IPl ୨୦୨୧: ଆଇପିଏଲର ଆଉ ଏକ ଦଳ ଉପରେ କରୋନାର ବିପଦ! କୋଲକତା, ଚେନ୍ନାଇ ପରେ ମୁମ୍ବାଇ ଏବେ ସଂକଟରେ ।

ଆଇପିଏଲର ୧୪ ତମ ସଂସ୍କରଣରେ କରୋନା ବିପଦ ସୃଷ୍ଟି କରିଛି। କେକେଆରର ଦୁଇ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ କେକେଆରର ସୋମବାରକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହ ହେବାକୁ ଥିବା ମ୍ୟାଚ ବାତିଲ ହୋଇଛି। ଏହା ଛଡା ଚେନ୍ନାଇ ସୁପର କିଙ୍ଗସର ତିନିଜଣ ସଦସ୍ୟ ପଜିଟିଭି ଚିହ୍ନଟ ହୋଇଛନ୍ତି ବୋଲି ଜଣା ଯାଇଛି। ଏହା ପରେ ଆଇପିଏଲର ବାୟୋବବୁଲ ଉପରେ ପ୍ରଶ୍ନ ଉଠୁଛି। ଏବେ ମଙ୍ଗଳବାରକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଥିବା ହେବାକୁ ମ୍ୟାଚକୁ ନେଇ ସବୁ ଦ୍ଵନ୍ଦରେ।

Google

କ୍ରିକବଜର ଖବର ଅନୁସାରେ,ଚେନ୍ନାଇ ସୁପର କିଙ୍ଗସର ବୋଲିଙ୍ଗ କୋଚ ଲକ୍ଷ୍ମୀପତି ବଲାଜି ପଜିଟିଭି ଚିହ୍ନଟ ହୋଇଛନ୍ତି। ୧ ମଇକୁ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ସେଠାରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାଫ ଏବଂ ଖେଳାଳିମାନଙ୍କୁ ଭେଟିବାର ନଜର ଆସିଥିଲେ। ଏବେ ପ୍ରୋଟୋକଲ ଅନୁସରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିଙ୍କର ମଧ୍ୟ ଟେଷ୍ଟ କରାଇବାକୁ ପଡିବ। ସମସ୍ତଙ୍କର ଦୁଇ ଥର ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ମ୍ୟାଚ ଖେଳିପାରିବେ। ଏବେ ପର୍ଯ୍ୟନ୍ତ ବୋର୍ଡ ତରଫରୁ ଏହା ଉପରେ କୌଣସି ରାୟ ଆସିନାହିଁ। ଏହା ଉପରେ ବିସିସିଆଇ କହିଛି ସେ ପୁରା ସ୍ଥିତି ଉପରେ ଲକ୍ଷ୍ୟ ରଖିଛି।

ଚାରିଟି ଜାଗାରେ ଖେଳାଯିବ ୩୧ ମ୍ୟାଚ:

ଆଇପିଏଲର ୬୦ ରୁ ୨୯ ମ୍ୟାଚ ଖେଳାଯାଇସାରିଛି। ଆଉ ୩୧ ଟି ମ୍ୟାଚ ଖେଳାଯିବ ଯାହାକି ଏହି ଚାରିଟି ଜାଗା ବାଙ୍ଗାଲୋର,ଦିଲ୍ଲୀ, ଅହମ୍ମଦାବାଦ ଓ କୋଲକତାରେ ଖେଳାଯିବ। ବଂଚିଥିବା ମ୍ୟାଚ କଥା କହିବା ତ ସବୁଠୁ ଅଧିକ ମ୍ୟାଚ ୧୦-୧୦ ମ୍ୟାଚ କଲିକତା ଓ ବାଙ୍ଗାଲୋରରେ ଖେଳାଯିବ। ଏହା ଛଡା ଅହମ୍ମଦାବାଦରେ ୭ ଓ ଦିଲ୍ଲୀରେ ୪ ମ୍ୟାଚ ହେବ ବୋଲି ଜଣା ଯାଇଛି। ଏବେବି ଦେଶରେ କୋଭିଡ଼-୧୯ ରେ ଦିନକୁ ୩ ଲକ୍ଷ ଲୋକ ସଂକ୍ରମଣ ହେଉଛନ୍ତି।

Google
ଟି-୨୦ ବିଶ୍ୱକପ କାରଣରୁ ବୋର୍ଡ ସମ୍ଭାଳିକି ପଦକ୍ଷେପ ନେଉଛି:

ଏହି ବର୍ଷ ଅକ୍ଟୋବର , ନଭେମ୍ବରରେ ଭାରତରେ ଟି-୨୦ ବିଶ୍ୱକପର ଆୟୋଜନ ହେବାର ଅଛି। ଯଦି କୋଭିଡ -୧୯ ପାଇଁ ଆଇପିଏଲକୁ ସ୍ଥଗିତ ରଖାଯିବ ତେବେ ଟି-୨୦ ବିଶ୍ୱକପ ଉପରେ ମଧ୍ୟ ପ୍ରଶ୍ନ ଉଠିବ। ଏଥିପାଇଁ ଏବେ ବିସିସିଆଇ ସମ୍ଭାଳିକି ଡିସିସନ ନେଉଛି। କିନ୍ତୁ ଦୁଇ ଟିମରେ କରୋନାର ସଂକ୍ରମଣ ଚିନ୍ତା ବଢ଼ାଇଦେଇଛି ବୋଲି ଜଣା ଯାଇଛି। ଅଷ୍ଟ୍ରେଲିଆର ଏଡ଼ମ ଜାମ୍ପା ପୂର୍ବରୁ କହିଥିଲେ କି ତାଙ୍କୁ ଭାରତର ବାୟୋବବୁଲରେ ଡର ଲାଗିଥାଏ। ଏଠି ଟିକେ ନିଜକୁ ଉଚିତ ରଖିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *