IPL ୨୦୨୧ ର ନମ୍ବର ୧ ବୋଲରଙ୍କୁ ଜାଡେଜା ମାରିଲେ ଗୋଟିଏ ଓଭରରେ ୫ଟି ଛକା। ଗେଲଙ୍କ ଏହି ରେକର୍ଡ ସହ ସମକକ୍ଷ! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ରବିନ୍ଦ୍ର ଜାଡେଜା ଆଇପିଏଲ ୨୦୨୧ର ୧୯ ତମ ମ୍ୟାଚରେ ଇତିହାସ ରଚିଲେ। ସେ ଆରସିବି ବିରୁଦ୍ଧରେ କେବଳ ୨୫ ଟି ବଲରେ ଅର୍ଦ୍ଧଶତକ ହାସଲ କଲେ। ଶେଷ ଓଭରରେ ରେକର୍ଡ ୩୭ ରନ କଲେ। ଏହାସହ ସେ କ୍ରିସ ଗେଲଙ୍କ ୧୦ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ମଧ୍ୟ ହେଲେ।

Google

କ୍ରିସ ଗେଲ ୮ ମଇ ୨୦୧୧କୁ ଆଇପିଏଲର ୪ର୍ଥ ସଂସ୍କରଣରେ ଆରସିବି ପଟରୁ ଖେଳି କୋଚି ଟସ୍କରସ କେରଳ ବିରୁଦ୍ଧରେ ପ୍ରଶାନ୍ତ ପରମେଶ୍ବରଙ୍କ ଓଭରରେ ୩୭ ରନ ବନେଇଥିଲେ। ଜାଡେଜା ଏବେ କ୍ରିସ ଗେଲଙ୍କ ସହ ସମକକ୍ଷ ହୋଇ ଗୋଟିଏ ଓଭରରେ ଅଧିକ ରନ କରିବାରେ ୧ ନମ୍ବରରେ ଅଛନ୍ତି। ସେ ଆଇପିଏଲ ୨୦୨୧ର ନମ୍ବର ୧ ବୋଲର ହର୍ଷଲ ପଟେଲଙ୍କ ଓଭରରେ ୩୭ ରନ କଲେ।ଏହା ବହୁତ ମଜାଦାର କାହିଁକିନା ହର୍ଷଲଙ୍କ ପାଖରେ ପରପଲ କ୍ୟାପ ରହିଛି, ସେ ଏବେ ପର୍ଯ୍ୟନ୍ତ ଆଇପିଏଲରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି।

ହର୍ଷଲ ଆଇପିଏଲର ଶେଷ ଓଭରରେ ସବୁଠାରୁ ଅଧିକ ରନ ଦେବାର ରେକର୍ଡ ମଧ୍ୟ ନିଜ ନାମରେ କଲେ। ସେ କ୍ରିଷ ଜୋର୍ଡ଼ନଙ୍କୁ ମଧ୍ୟ ପଛରେ ଛାଡିଦେଲେ। ମାର୍କସ ଷ୍ଟୋଇନିକସ ଆଇପିଏଲ ୨୦୨୦ ରେ ଜୋର୍ଡନଙ୍କ ଓଭରରେ ୩୦ ରନ ମାରିବାର ନଜର ଆସିଥିଲେ। ଏହା ପୂର୍ବରୁ ୨୦୧୭ ରେ ହାର୍ଦ୍ଦିକ ପାଣ୍ଡ୍ୟା ଅଶୋକ ଦିଣ୍ଡାଙ୍କୁ ୩୦ ରନ ମାରିବାର ନଜର ଆସିଥିଲେ।

Google
ଏମିତି ଥିଲା ଶେଷ ଓଭର:

ପ୍ରଥମ ବଲ:ଜାଡେଜା ଅଫ କଟର ବଲକୁ କର୍ଣ୍ଣର ଅଞ୍ଚଳରେ ଛକା ମାରିଲେ।

ଦ୍ଵିତୀୟ ବଲ:ମିଡ ୱିକେଟ ଅଞ୍ଚଳରେ ଛକା।

ତୃତୀୟ ବଲ:ଏକ ନୋ ବଲକୁ ଲଙ୍ଗ ଅନ ଉପରେ ଛକା ମାରିଲେ।

ତୃତୀୟ ବଲ: ବ୍ୟାକ ଅଫ ଲେନଥ ବଲକୁ ଡିପ ମିଡୱିକେଟ ଅଞ୍ଚଳରେ ଛକା ମାରିଲେ।

ଚତୁର୍ଥ ବଲ: ଏହି ବଲକୁ ଜାଡେଜା କଭର ଉପରେ ଖେଳି ୨ ରନ ସଂଗ୍ରହ କରିବାର ନଜର ଆସିଥିଲେ।

Google

ପଞ୍ଚମ ବଲ: ଏକ ଫୁଲ ଟୋସ ବଲକୁ ଜାଡେଜା ଲଙ୍ଗ ଅନରେ ଛକା ମାରିଲେ।

ଷଷ୍ଠ ବଲ: ଏକ ସ୍ଲଟ ବଲକୁ ଜାଡେଜା ମିଡ ୱିକେଟ ଓ ସ୍କୋୟାର ଲେଗ ମଧ୍ୟରେ ଏକ ଚୋୖକା ମାରିବାର ନଜର ଆସିଥିଲେ।

ଆଇପିଏଲ ୨୦୧୧ରେ ଗେଲ ଏମିତି ମାରିଥିଲେ ୩୭ ରନ:

ଗେଲ ପ୍ରଥମ ବଲରେ ଏକ ଛକା ମାରିଥିଲେ। ପ୍ରେସରରେ ପରମେସ୍ୱରଙ୍କ ଦ୍ଵିତୀୟ ବଲକୁ ମଧ୍ୟ ଛକା ମାରିଲେ। ଓ ଏହା ଏକ ନୋ ବଲ ଥିଲା। ଏହା ପରେ ଗେଲ ଦ୍ଵିତୀୟ ଓ ତୃତୀୟ ବଲରେ ଚୋୖକା ଓ ଚତୁର୍ଥ ଓ ପଞ୍ଚମ ବଲରେ ଛକା ମାରିବାର ନଜର ଆସିଲେ। ଶେଷ ବଲରେ ମଧ୍ୟ ଗେଲ ଚୋୖକା ମାରି ଏହି ଓଭରରେ ୩୭ ରନ କରିଦେଇଥିଲେ।ଏହା ଆଇପିଏଲର ସବୁଠାରୁ ଅଧିକ ରନ ଦେଇଥିବା ଓଭର ବନିଗଲା।

Google

ରବିନ୍ଦ୍ର ଜାଡେଜା ମଧ୍ୟ ହର୍ଷଲଙ୍କ ବଲ ମାରି ୩୭ ରନ କଲେ।ସେ ଆରସିବି ବିରୁଦ୍ଧରେ ବୋଲିଂ ମଧ୍ୟ ଭଲ କରିଥିଲେ। ସେ ଚାରି ଓଭରରେ ୧୩ ରନ ଦେଇ ଗୋଟେ ମେଡେନ ଓଭର ସହ ୩ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *