IPL ୨୦୨୧: KKR VS RR: ଆଜିର ବଡ଼ ମୁକାବିଲା। ବିଜୟ ଆଶାରେ ଓହ୍ଲାଇପାରନ୍ତି ଦୁଇ ଦଳ! ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ।

ଆଇପିଏଲର ୧୪ ତମ ସଂସ୍କରଣ ଆରମ୍ଭ ହୋଇସାରିଛି।ପ୍ରାୟତଃ ସବୁ ଟିମ ୪ ଲେଖା ମ୍ୟାଚ ଖେଳିସାରିଲେଣି। ଆଜି ଶନିବାର ୨୪ ଏପ୍ରିଲକୁ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେରେ କେକେଆର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଅଛି।ଦୁ ଇ ଟିମ ପାଇଁ ଏହି ମ୍ୟାଚ ଜିତିବା ବହୁତ ଜରୁରୀ କାରଣ ଦୁଇ ଟିମ ପୂର୍ଵ ମ୍ୟାଚ ହାରିକି ଆସିଛନ୍ତି। ପ୍ଲେ ଅଫରେ ସ୍ଥାନ ପାଇବା ପାଇଁ ହେଲେ ଦୁଇ ଟିମକୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଦୁଇ ଦଳ ଆଜି ବିଜୟ ଆଶାରେ ଖେଳିବାର ନଜର ଆସିପାରନ୍ତି। କାରଣ ଦୁଇ ଦଳ ଏଯାଏ ଗୋଟିଏ ହିଁ ମ୍ୟାଚ ଜିତିବାର ନଜର ଆସିଛନ୍ତି।

Google

ଦୁଇ ଟିମର ଆମ୍ନା ସାମ୍ନା କଥା କହିବା ତ ଦୁଇ ଟିମ ୨୨ ଥର ସାମ୍ନା ହୋଇଛନ୍ତି ଓ କେକେଆର ୧୨ ଥର ଜିତିଥିବା ବେଳେ ରାଜସ୍ଥାନ ୧୦ ଥରଜିତିଛି। ଆଜିର ମ୍ୟାଚ ବହୁତ ରୋମାଞ୍ଚକର ହେବାକୁ ଯାଉଛି। କେକେଆର ଏହା ପୂର୍ଵ ମ୍ୟାଚ ଏହି ୱାନଖଡେ ଷ୍ଟାଡିୟମରେରେ ଚେନ୍ନାଇ ବିରୁଦ୍ଧରେ ଖେଳିଥିଲା ଓ ହାରିଯାଇଥିଲା ଏହା ପରେ ମଧ୍ୟ କେକେଆର ଭଲ ବ୍ୟାଟିଙ୍ଗ କରିଥିଲା। ଆନ୍ଦ୍ର ରସଲ ଫର୍ମକୁ ଆସିବା ବିରୋଧୀ ଟିମଙ୍କ ପାଇଁ ଭୟାନକ ହୋଇପାରେ। କେକେଆର ନିଜ ବୋଲିଙ୍ଗରେ ପରିବର୍ତ୍ତନ କରିପାରେ କାରଣ ଚେନ୍ନାଇ ସହ ମ୍ୟାଚରେ ବୋଲର ମାନେ ବହୁତ ଖରାପ ପ୍ରଦର୍ଶନ କରିଥିଲେ।

ରାଜସ୍ଥାନ ମଧ୍ୟ ପୂର୍ଵ ମ୍ୟାଚ ଆରସିବି ହାତରେ ହାରିଥିଲା।ରାଜସ୍ଥାନର ବ୍ୟାଟିଙ୍ଗ ମଧ୍ୟ ଭଲ ଥିଲା କିନ୍ତୁ ବୋଲିଙ୍ଗ ବହୁତ ଖରାପ ଥିଲା। ଆରସିବି ବିରୁଦ୍ଧରେ ରାଜସ୍ଥାନର ବୋଲର ମାନେ ଗୋଟେ ମଧ୍ୟ ୱିକେଟ ଅକ୍ତିଆର କରିପାରିନଥିଲେ। ଏହା ଉପରେ ଯୁବ ଅଧିନାୟକ ସଞ୍ଜୁ ସାମସନଙ୍କୁ ଧ୍ୟାନରେ ରଖିବାକୁ ପଡିବ କାରଣ ୱାଖଡେ ଷ୍ଟାଡିୟମରେ ବ୍ୟାଟିଙ୍ଗ ପାଇଁ ବହୁତ ଭଲ ଅଟେ। ଯେଉଁ ଟିମ ବୋଲିଙ୍ଗ ଭଲ କରିବ ସେହି ଟିମ ମ୍ୟାଚ ଜିତିବ। କେକେଆରର ବୋଲିଙ୍ଗର ଦାଇତ୍ୱ ଅନୁଭବୀ ପେଟ କମିନ୍ସଙ୍କ ଉପରେ ରହିବ ତାଙ୍କ ସହ ଯୁବ ବୋଲର ସିବିମ ମାବି ଓ ପ୍ରସିଦ୍ଧ କୃଷ୍ଣା ରହିବେ। ସେହିପରି ରାଜସ୍ଥାନ ରୟାଲ୍ସର ବୋଲିଙ୍ଗ ଦାୟୀତ୍ୱରେ କ୍ରିସ ମୋରିସ ଓ ମୁସ୍ତଫିଜୁର ରହମାନ ରହିବେ। ଏହା ସହ ଯୁବ ବୋଲର ଚେତନ ସକାରିୟା ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତୁ।

Google
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

କୋଲକତା ନାଇଟ ରାଇଡ଼ର୍ଶ:ନୀତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନ(କ୍ୟାପଟେନ), ଦିନେସ କାର୍ତିକ, ସୁନୀଲ ନାରାୟଣ, ଆନ୍ଦ୍ର ରସଲ, ପେଟ କମିନ୍ସ, ସିଭମ ମାବି, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କ୍ରିଷ୍ଣା।

Google

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ୟୟସ୍ୱି ଜୟସୱାଲ, ସଞ୍ଜୁ ସାମସନ(କ୍ୟାପଟେନ), ଡେଭିଡ ମିଲର,ସିଭମ ଦୁବେ, ରିୟାନ ପରାଗ, କ୍ରିସ ମୋରିସ,ରାହୁଲ ତେୱାଟିୟା, ଶ୍ରେୟସ ଗୋପାଲ, ଚେତନ ସକାରିୟା, ମୁସ୍ତଫିଜୁର ରହମାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *