IPL ୨୦୨୧: DC VS SRH: ସୁପରଓଭରରେ ଜିତିଲା ଦିଲ୍ଲୀ। ଏହି ଖେଳାଳି ରହିଲେ ମ୍ୟାନ ଅଫ ଦି ମ୍ୟାଚ।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୯ ରନ ବନେଇଥିଲା। ଦଳ ପକ୍ଷରୁ ପୃଥ୍ବୀ ସ୍ୱ ୩୯ ବଲରେ ଗୋଟିଏ ଛକା ଏବଂ ୭ ଟି ଚଉକା ସହ ୫୩ ,ଶିଖର ଧୱନ ୨୮, ଷ୍ଟିଭ ସ୍ମିଥ ୨୫ ବଲରେ ୩୪ , କ୍ୟାପଟେନ ପନ୍ତ ୨୭ ବଲରେ ୩୭ ରନର ପାରି ଖେଳିଥିଲେ।

Google

ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୋଲ ୨ଟି ଏବଂ ରସିଦ ଖାନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ହାଇଦ୍ରାବାଦ ଏହି ଟାର୍ଗେଟର ପିଛା କରି ବେୟାରଷ୍ଟ୍ରୋଙ୍କ ଆକର୍ଷଣୀୟ ୧୮ ବଲରେ ୩୮ ଯୋଗୁଁ ଦଳ ଭଲ ପରିସ୍ଥିତିକୁ ଆସିଥିଲା। ଶେଷରେ କେନ ୱିଲିୟମସନଙ୍କ ୫୧ବଲରେ ୬୬ ଯୋଗୁଁ ଦଳ ବରାବର କରିବାକୁ ସକ୍ଷମ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ଜଗଦୀଶ ସୂଚିତ ୬ ବଲରେ ଗୋଟିଏ ଛକା ଏବଂ ୨ଟି ଚଉକା ମାରି ଖେଳକୁ ସୁପରଓଭରକୁ ନେଇଥିଲେ।

Google

ଦିଲ୍ଲୀ ପକ୍ଷରୁ ଆଭେସ ଖାନ ୩ଟି ୱିକେଟ ଅକ୍ତିଆର କରିଥିଲେ ଏବଂ ଅକ୍ସର ପଟେଲ ୨ଟି ୱିକେଟ ପାଇଥିଲେ।

Google

ସୁପରଓଭରରେ ହାଇଦ୍ରାବାଦ ପକ୍ଷରୁ କ୍ୟାପଟେନ ୱାରନର ଏବଂ କେନ ୱିଲିୟମସନ ଆସିଥିଲେ। ହାଇଦ୍ରାବାଦ ସୁପର ଓଭରରେ ୭ ହିଁ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ପନ୍ତ ଏବଂ ଧୱନ ଆସି ଶେଷ ବଲରେ ମ୍ୟାଚ ଜିତିନେଇଥିଲେ। ପୃଥୀ ସ୍ୱ ନିଜ ଆକର୍ଷଣୀୟ ପାରି ପାଇଁ ମ୍ୟାନ ଅଫ ଦି ମ୍ୟାଚ ରହିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *