IPL ୨୦୨୧: RCB VS SRH: ହାଇଦ୍ରାବାଦକୁ ହରାଇଲା ବାଙ୍ଗାଲୋର। ୧୭ ତମ ଓଭରରେ ହେଲା ଚମତ୍କାର!

ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ହରାଇ ଟେବୁଲ ଟପର ବନି ଯାଇଛି। ପ୍ରଥମେ ବ୍ୟାଟିଂ କରି ଗ୍ଲେନ ମାକ୍ସୱେଲଙ୍କ ଚମତ୍କାର ଅର୍ଦ୍ଧଶତକ ଫଳରେ ଆରସିବି ୧୪୯ ରନ କରିଥିଲା। ଆରସିବି ପକ୍ଷରୁ ପାଡିକଲ ୧୧, କୋହଲି ୩୩ ,ଡିଭିଲିୟର୍ସ ୧,ଶହବାଜ ଅହମଦ ୧୪ ରନ କରିଥିଲେ।

Google

ହେଲେ ଗ୍ଲେନ ମାକ୍ସୱେଲ ଗୋଟିଏ ପଟେ ନିଜର ଉତ୍କୃଷ୍ଟ ଖେଳ ଦେଖେଇଥିଲେ ସେ ୪୧ ବଲରେ ୩ଟି ଛକା ଏବଂ ୫ଟି ଚଉକା ସହ ୫୯ ରନ କରିଥିଲେ।

ହାଇଦ୍ରାବାଦ ପକ୍ଷରୁ ଯେସନ ହୋଲଡ଼ର ୩ଟି ୱିକେଟ ଅକ୍ତିଆର କରିଥିଲେ। ଏହା ସହିତ ରସିଦ ଖାନ ୨ଟି ୱିକେଟ ପାଇଥିଲେ। ଭୁବନେଶ୍ୱର କୁମାର,ନଟରାଜନ ଏବଂ ଶହବାଜ ନଦୀମ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Google

୧୫୦ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ଆରମ୍ଭ ଭଲ କରିଥିଲା। ପାୱାର ପ୍ଲେରେ କେବଳ ଗୋଟେ ୱିକେଟ ହରାଇଥିଲା। ଯାହାକି ରିଧିମାନ ଶାହାଙ୍କ ଥିଲା। ଏହା ଛଡା କ୍ୟାପଟେନ ଡେଭିଡ ୱାରନର ୩୭ ବଲରେ ୧ଟି ଛକା ଏବଂ ୭ଟି ଚଉକା ସହ ୫୪ ରନ କରିଥିଲେ। ତାଙ୍କ ଛଡା ମନିଷ ପାଣ୍ଡେ ୩୮,ବେୟାରଷ୍ଟ୍ର ୧୨,ହୋଲଡ଼ର ୪,ବିଜୟ ଶଙ୍କର ୩ ,ରାଶିଦ ଖାନ ୧୭ ଏବଂ ଅବଦୁଲ ସମଦ ବିନା ରନ କରି ଆଉଟ ହୋଇଯାଇଥିଲେ।

Google

ଆରସିବି ପକ୍ଷରୁ ମହମ୍ମଦ ସିରାଜ ଚମତ୍କାର ଖେଳ ଦେଖିଥିଲେ। ସେ ନିଜର ୪ଓଭରରେ ୨୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ବୋଲିଂରେ ମ୍ୟାଚରେ ହିରୋ ସାଝିଥିଲେ ସାହାବାଜ ଅହମଦ । ସେ ଗୋଟିଏ ଓଭରରେ ୩ଟି ୱିକେଟ ନେଇ ବାଙ୍ଗାଲୋର ଆଡ଼କୁ ମ୍ୟାଚ ନେଇ ଆସିଥିଲା। ଏହା ସେହି ଓଭର ଥିଲା ଯେଉଁଠି ଚମତ୍କାର ହୋଇଥିଲା। ସେ ନିଜର ଗୁରୁତ୍ୱପୂର୍ଣ୍ଣ ୨ଓଭରରେ ୭ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ହର୍ଷଲ ପଟେଲ ମଧ୍ୟ ସୁନ୍ଦର ବୋଲିଂ କରିଥିଲେ। ସେ ନିଜର ୪ଓଭରରେ ୨୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଛଡା ଯେମିଶନ ୩ଓଭରରେ ୩୦ ରନ ଦେଇ ସୁନ୍ଦର ଖେଳୁଥିବା ଡେଭିଡ ୱାରନରଙ୍କୁ ଆଉଟ କରିଥିଲେ। ଶେଷରେ ବାଙ୍ଗାଲୋର ୬ ରନରେ ବିଜୟ ଲାଭ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *