ଆଇପିଏଲ ୨୦୨୧: ଆସିଲା ବଡ ଅପଡେଟ, ହେବ ମିନି ଅକ୍ସନ, ଦଳକୁ ଦିଆଗଲା ବଡ ଦାୟିତ୍ୱ । ଜାଣନ୍ତୁ ସମ୍ପୂର୍ଣ ଖବର ।

ରିପୋର୍ଟ ଅନୁସାରେ ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଫେବୁଆରୀର ଦ୍ଵିତୀୟ ସପ୍ତାହରେ ଛୋଟ ନିଲାମୀର ପ୍ରସ୍ତୁତି ହେବ ।

Google

ଭାରତୀୟ କ୍ରିକେଟ ବୋର୍ଡ ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରିପୋର୍ଟ ଅନୁସାରେ ଫେବୁଆରୀ ମାସରେ ଛୋଟ ଆକ୍ସନ ହୋଇପାରେ । ସୋମବାରକୁ ହୋଇଥିବା ଆଇପିଏଲ ଗର୍ଭରନିଙ୍ଗ କାଉନ୍ସିଲ ବୈଠକରେ ଆଇପିଏଲ ୨୦୨୧ ପାଇଁ ଟ୍ରେଡ଼ିଙ୍ଗ ବିଡ଼କୁ ଖୋଲିଦିଆଯାଇଛି। ଆଇପିଏଲ ଟିମ ମାନଙ୍କୁ କୁହାଯାଇଛିକି ସେ ନିଜ ଖେଳାଳିମାନଙ୍କୁ ୨୧ ଜାନୁଆରୀ ମଧ୍ୟରେ ରିଲିଜ କରିପାରିବେ। ବିସିସିଆଇ ଆଇପିଏଲର ୧୪ ତମ ସଂସ୍କରଣର ଆୟୋଜନ ଭାରତରେ କରିବାକୁ ଚାହୁଁଛନ୍ତି ତଥାପି ୟୁଏଇ କୁ ବିକଳ୍ପ ରୂପରେ ରଖାଯାଇଛି। କରୋନା ଭାଇରସ ପାଇଁ ଆଇପିଏଲ ୨୦୨୦ର ପ୍ରସ୍ତୁତି ବି ୟୁଏଇରେ କରାଯାଇଥିଲା।

ଫେବୁଆରୀ ୨ୟ ସପ୍ତାହରେ ହେବ ନିଲାମୀ:

ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଫେବୁଆରୀର ଦ୍ଵିତୀୟ ସପ୍ତାହରେ ଏକ ଛୋଟ ନିଲାମୀ କରାଯାଇପାରେ। ଏହା ପୂର୍ବରୁ ଆଶା କରାଯାଉଥିଲା କି ବିସିସିଆଇ ବଡ଼ ନିଲାମୀ କରାଯାଇପାରେ। ଏହା ଛଡା ଆଇପିଏଲରେ ୧୦ ଟିମ ଅଂଶ ଗ୍ରହଣ କରିପାରନ୍ତି। ବିସିସିଆଇ ୧୦ ଟିମଙ୍କୁ ମଞ୍ଜୁରି ଦେଇଛନ୍ତି କିନ୍ତୁ ସେ ୨୦୨୨ରେ ଖେଳିବେ। ଟାଏ ସହିତ ବଡ଼ ନିଲାମୀ ମଧ୍ୟ ଆଗାମୀ ବର୍ଷ ହେବ।

ବିସିସିଆଇର ଏକ ଅଧିକାରୀଙ୍କ ଅନୁସାରେ ବୋର୍ଡ ଏଥର ଆଇପିଏଲର ଆୟୋଜନ ଭାରତରେ କରିବାକୁ ଇଛା ପ୍ରକାଶ କରିଛି କିନ୍ତୁ ଏହି କଥା ଉପରେ ନିର୍ଭର କରିବ କି ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଆୟୋଜନ ଏଠାରେ କିପରି ହେଉଛି। ବିସିସିଆଇ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟର ଆରମ୍ଭ ୧୦ ଜାନୁଆରୀରୁ କରିବାକୁ ଯାଉଛି। ଏହା ସହିତ ଭାରତରେ କ୍ରିକେଟ ଅନେକ ଦିନ ପରେ ଦେଖାଯିବ।

Google
ଆଇପିଏଲ ଟିମ ମାନଙ୍କ ପାଇଁ ମୌକା:

ନିଲାମୀ ପୂର୍ବରୁ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଆଇପିଏଲ ଟିମ ମାନଙ୍କୁ ଫାଇଦା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ନୂଆ ଖେଳାଳି ମାନଙ୍କ ପ୍ରଦର୍ଶନ ଦେଖିହେବ। ଏହି ଟୁର୍ଣ୍ଣାମେଣ୍ଟରେ ନୂଆ ଖେଳାଳି ନିଜ ପ୍ରଦର୍ଶନ ଦ୍ଵାରା ଆଇପିଏଲ ୨୦୨୧ରେ ନିଜ ଜାଗା ସୃଷ୍ଟି କରିପାରନ୍ତି। ଏଥର ଏହି ଟୁର୍ଣ୍ଣାମେଣ୍ଟରେ ଶିଖର ଧାୱାନ ,ସୁରେଶ ରାଇନା, ଇସାନ୍ତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଭୁବନେଶ୍ୱର କୁମାର, ଏସ ଶ୍ରୀଶାନ୍ତଙ୍କ ଭଳି ବଡ଼ ଖେଳାଳୀ ଖେଳୁଥିବା ନଜର ଆସିବେ। ଏହି ଟ୍ରଫିର ମ୍ୟାଚ ଭାରତର ୬ ସହରରେ ମୁମ୍ବାଇ, କୋଲକତା, ବାଙ୍ଗାଲୋର, ବଦୌଡ଼ା, ଇନ୍ଦର ଓ ଚେନ୍ନାଇରେ ହେବ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ନକ ଆଉଟ ମ୍ୟାଚ ଖେଳାଯିବ ବୋଲି ଖବର ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *