IPL ୨୦୨୧: DC VS RCB: କଡା ମୁକାବିଲା, ଶୀର୍ଷରେ ରହିବା ପାଇଁ ଦୁଇ ଦଳ ମଧ୍ୟରେ ଧାମାଶାନ ଲଢେଇ। ଦେଖନ୍ତୁ ସମ୍ଭାବ୍ୟ ଏକାଦଶ।

ଆଇପିଏଲର ୧୪ ତମ ସଂସ୍କରଣ ବହୁତ ରୋମାଞ୍ଚକର ହେବାରେ ଲାଗିଛି। ମ୍ୟାଚ ଯେମିତି ବଢିଚାଲିଛି ଟିମ ମାନେ ପ୍ଲେଅଫରେ ପହଁଚିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। ଆଜି ୨୭ ଏପ୍ରିଲକୁ ଏକ ବଡ଼ ମ୍ୟାଚ ଖେଳାଯିବାର ଅଛି। ଏହି ମ୍ୟାଚ ପୂର୍ଵ ବର୍ଷର ରନରର୍ସପ ଦିଲ୍ଲୀ କ୍ୟାପିଟଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିମ ଏହି ବର୍ଷ ଭଲ ଫର୍ମରେ ରହିଛନ୍ତି।

Google

ଗୋଟେ ପଟେ ଭାରତର କ୍ୟାପଟେନ ବିରାଟ କୋହଲି ଥିବାବେଳେ ଅନ୍ୟ ପଟେ ଯୁବ କ୍ୟାପଟେନ ରିସଭ ପନ୍ତ ଅଛନ୍ତି। ଏହି ବର୍ଷ ଦୁଇ ଟିମ ଭଲ ପ୍ରଦର୍ଶନ ମଧ୍ୟ ଜାରିରଖିଛନ୍ତିନ୍ତି। ଦିଲ୍ଲୀ ଏହାର ପୂର୍ଵ ମ୍ୟାଚରେ ସୁପର ଓଭରରେ ମ୍ୟାଚ ଜିତିଥିବା ବେଳେ ଆରସିବି ଏହାର ପୂର୍ଵ ମ୍ୟାଚରେ ହାରିଯାଇଥିଲା। ଆରସିବି ଲଗାତର ଚାରିଟି ମ୍ୟାଚ ଜିତିଥିଲା ଏହା ପୂର୍ଵ ମ୍ୟାଚଟି କିନ୍ତୁ ଚେନ୍ନାଇ ସହ ହାରିଯାଇଥିଲା। ଏହା ପରେ ମଧ୍ୟ ଆରସିବି ୫ ଟି ମ୍ୟାଚରୁ ୪ ଟି ଜିତି ୮ ଅଙ୍କ ସହ ତୃତୀୟ ସ୍ଥାନରେ ଅଛି।ସେହିପରି।ଦିଲ୍ଲୀ ମଧ୍ୟ ୫ ରୁ ୪ ମ୍ୟାଚ ଜିତି ୮ ଅଙ୍କ ସହ ୨ ୟ ସ୍ଥାନରେ ଅଛି। ଦିଲ୍ଲୀର ନେଟ ରନ ରେଟ ଆରସିବି ଠୁ ଅଧିକ ରହିଥୁବାରୁ ସେ ଆଗରେ ଅଛି।

ଆରସିବି ଏଥର ନିଜ ଟିମରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାସ୍କୋଏଲଙ୍କୁ ସାମିଲ କରିବା ଦ୍ଵାରା ଟିମ ବହୁତ ମଜବୁତ ହୋଇଯାଇଛି।ସେ ମଧ୍ୟ ଭଲ ପ୍ରଦର୍ଶନ ଜାରିରଖିଛନ୍ତି। ଏ ବର୍ଷ ଆରସିବିର ସବୁଠୁ ଭଲ ପରିବର୍ତ୍ତନ ହେଉଛି ବୋଲିଙ୍ଗ ଯାହା ସବୁ ସଂସ୍କରଣ ଅପେକ୍ଷା ଭଲ ରହିଛି।ମହମ୍ମଦ ସିରାଜ ସୁନ୍ଦର ପ୍ରଦର୍ଶନ କରୁଥିବା ବେଳେ ହର୍ଷଲ ପଟେଲଙ୍କ ପାଖରେ ପର୍ପଲ କ୍ୟାପ ଅଛି। ଓପନର ଦେବଦତ ପଡିକଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ସେହିପରି ଦିଲ୍ଲୀ ଟିମ ମଧ୍ୟ କୌଣସି ଗୁଣରେ କମରେ ନାହିଁ। ଦିଲ୍ଲୀର ଓପନର ଶିଖର ଧୱନଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଛି। ଏହା ସହ ଦିଲ୍ଲୀ ଟିମ ପାଖରେ ରିସଭ ପନ୍ତ ଓ ସିମରାନ ହେଟମାୟର ଏବଂ ମାର୍କସ ଷ୍ଟୋଇନିକ୍ସଙ୍କ ପରି ବିସ୍ପୋଟକ ପାରି ଖେଳିବା ଭଳି ଖେଳାଳି ଅଛନ୍ତି। ମିଡଲ ଅର୍ଡରରେ ଷ୍ଟିବ ସ୍ମିଥଙ୍କ ପରି ଅନୁଭବୀ ଖେଳାଳି ଅଛନ୍ତି। ବୋଲିଙ୍ଗରେ ଅନୁଭବୀ ରବାଡ଼ାଙ୍କ ସହ ଯୁବ ଆବେଶ ଖାନ ଅଛନ୍ତି। ଅକ୍ଷର ପଟେଲ ଆସିବା ଦ୍ଵାରା ଦିଲ୍ଲୀର ସ୍ପିନ ଆହୁରି ମଜବୁତ ହୋଇଯାଇଛି। ଅଶ୍ୱିନୀ, ଅକ୍ଷର ଓ ଅମିତ ମିଶ୍ରା ସୁନ୍ଦର ବୋଲିଙ୍ଗ କରୁଛନ୍ତି ଯାହା ବାଙ୍ଗଲୋରର ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।

Google
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

ବାଙ୍ଗାଲୋର: ଦେବଦତ ପଡିକଲ, ବିରାଟ କୋହଲି(କ୍ୟାପଟେନ) ରଜତ ପତିଦର/ଶହବାଜ ଅହମ୍ମଦ, ଗ୍ଲେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ୱାସିଙ୍ଗଟନ ସୁନ୍ଦର, ଡେନିୟଲ ସାମସ , କାଏଲ ଯେମିସନ,ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ।

Google

ଦିଲ୍ଲୀ କ୍ୟାପିଟଲ୍ସ:ପୃଥୀ ସ୍ୱ, ଶିଖର ଧୱନ, ଷ୍ଟିବ ସ୍ମିଥ, ରିସଭ ପନ୍ତ(କ୍ୟାପଟେନ), ସିମରାନ ହେଟମାୟର, ମାର୍କସ ଷ୍ଟୋନିସ,ଲଲିତ ଯାଦବ, ଅକ୍ଷର ପଟେଲ, କଗିସୋ ରବାଡା, ଅମିତ ମିଶ୍ରା , ଆବେଶ ଖାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *