ଆଇପିଏଲ:- କଣ ହାଇଦ୍ରାବାଦ ଟିମ ସହ ରହିବେ ୱିଲିୟମସନ? ଡେଭିଡ ୱାର୍ଣର ଦେଲେ ଚମକେଇବା ଭଳି ଜବାବ।

ଆଇପିଏଲର ୧୪ ତମ ସିଜିନ ଏପ୍ରିଲ-ମେ ରେ ଖେଳାଯିବାର ଅଛି। ୧୪ ତମ ସିଜିନର ପୂର୍ବରୁ ୱିଲିୟମସନ ଟିମରୁ ବାହାର ହେବାର କଥା ଏବେ ଜଣାପଡୁଛି।

Google

ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜିନ ଆରମ୍ଭ ପୂର୍ବରୁ ବହୁତ ବଡ ବଡ଼ ଖବର ସାମ୍ନାକୁ ଆସୁଛି। ଏମିତିରେ ଖବର ଆସୁଛି କି ସନରାଇଜର୍ସ ହାଇଦ୍ରାବାଦ ଟିମରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଆଉ ରିଟେନ ରହିବେ ନାହିଁ।ହେଲେ ଟିମର ଅଧିନାୟକ ଡେଭିଡ ୱାର୍ଣର ସ୍ପଷ୍ଟ କରିଛନ୍ତି କି ୱିଲିୟମସନ ଟିମର ମୁଖ୍ୟ ସଦସ୍ୟ ଅଟନ୍ତି ଓ ସେ ହାଇଦ୍ରାବାଦ ସହ ଯୋଡି ହୋଇ ରହିବେ।

ଏଥର ହାଇଦ୍ରାବାଦ ଟିମ ପ୍ରଥମରୁ ହାରି ଶେଷ ପର୍ଯ୍ୟାୟରେ ଭଲ ଖେଳିଥିଲେ। ଏହି ଟିମ କ୍ଵଲିଫାୟାର ୨ ରେ ପହଞ୍ଚିଥିଲା। ହେଲେ ବିସିସିଆଇର ମୁଖ୍ୟ ସୌରଭ ଗାଙ୍ଗୁଲି ଏପ୍ରିଲ-ମେ ରେ ଖେଳାଯିବାକୁ ଥିବା ୧୪ତମ ସିଜିନ ପୂର୍ବରୁ ମେଗା ଆକ୍ସନର କଥା କହିବା ପରେ ଖେଳାଳିଙ୍କୁ ନେଇ ବହୁତ ପ୍ରଶ୍ନ ଉଠୁଛି।

ହାଇଦ୍ରାବାଦ ଟିମରେ ଡେଭିଡ ୱାର୍ଣର ଓ ରାସିଦ ଖାନଙ୍କ ରିଟେନ ରହିବା ପକ୍କା ଅଟେ। ମେଗା ଆକ୍ସନ ନିୟମ ଅନୁସାରେ କୌଣସି ଟିମ ଦୁଇଟି ବିଦେଶୀ ପ୍ଲେୟାରକୁ ରିଟେନ ରଖିପାରିବେ। ଏଥିପାଇଁ କେନ ୱିଲିୟମସନ ଟିମରେ ନ ରହିପାରନ୍ତି ବୋଲି ପ୍ରଶ୍ନ ଉଠୁଛି।

କେନ ୱିଲିୟମସଙ୍କୁ ନେଇ ଅଧିନାୟକ ଡେଭିଡ ୱାର୍ଣରଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ପ୍ରଶ୍ନ କରିଥିଲେ।ଏହାର ଜବାବ ଦେଇ ୱାର୍ଣର କହିଥିଲେ,”ଆପଣ ମାନେ ଚିନ୍ତା କରନ୍ତୁ ନାହିଁ। ଆମେ କେନ ୱିଲିୟମସନଙ୍କୁ ଟିମରେ ରଖିବାକୁ ଚାହୁଁଛୁ। ଆମେ କେନଙ୍କୁ ଯିବାକୁ ଦେବୁନାହିଁ।”

Google

ଅଧିନାୟକ ଡେଭିଡ ୱାର୍ଣର ୱିଲିୟମସନଙ୍କୁ ଟିମରେ ରଖିବାର କଥା କହିଛନ୍ତି। ହେଲେ ଶେଷ ନିଷ୍ପତ୍ତି ଟିମ ମ୍ୟାନେଜମେଣ୍ଟର ହେବ। ବିସିସିଆଇର ମେଗା ଅକ୍ସନକୁ ନେଇ ଘୋଷଣା ପରେ ଟିମକୁ ନେଇ ସ୍ଥିତି ସଫା ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *