IPL ୨୦୨୧: ଜାଡେଜାଙ୍କ ଖୁଲାସା, ହର୍ଷଲ ପଟେଲଙ୍କ ଫାଇନାଲ ଓଭରର ପୂର୍ବରୁ ଏହି କଥା କହିଥିଲେ ଧୋନି । ଜାଣନ୍ତୁ ସମ୍ପୂର୍ଣ କଥା ।

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସୁନ୍ଦର ପ୍ରଦର୍ଶନ ପାଇଁ ଚେନ୍ନାଇ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ ୨୦୨୧ର ୧୯ ତମ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬୯ ରନରେ ହରାଇଦେଇଛି। ୱାନଖଡେ ଷ୍ଟାଡିୟମରେ ଜାଡେଜା ପ୍ରଥମେ ବ୍ୟାଟରେ କମାଲ ଦେଖାଇଲେ ଓ ମାତ୍ର ୨୮ ବଲରେ ୬୨ ରନର ସୁନ୍ଦର ପାରି ଖେଳିଗଲେ। ଏହା ପରେ ବୋଲିଙ୍ଗ କରି ୧୩ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ ଓ ଗୋଟେ ରନ ଆଉଟ ମଧ୍ୟ କରିଛନ୍ତି। ଏହି ପରି ତିନିଥର ଆଇପିଏଲ ଟ୍ରଫି ଉଠାଇଥିବା ଚେନ୍ନାଇ ଲଗାତର ଏହି ସିଜନରେ ଚତ୍ରୁର୍ଥ ବିଜୟ ହାସଲ କରିଥିବା ବେଳେ ବାଙ୍ଗଲୋରକୁ ପ୍ରଥମ ଝଟକା ଲାଗିଛି। ଜାଡେଜା ହର୍ଷଲ ପଟେଲଙ୍କର ଅନ୍ତିମ ଓଭରରେ ୫ ଟି ଛକା ଓ ୧ ଟି ଚୌକା ମାରିଥିଲେ ଓ ସେହି ଓଭରରେ ମୋଟ ୩୭ ରନ ହୋଇଥିଲା ବୋଲି ଜଣା ଯାଇଛି। ଜାଡେଜା ମ୍ୟାଚ ପରେ କହିଛନ୍ତି ଧୋନି ହର୍ଷଲଙ୍କ ଶେଷ ଓଭର ବିଷୟରେ ଆଗକୁ କହିଥିଲେ।

IPL 2021: Ravindra Jadeja slams 37 runs in Harshal Patel's single over
Google

ୱାନଖଡେ ଷ୍ଟାଡିୟମରେ ରବିବାରକୁ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୪ ୱିକେଟ ହରାଇ ୧୯୧ ରନର ବଡ଼ ସ୍କୋର କରିଥିଲା। ଏହାର ପିଛା କରି ବାଙ୍ଗାଲୋର ୯ ୱିକେଟ ହରାଇ ୧୨୨ ରନ ହିଁ କରିପାରିଲା। ଏହା ସହିତ ଚେନ୍ନାଇ ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ପ୍ରଥମ ନମ୍ବରରେ ପହଁଚିଗଲା ଓ ବାଙ୍ଗାଲୋର ଗୋଟେ ମ୍ୟାଚ ହାରି ୮ ଅଙ୍କ ସହ ୩ୟ ନମ୍ବରରେ ପହଁଚିଲା।

ମ୍ୟାନ ଅଫ ଦି ମ୍ୟାଚ ବଛାଯାଇଥିବା ଜାଡେଜା କହିଛନ୍ତି,”ମୁଁ ଶେଷ ଓଭରରେ ବଲକୁ ହିଟ କରିବାକୁ ଚାହୁଁଥିଲି। ମାହି ଭାଇ ମତେ ପୂର୍ବରୁ କହିଥିଲେ ହର୍ଷଲ ପ୍ରଥମେ ବଲ ଷ୍ଟମ୍ପରେ କରିବ ଓ ମୁଁ ଏଥିପାଇଁ ପ୍ରସ୍ତୁତ ଥିଲି। ମୁଁ ବଲକୁ ଭଲସେ କନେକ୍ଟ କରିପାରିଲି ଓ ଆମେ ୧୯୧ ର ସ୍କୋର ପର୍ଯ୍ୟନ୍ତ ପହଁଚିଗଲୁ। ଶେଷ ଓଭର ଆମ ପାଇଁ ପ୍ରମୁଖ ଥିଲା। ମୁଁ ଜାଣିଥିଲିକି ଯଦି ମୁଁ ଷ୍ଟାଇକରେ ରହିବି ଅଧିକ ରନ କରିପାରିବି। ଆଜି ମୋ ଦିନ ନଥିଲା ବାସ ଏକ ରନ ଆଉଟ କରିପାରିଛି (ହସିକି) ମୁଁ ଅତ୍ୟନ୍ତ ଖୁସି ଅଛି”।

Google

ସେ ଆଗକୁ କହିବାର ନଜର ଆସିଲେ,”ମୁଁ ଆଜି ଖେଳର ପୁରା ଫାଇଦା ଉଠାଇଲି। ଯେବେ ଆପଣ ଟିମର ବିଜୟରେ ଯୋଗଦାନ ଦେଇଥାନ୍ତି ବହୁତ ଖୁସି ଅନୁଭବ ହୋଇଥାଏ। ମୁଁ ନିଜେ ଫିଟନେସ ଓ ପ୍ରତିଭା ଉପରେ ବହୁତ ପରିଶ୍ରମ କରିଥାଏ। ଭାଗ୍ୟଶାଳୀ ଅଟେକି ଆଜି ଗ୍ରାଉଣ୍ଡରେ ମଧ୍ୟ କମାଲ ଦେଖାଇବାରେ ସଫଳ ହେଲି। ମୁଁ ଟ୍ରେନିଙ୍ଗରେ କେବେ ବ୍ୟାଟିଂ, ବୋଲିଙ୍ଗ ଓ ଫିଲଡିଙ୍ଗ ଉପରେ କାମ କରିନଥାଏ। ଗୋଟେ ଦିନ ନିଜ ପ୍ରତିଭା ଉପରେ ଓ ଆଉଗୋଟେ ଦିନ ଫିଟନେସ ଉପରେ କାମ କରିଥାଏ ,ଏହିପରି କରିଥାଏ”।

ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଜାଡେଜା ୬୨ ଓ ଓପନର ଡୁ ପ୍ଲେସି ୫୦ ଅର୍ଦ୍ଧଶତକ ଯୋଡିଲେ। ଡୁ ପ୍ଲେସି ୪୧ ବଲରେ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ ଯେବେକି ଜାଡେଜା ମାତ୍ର ୨୮ ବଲରେ ୪ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଆରସିବି ପାଇଁ ପ୍ରେସର ହର୍ଷଲ ପଟେଲ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିଲେ କିନ୍ତୁ ୫୧ ରନ ମଧ୍ୟ ଦେଇଦେଇଥିଲେ। ବ୍ୟାଟିଙ୍ଗ କରିବାକୁ ଆସିବା ପରେ ବାଙ୍ଗଲୋରର ମାତ୍ର ୪ ଜଣ ଖେଳାଳି ଦେବଦତ ପଡିକଲ ୩୪, ଗ୍ଲେନ ମାକ୍ସୋଏଲ ୨୨, କାଇଲ ଯେମିସନ ୧୬, ମହମ୍ମଦ ସିରାଜ ୧୨, ହିଁ ଦୁଇ ଅଙ୍କର ରନ ପର୍ଯ୍ୟନ୍ତ ପହଁଚିଥିଲେ। ଜାଡେଜାଙ୍କ ଛଡା ସ୍ପିନର ଇମରାନ ତାହୀର ୧୬ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ସାମ କରନ ଓ ସାରଦୁଲ ଠାକୁରଙ୍କୁ ଗୋଟିଏ ଲେଖାଁଏ ୱିକେଟ ହାସିଲ ହୋଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *