IPL ୨୦୨୨ କେବେ ଠୁ ହେବ ଆରମ୍ଭ,କେଉଁ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ? ଜାଣନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ବୋର୍ଡ ଆଇପିଏଲର ଆରମ୍ଭ ପାଇଁ ଦୁଇଟି ତାରିଖ ଉପରେ ବିଚାର କରୁଛି। ଏଥିରେ ବୋର୍ଡର କିଛି ଅଧିକାରୀ ଓ ଟିମ ମାଲିକ ଚାହୁଁଛନ୍ତିକି ୨୭ ମାର୍ଚ୍ଚରୁ ଆରମ୍ଭ ହେଉ ଵୋଲି। ଅନ୍ୟ ପ୍ରଭାବଶାଳୀ ଲୋକ ଚାହୁଁଛନ୍ତି ଏହା ଦୁଇ ଅପ୍ରିଲରୁ ଆରମ୍ଭ ହେବ। ଏହା ପୂର୍ବରୁ ଫେବୁଆରୀ ୧୨ ଓ ୧୩ କୁ ବେଙ୍ଗାଲୁରୁରେ ମେଗା ଅକ୍ସନ ହୋଇପାରେ।

Google

ବିସିସିଆଇର ଏକ ବରିଷ୍ଟ ଅଧିକାରୀ କହିଛନ୍ତି,”କିଛି ଟିମ ମାଲିକ ଏହାକୁ ୨୭ ମାର୍ଚ୍ଚକୁ ଆରମ୍ଭ କରିବା ପକ୍ଷରେ ଅଛନ୍ତି। ଭାରତକୁ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଶ୍ରୀଲଙ୍କା ବିରୁଦ୍ଧରେ ୧୮ ମାର୍ଚ୍ଚକୁ ଲଖନଉରେ ଖେଳିବାର ଅଛି। ଏହା ପରେ ନିୟମ ଅନୁସାରେ ୧୪ ଦିନର ଗ୍ୟାପ ଆବଶ୍ୟକ। ଏହା କାରଣ ଅଟେ କି ଆଇପିଏଲର ୧୫ ତମ ସିଜନ ୨ ଏପ୍ରିଲରୁ ହୋଇପାରେ”।

ଏହା ବି ଜଣାପଡିଥିଲା କି ଲଖନଉ ଓ ଅହମ୍ମଦାବାଦର ଦୁଇଟି ନୂଆ ଟିମ ସହିତ ସବୁ ୧୦ ଆଇପିଏଲ ଟିମର ମାଲିକ ଭାରତକୁ ୨୦୨୨ ପାଇଁ ଆୟୋଜନ ଦେଶ ପାଇଁ ଚାହୁଁଛନ୍ତି। ଭାରତର ମୁମ୍ବାଇ ଓ ପୁନେ ଦୁଇଟି ପସନ୍ଦର ଜାଗା ଅଟେ। ଦ୍ୱିତୀୟ ପସନ୍ଦ ହେଉଛି ୟୁଏଇ ଯେଉଁଠାରେ ପୂର୍ବରୁ ଦୁଇ ଥର ଆଇପିଏଲ ଆୟୋଜନ ହୋଇସାରିଛି।ଶେଷ ପସନ୍ଦ ଦକ୍ଷିଣ ଆଫ୍ରିକା ହୋଇପାରେ ଯେଉଁଠି ଆଇପିଏଲ ୨୦୦୯ ଆୟୋଜନ ହୋଇଥିଲା।

ୟୁଏଇ କିମ୍ବା ଦକ୍ଷିଣ ଆଫ୍ରିକା କଥା ସେବେ ଆଲୋଚନା ହେବ ଯେବେ ଭାରତରେ କୋଭିଡ-୧୯ ସ୍ଥିତି ଅତ୍ୟଧିକ ଖରାପ ହେବ। ଶ୍ରୀଲଙ୍କାରେ ମଧ୍ୟ ଆଇପିଏଲ ଆୟୋଜନ ହୋଇପାରେ କିନ୍ତୁ ତା ଉପରେ ଆଲୋଚନା ହୋଇପାରିନାହିଁ।

ମୁମ୍ବାଇର ୱାନଖଡେ,କ୍ରିକେଟ କ୍ଳବ ଅଫ ଇଣ୍ଡିଆ ଓ ଡିବାଆଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବାର ସମ୍ଭାବନା ଅଛି। ଆବଶ୍ୟକତା ପଡିଲେ ମୁମ୍ବାଇ ପଡୋଶୀ ପୁନେରେ ଆଇପିଏଲ ମ୍ୟାଚ ହୋଇପାରେ। ଏଥର ଆଇପିଏଲ ଆକ୍ସନ ପାଇଁ ୧୨୦୦ ରୁ ଅଧିକ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି। ଏଥିରୁ ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳି ଅଛନ୍ତି। ନିଲାମୀ ୧୨ ଓ ୧୩ ଫେବୁଆରୀକୁ ବାଙ୍ଗାଲୋରରେ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *