IPL ୨୦୨୧:ଆବେଶ ଖାନଙ୍କ ଖୁଲାସା। ଋଷଭ ପନ୍ତଙ୍କ ସହ ମିଶି କରିଥିଲେ ଧୋନୀଙ୍କୁ ଆଉଟ କରିବାର ଏହି ପ୍ଲାନ।

ମଧ୍ୟପ୍ରଦେଶର ଫାଷ୍ଟ ବୋଲର ଆବେଶ ଖାନଙ୍କୁ ନିକଟରେ ଭାରତୀୟ ଟେଷ୍ଟ ଟିମରେ ଷ୍ଟାଣ୍ଡବାୟ ରୂପରେ ସାମିଲ କରାଯାଇଛି ବୋଲି ଦେଖା ଯାଇଛି। ସେ ଆଇପିଏଲର ୧୪ତମ ସଂସ୍କରଣରେ ଧୋନୀଙ୍କୁ ଆଉଟ କରିବାର ସୌଭାଗ୍ୟ ପାଇଥିଲେ। ୨୪ ବର୍ଷୀୟ ଏହି ବୋଲର କହିଲେ କିପରି କ୍ୟାପଟେନ ରିଷଭ ପନ୍ତ ଧୋନୀଙ୍କ ୱିକେଟ ନେବାରେ ତାଙ୍କର ସହଯୋଗ କରିଥିଲେ। ମୁମ୍ବାଇ ଷ୍ଟାଡିୟମରେ ଆଇପିଏଲ ୨୦୨୧ର ଦ୍ଵିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲସ ଓ ସିଏସକେ ମଧ୍ୟରେ ହୋଇଥିଲା।

Google

ଆବେଶ ଖାନଙ୍କୁ ସିନିୟର ବୋଲର ଉମେଶ ଯାଦବଙ୍କ ଆଗରୁ ବଛାଗଲା। ସେ ଏହି ମ୍ୟାଚରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ଯେଉଁଥିରେ ମହେନ୍ଦ୍ର ସିଂ ଧୋନିଙ୍କ ୱିକେଟ ସାମିଲ ଥିଲା। ସେ ଆଉଟ କରିସାରିବା ପରେ ନିଜେ ବ୍ୟକ୍ତ କରିଥିଲେ କିପରି ତିନି ବର୍ଷ ପୂର୍ବରୁ ସେ ଧୋନୀଙ୍କ ୱିକେଟ ନେବାର ମୌକା ଛାଡିଥିଲେ। ୨୦୧୬ ୱାଲର୍ଡ଼ କପରେ ଅଣ୍ଡର ୧୯ ଟିମର ଭାଗ ଥିବା ଆବେଶ ଖାନ ଆଇପିଏଲରେ ପୁଣି ରିଷଭ ପନ୍ତଙ୍କ ସହ ଖେଳିବାର ମୌକା ପାଇଲେ।

ଆବେଶ ଖାନଙ୍କ ଅନୁଯାୟୀ ଋଷଭ ପନ୍ତ ତାଙ୍କୁ କହିଲେ କି ଧୋନି ପ୍ରୟାସ କରୁଛନ୍ତି ତୁମକୁ ଏହାକୁ କଷ୍ଟକର କରିବାର ଅଛି। ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରର୍ଭିୟୁରେ ଆବେଶ କହିଲେ,”କେବଳ କମ ଓଭର ବାକି ଅଛି,ଧୋନି ମାରିବା ପାଇଁ ପ୍ରୟାସ କରିବେ। ହେଲେ ସେ ବି ଜାଣିଛନ୍ତି କି ଧୋନୀ ଚାରି ମାସର ଲମ୍ବା ଅନ୍ତରାଳରେ ଖେଳିବାକୁ ଆସିଛନ୍ତି ଓ ଏହି ସମୟ ତାଙ୍କ ନିମନ୍ତେ ସହଜ ହେବ ନାହିଁ।”

Google

ସେ ଆଗକୁ କହିଲେ କି,ରିଷଭ ପନ୍ତ ପାଖକୁ ଆସି କହିଲେ କି ସର୍ଟ ଅଫ ଲେନଥ ବଲ ପକେଇବାକୁ। ମୁଁ ମଧ୍ୟ ତାହା କଲି ଧୋନି ମାରିବାକୁ ଯିବା ବେଳେ ଇନସାଇଡ ଏଜ ଲାଗି ବୋଲଡ଼ ହୋଇଗଲେ।”ଆଇପିଏଲ ୨୦୨୧ ରେ ଆବେଶ ଖାନ ଭଲ ଖେଳ ଜାହିର କରିଥିଲେ। ସେ ୮ ମ୍ୟାଚରେ ୧୪ ଟି ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ । ତାଙ୍କର ବୋଲିଂ ଔଷତ ୧୬.୫୦ ଓ ଇକୋନୋମି ୭.୭୦ ରହିଲା। ସେ କହିଲେ କି କିପରି ପନ୍ତ ଓ ସେ ମିଶି ବ୍ୟାଟ୍ସମ୍ୟାନଙ୍କ ବିରୁଦ୍ଧରେ ରଣନୀତି କରିଥିଲେ।

ଆବେଶ କହିଲେ ,ଯେବେ ମୁଁ ଵୋଲିଂ ପାଇଁ ରନ ଅଫ କରୁଥିଲି,ମୁଁ ରିଷଭଙ୍କ ଆଡକୁ ଦେଖେ। ସେହି ସମୟରେ ବ୍ୟାଟ୍ସମ୍ୟାନ କେବେଳ ମତେ ହିଁ ଦେଖୁଥିଲେ। ଏଥିପାଇଁ ଆମ ପାଖରେ ୟର୍କର ପକେଇବାର ଏକ ସାଇନ ଥିଲା। ଯଦି ସେ ମତେ ୱାଇଡ଼ ଅଫ ସାଇଡ ବୋଲିଂ ପାଇଁ କୁହନ୍ତି,ତାଙ୍କ ଇସାରାରୁ ମୁଁ ଅବଗତ ହେଇଯାଉଥିଲି।

Google

ଆବେଶଙ୍କୁ ୨୦ ଜଣିଆ ଟେଷ୍ଟ ଟିମରେ ଷ୍ଟାଣ୍ଡ ବାୟ ରୂପରେ ଦଳରେ ସାମିଲ କରାଯାଇଛି। ଯାହା ଟେଷ୍ଟ ଚମ୍ପିୟାନସିପ ଫାଇନାଲ ଓ ଇଂଲଣ୍ଡ ବିରୁଦ୍ଧ ୫ ଟିକିଆ ଟେଷ୍ଟ ସିରିଜ ନିମନ୍ତେ ଜୁନରେ ଇଂଲଣ୍ଡ ଯିବେ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *