗୁଲି ଷ୍ଟେଷ୍ଟ ଆସୋସିଏସନଙ୍କୁ ପଠାଇଥିବା ଇମେଲରେ କହିଛନ୍ତି,”ଆଇପିଏଲକୁ ଆଗାମୀ ସିଜନରୁ ଘରୋଇ ଗ୍ରାଉଣ୍ଡରେ ଓ ବିରୋଧ ଟିମରେ ଗ୍ରାଉଣ୍ଡରେ ଖେଳାଯିବ। ସବୁ ୧୦ ଟିମ ଘରୋଇ ଗ୍ରାଉଣ୍ଡରେ ଓ ଅନ୍ୟ ଗ୍ରାଉଣ୍ଡରେ ଖେଳିବେ”।

ମହିଳା ଆଇପିଏଲ ମଧ୍ୟ ୨୦୨୩ ରେ ହେବାର ଅଛି:

ବିସିସିଆଇ ୨୦୨୦ ପରେ ସଂପୂର୍ଣ ଭାବେ ଘରୋଇ ଆୟୋଜନ କରୁଛି ଯାହା ଦ୍ୱାରା ଟିମ ଘରୋଇ ଓ ବିରୋଧୀ ଗ୍ରାଉଣ୍ଡରେ ମ୍ୟାଚ ଖେଳିବେ। ବିସିସିଆଇ ଏହା ଛଡା ୨୦୨୩ରେ ମହିଳା ଆଇପିଏଲର ଆୟୋଜନ କରିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି। ପିଟିଆଇ ପୂର୍ଵ ମାସରେ ରିପୋର୍ଟ ଦେଇଥିଲେ କି ମହିଳା ଆଇପିଏଲର ଆୟୋଜନ ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍ୱକପ ପରେ ମାର୍ଚ୍ଚରେ ହେବ।

ଗାଙ୍ଗୁଲି ୨୦ ସେପ୍ଟେମ୍ବରକୁ ପଠାଇଥିବା ସନ୍ଦେଶରେ କହିଛନ୍ତି,”ବିସିସିଆଇ ମହିଳା ଆଇପିଏଲ ପାଇଁ କାମ କରୁଛି। ଏହାର ପ୍ରଥମ ସିଜନ ଆଗାମୀ ବର୍ଷ ଆରମ୍ଭରେ ଆୟୋଜନ ହୋଇପାରେ”।

Leave a Reply

Your email address will not be published.