ମୁମ୍ବାଇ ଇଂଣ୍ଡିଆନ୍ସ ତରଫରୁ ଆଇପିଏଲ ଖେଳୁଥିବା ବୁମରା ଏବେ ପର୍ଯ୍ୟନ୍ତ ୮୯ ମ୍ୟାଚରେ ୧୦୨ ୱିକେଟ ନେଇସାରିଲେଣି । ଏବେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ବୁମରା ୧୫ ତମ ସ୍ଥାନରେ ଅଛନ୍ତି।

ମୁମ୍ବାଇ ଇଂଣ୍ଡିଆନ୍ସର ଦୂତ ବୋଲର ଯଶପ୍ରୀତ ବୁମରା ବୁଧବାରକୁ ରାୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହିତ ଖେଳାଯାଇଥିବା ମ୍ୟାଚରେ ଏକ ସୁନ୍ଦର ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଦୁନିଆରେ ସବୁଠୁ ଦୃତ ବୋଲର ମାନଙ୍କ ସହିତ ନାମ ଯୋଡିହୋଇଥିବା ବୁମରା ଆଇପିଏଲରେ ନିଜର ୧୦୦ ତମ ୱିକେଟ ପୁରା କରିଛନ୍ତି।ଆଇପିଏଲ ୨୦୨୦ରେ ବୁମରା ସୁନ୍ଦର ଫୋର୍ମରେ ଚାଲୁଛନ୍ତି। ସେ ଏବେ ପର୍ଯ୍ୟନ୍ତ ୧୨ ମ୍ୟାଚରେ ୨୦ ୱିକେଟ ନେଇଛନ୍ତି।
କୋହଲିଙ୍କୁ ଆଉଟ କରି ନେଲେ ୧୦୦ ତମ ୱିକେଟ:-
ପାରିର ୧୨ ତମ ଓଭରର ଦ୍ୱିତୀୟ ବଲରେ ବୁମରା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ସୌରଭ ତିୱାରିଙ୍କ ହାତରେ କ୍ୟାଚ କରିଦେଲେ। ଏହି ୱିକେଟ ସହିତ ବୁମରା ଆଇପିଏଲରେ ନିଜର ୧୦୦ ତମ ୱିକେଟ ପୁରାକରିଛନ୍ତି ।ଖାସ କଥା ଏହାକି ବିରାଟ ହିଁ ତାଙ୍କର ଆଇପିଏଲରେ ପ୍ରଥମ ୱିକେଟ ଥିଲେ। ବୁମରା ବର୍ଷ ୨୦୧୩ରେ ମୁମ୍ବାଇ ଇଂଣ୍ଡିଆନ୍ସ ତରଫରୁ ପ୍ରଥମେ ଆଇପିଏଲରେ ପାଦଦେଇଥିଲେ।

ସବୁଠୁ ଅଧିକ ୱିକେଟ ନେବା ମାମଲାରେ ୧୫ ତମ ସ୍ଥାନରେ:-
ମୁମ୍ବାଇ ଇଂଣ୍ଡିଆନ୍ସ ତରଫରୁ ଆଇପିଏଲ ଖେଳୁଥିବା ବୁମରା ଏବେ ପର୍ଯ୍ୟନ୍ତ ୮୯ ମ୍ୟାଚରେ ୧୦୨ ୱିକେଟ ନେଇସାରିଲେଣି। ଏବେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ବୁମରା ୧୫ ତମ ସ୍ଥାନରେ ଅଛନ୍ତି। ଯଦି ଦୃତ ବୋଲରଙ୍କ କଥା କହିବାତ ଲସିଥ ମଲିଙ୍ଗା, ଡିଜେ ବ୍ରାଭୋ, ଭୁବନେଶ୍ୱର କୁମାର, ଉମେଶ ଯାଦବ, ଆଶିଷ ନେହେରା, ଜାହିର ଖାନ, ସନ୍ଦୀପ ଶର୍ମା ଓ ବିନୟ କୁମାର ୧୦୦ରୁ ଅଧିକ ୱିକେଟ ହାସଲ କରିଛନ୍ତି।
ଏହି ବର୍ଷ ବୁମରା ସୁନ୍ଦର ଫର୍ମରେ ଅଛନ୍ତି:-
ଆଇପିଏଲ ୨୦୨୦ରେ ଟ୍ରେଟ ବୋଲ୍ଡ ଓ ବୁମରାଙ୍କ ଯୋଡି କମାଲ କରୁଛି। ଏହି ଦୁଇ ବୋଲର ମିସିକି ଏବେ ପର୍ଯ୍ୟନ୍ତ ୩୭ ୱିକେଟ ନେଇସାରିଲେଣି। ଏଥିରେ ବୁମରା ପାଖାପାଖି ୧୭ର ଅସତରେ ୨୦ ୱିକେଟ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରହିଲା। ରୟାଲ୍ସ ବିପକ୍ଷରେ ସେ ମାତ୍ର ୨୦ ରନ ଦେଇ ୪ଟି ୱିକେଟ ନେଇଥିଲେ।

ସବୁଠୁ ଅଧିକ ୱିକେଟ ମଲିଙ୍ଗାଙ୍କ ନାମରେ:-
ଆଇପିଏଲରେ ସବୁଠୁ ଅଧିକ ୱିକେଟ ମଲିଙ୍ଗାଙ୍କ ନାମରେ ଅଛି। ସେ ୧୨୨ ମ୍ୟାଚରେ ୧୭୦ ୱିକେଟ ନେଇଛନ୍ତି। ତାଙ୍କ ପରେ ଦ୍ୱିତୀୟ ନମ୍ବରରେ ଅମିତ ମିଶ୍ରାଙ୍କ ନାମ ଅଛି । ଯିଏକି ଏବେ ପର୍ଯ୍ୟନ୍ତ ୧୫୦ ମ୍ୟାଚରେ ୧୬୦ ୱିକେଟ ନେଇଛନ୍ତି।ଏବେ ଆଙ୍ଗୁଟିରେ ଆଘତ କାରଣରୁ ମିଶ୍ରାଙ୍କୁ ଏହି ବର୍ଷ ଆଇପିଏଲରୁ ବାହାରିବାକୁ ପଡିଲା । ତୃତୀୟ ନମ୍ବରରେ ଚେନ୍ନାଇ ସୁପର କିଙ୍ଗସର ସ୍ପିନର ପିଉସ ଚାୱାଲା ଅଛନ୍ତି।ଯିଏକି ୧୬୪ ମ୍ୟାଚରେ ୧୫୬ ୱିକେଟ ନେଇଛନ୍ତି।ଚେନ୍ନାଇର ହିଁ ଡିଜେ ବ୍ରାଭୋ ୧୫୩ ଓ ହରଭଜନ ସିଂ ୧୫୦ ୱିକେଟ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।