ଆଇପିଏଲ ୨୦୨୦ ଫାଇନାଲ:।ମୁମ୍ବାଇ ଇଂଣ୍ଡିଆନ୍ସ ଟିମ ଏହି ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସକୁ ତିନିଥର ହରାଇ ସାରିଛି। ଏହି କାରଣ ପାଇଁ ରୋହିତ ଶର୍ମା ଦିଲ୍ଲୀ କ୍ୟାପିଟଲ୍ସ ଉପରେ ମୁମ୍ବାଇ ଅଧିକ ଭାରି ପଡିବ ବୋଲି କହିଛନ୍ତି।

ଇଣ୍ଡିଆନ ପ୍ରିମୀୟର ଲିଗର ୧୩ ତମ ସଂସ୍କରଣରେ ମଙ୍ଗଳବାର ଦିନ ମୁମ୍ବାଇ ଇଂଣ୍ଡିଆନ୍ସ ଟିମ ଦିଲ୍ଲୀ କ୍ୟାପିଟଲ୍ସ ବିପକ୍ଷରେ ନିଜର ପଞ୍ଚମ ଆଇପିଏଲ ଟ୍ରଫି ହାସଲ ପାଇଁ ଫାଇନାଲରେ ଓହ୍ଲାଇବ। ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଦିଲ୍ଲୀ ସହିତ ମ୍ୟାଚରେ ମୁମ୍ବାଇ ଦିଲ୍ଲୀ ଉପରେ ଭାରି ପଡିବ ବୋଲି ଦାବି କରିଛନ୍ତି। ରୋହିତ ଶର୍ମା କହିଛନ୍ତି ମୁମ୍ବାଇ ଇଂଣ୍ଡିଆନ୍ସ ଟିମ ଦିଲ୍ଲୀ ବିପକ୍ଷରର ମନୋବୈଜ୍ଞାନିକ ଶକ୍ତି ହାସଲ କରିଛି।
ଏହି ବର୍ଷ ଆଇପିଏଲରେ ମୁମ୍ବାଇ ଇଂଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟଲ୍ସ ଭିତରେ ତିନିଥର ମ୍ୟାଚ ଦେଖିବାକୁ ମିଳିଛି।ମୁମ୍ବାଇ ଇଂଣ୍ଡିଆନ୍ସ ଲିଗ ଷ୍ଟେଜର ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ହରାଇ ଥିଲା। ଏହା ପରେ ଦ୍ୱିତୀୟ ଲିଗ ଷ୍ଟେଜ ମ୍ୟାଚରେ ମୁମ୍ବାଇ ଦିଲ୍ଲୀକୁ ୯ ୱିକେଟରେ ହାରାଇଲା।ଏହା ପରେ ପୁନଃ ମୁମ୍ବାଇ କ୍ୟାଲିଫାୟର ୧ ରେ ଦିଲ୍ଲୀକୁ ୫୭ ରନରେ ହରାଇ ନିଜ ବିଜୟ ବଜାୟୀ ରଖିଛି।
ରୋହିତ ଶର୍ମା ମାନୁଛନ୍ତି କି ସେ ପୂର୍ଵ ମ୍ୟାଚ ପାଇଁ ଅଧିକ ଭାବିପାରିବେନି। ରୋହିତ ଶର୍ମା କହିଛନ୍ତି ,”ଦିଲ୍ଲୀ ସହିତ ଆମକୁ ମନୋବୈଜ୍ଞାନିକ ଶକ୍ତି ହାସଲ ହେବ କିନ୍ତୁ ଆମେ ଜାଣିଛୁ କି ଆଇପିଏଲରେ ପ୍ରତ୍ୟେକ ଦିନ ନୂଆ ହୋଇଥାଏ।ପ୍ରତ୍ୟେକ ଦିନ ମ୍ୟାଚରେ ଆପଣଙ୍କୁ ଏକ ନୂଆ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ”।

ରୋହିତ ଶର୍ମା ଏହା ବି ମାନୁଛନ୍ତି କି ପୂର୍ବ ବିଜୟ ପରେ ଆତ୍ମବିଶ୍ୱାସ ନିସ୍ଚୟ ବଢିଛି। ଅଧିନାୟକ କହିଛନ୍ତି,”ସତ କଥା କହିବାତ ଆମେ ତାଙ୍କୁ ପୂର୍ବ ମ୍ୟାଚ ହରାଇବା କଥା ଭାବିବା ଉଚିତ ନୁହେଁ। ଆମକୁ ଏହା ଦେଖିବାକୁ ହେବ କି ଏହା ଏକ ନୂଆ ଟିମ ଓ ଆମକୁ ତାଙ୍କ ବିରୋଧରେ ନୂଆ ଖେଳ ଦେଖାଇବାକୁ ହେବ। ଆମେ ତାଙ୍କୁ ହରାଇଛୁ ଓ ଆମେ ପୁନଃ ତାଙ୍କୁ ହରାଇ ପାରିବୁ”।
କହିରଖିବୁ କି ରୋହିତ ଶର୍ମା ଫାଇନାଲ ମ୍ୟାଚରେ ଟିମରେ ପରିବର୍ତ୍ତନକୁ ନେଇ ମଧ୍ୟ ସଂକେତ ଦେଇଛନ୍ତି। ରୋହିତ କହିଛନ୍ତି କି ଟ୍ରେଣ୍ଟ ବୋଲ୍ଟ ପୁରା ଠିକ ହୋଇଯାଇଛନ୍ତି ଓ ଦିଲ୍ଲୀ ଟିମର ବାମ ହାତୀ ବ୍ୟାଟ୍ସମ୍ୟାନ ମାନଙ୍କୁ ଦେଖିକି ଜୟନ୍ତ ଯାଦବ ଉପରେ ଦାବି ଲଗାଯାଇ ପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।