IPL ୨୦୨୧: CSK VS KKR: ରୋମାଂଚକ ମ୍ୟାଚରେ କୋଲକତାକୁ ହରାଇ ଚେନ୍ନାଇ ପାଇଲା ହାଟ୍ରିକ ବିଜୟ। ଏହି ବ୍ୟାଟ୍ସମାନ ବନିଲେ ବିଜୟର ହିରୋ।

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୩ୱିକେଟ ହରାଇ ୨୨୦ ରନ କରିଥିଲା। ଏହାର ଜବାବରେ କୋଲକତା ରସେଲ,କାର୍ତ୍ତିକ ଏବଂ କମିନସଙ୍କ ସୁନ୍ଦର ପାରି ଯୋଗୁଁ ୨୦୨ ଯାଏ ପଂହଁଚିପାରିଲା ଏବଂ ଚେନ୍ନାଇ ୧୮ ରନରେ ମ୍ୟାଚ ଜିତିଗଲା।

Google

ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକବାଡ଼ ୪୨ ବଲରେ ୪ଟି ଛକା ଏବଂ ୬ଟି ଚଉକା ସହାୟତାରେ ୬୪ ରନ କରିଥିଲେ। ଏହା ଛଡା ଡୁ ପ୍ଲେସି ଆକର୍ଷଣୀୟ ପାରି ଖେଳି ୬୦ ବଲରେ ୪ଟି ଛକା ଏବଂ ୬ ଟି ଚଉକା ସହାୟତାରେ ୯୫ ରନ କରିଥିଲେ। ମୋଇନ ଅଲି ୨୫, ମହେନ୍ଦ୍ର ସିଂ ଧୋନି ୧୭ ଏବଂ ଜାଡେଜା ଗୋଟିଏ ବଲ ଖେଳି ୬ ରନ ମାରିଥିଲେ।

କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତୀ, ସୁନୀଲ ନାରିନ ଏବଂ ରସେଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Google

କୋଲକତା ଏହି ଟାର୍ଗେଟକୁ ପିଛା କରିବା ପାଇଁ ଓହ୍ଲାଇଥିଲା ମାତ୍ର ତାର ଆରମ୍ଭ ଭଲ ନଥିଲା। ସୁଭମନ ଗିଲ ବିନା ଖାତା ଖୋଲି ଆଉଟ ହୋଇଗଲେ। ଏହା ଛଡା ନୀତିଶ ରାଣା ୯, ରାହୁଲ ତ୍ରିପାଠୀ ୮,ଇଓନ ମୋରଗାଁନ ୭, ସୁନୀଲ ନାରିନ ୪ ବନେଇଥିଲେ। କୋଲକତା ପାଇଁ କେବଳ ତିନି ଜଣ ଖେଳାଳି ଖେଳ ଦେଖେଇଥିଲେ ସେ ହେଉଛନ୍ତି ଆନ୍ଦ୍ର ରସେଲ ,ଦିନେସ କାର୍ତ୍ତିକ ଏବଂ ପ୍ୟାଟ କମିନ୍ସ। ରସେଲ ୨୨ ବଲରେ ୬ ଟି ଛକା ଏବଂ ୩ଟି ଚଉକା ସହ ୫୨ ବନେଇଥିଲେ। ଦିନେସ କାର୍ତ୍ତିକ ୨୪ ବଲରେ ୨ଟି ଛକା ଏବଂ ୪ ଟି ଚଉକା ସହ ୪୦ ଏବଂ ପ୍ୟାଟ କମିନ୍ସ ୩୪ ବଲରେ ୬ଟି ଛକା ଏବଂ ୪ଟି ଚଉକା ସହ ୬୬ ବନେଇଥିଲେ। ହେଲେ ପରିଶେଷରେ ଚେନ୍ନାଇ ମ୍ୟାଚକୁ ୧୮ ରନରେ ଜିତିନେଲା।

Google

ଚେନ୍ନାଇ ପକ୍ଷରୁ ଦୀପକ ଚାହାର ନିଜ ୪ ଓଭରରେ ୨୯ ରନ ଦେଇ ୪ଟି ୱିକେଟ,ଲୁଙ୍ଗି ନିଗିଡି ୩ଟି ଏବଂ ସାମ କରନ ଗୋଟିଏ ୱିକେଟ ପାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *