IPL ୨୦୨୧: PBKS VS MI: ଆଜିର ମହାମୁକାବିଲାରେ ଏହି ଚୂଡାନ୍ତ ଏକାଦଶ ସହ ଓହ୍ଲାଇପାରନ୍ତି ଦୁଇ ଦଳ! ଦେଖନ୍ତୁ ଲିଷ୍ଟ।

ଆଇପିଏଲର ୧୪ ତମ ସଂସ୍କରଣର ଆରମ୍ଭ ହୋଇସାରିଛି।ସବୁ ଟିମ ନିଜର ପ୍ରଦର୍ଶନ ଜାରିରଖିଛନ୍ତି ପ୍ଲେଅଫରେ ପହଁଚିବା ପାଇଁ। ଆଜିର ମହାମୁବାବିଲା ଅଛି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ। ଯାହାକୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦୁଇ ଟିମ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଦୁଇଟି ଯାକ ଟିମ ନିଜର ପୂର୍ବ ମ୍ୟାଚ ହାରିଛନ୍ତି।

Google

ପଏଣ୍ଟ ଟେବୁଲର କଥା କହିବାତ ମୁମ୍ବାଇ ଇଣ୍ଡିଆନ୍ସ ୪ ଟି ମ୍ୟାଚ ଖେଳି ସେଥିରୁ ଦୁଇଟି ବିଜୟ କରି ୪ ଅଙ୍କ ସହ ପଏଣ୍ଟ ଟେବୁଲରେ ଚତ୍ରୁର୍ଥ ସ୍ଥାନରେ ଅଛି। ପଞ୍ଜାବ କିଙ୍ଗସ ୪ଟି ମ୍ୟାଚରୁ ୧ ଟି ରେ ବିଜୟ ହାସଲ କରି ୨ ଅଙ୍କ ସହ ୭ମ ସ୍ଥାନରେ ଅଛି। ମୁମ୍ବାଇ ନିଜ ପ୍ରଥମ ମ୍ୟାଚ ହାରିବା ପରେ ଲଗାତର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିଲା।ଏହା ପର ଶେଷ ମ୍ୟାଚରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ହାରି ଯାଇଛି।

ପଞ୍ଜାବର ଏହି ସଂସ୍କରଣରେ ପ୍ରଦର୍ଶନ ଭଲ ନାହିଁ।ପ୍ରଥମ ମ୍ୟାଚରେ ଏକ ସୁନ୍ଦର ବିଜୟ ସହ ପଞ୍ଜାବ ଆରମ୍ଭ କରିଥିଲା ।ଏହା ପରେ ଲଗାତର ତିନୋଟି ମ୍ୟାଚରେ ପଞ୍ଜାବକୁ ପରାଜୟର ସାମ୍ନା କରିବାକୁ ପଡିଛି।ପଞ୍ଜାବ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ମୁମ୍ବାଇ ଟିମ କୌଣସି ପରିବର୍ତ୍ତନ କରି ନପାରେ କାରଣ ମୁମ୍ବାଇ ପ୍ରାୟତଃ ନିଜର ଗୋଟିଏ ଚୂଡାନ୍ତ ଏକାଦଶ ସହ ଖେଳିଥାଏ। ପୂର୍ଵ ମ୍ୟାଚ ମଧ୍ୟ ମୁମ୍ବାଇ ଅଳ୍ପକେ ହାରିଥିଲା।

Google

ମୁମ୍ବାଇର ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ସେହିପରି ପଞ୍ଜାବର ବୋଲରମାନେ କୌଣସି ଖାସ ପ୍ରଦର୍ଶନ କରିପାରିନାହାଁନ୍ତି। ଚେନ୍ନାଇରେ ସ୍ପିନର ମାନଙ୍କ ପାଇଁ ବେସି ଅନୁକୂଳ। ମୁମ୍ବାଇ ଜୟନ୍ତ ଯାଦବଙ୍କୁ ଆଉ ଏକ ମ୍ୟାଚ ମୌକା ଦେଇପାରେ ବା ପିୟୁଶ ଚାବଲାଙ୍କୁ ମଧ୍ୟ ମୌକା ଦିଆଯାଇପାରେ। ଯଦି ପିୟୁଶ ଚାୱଲା ଖେଳନ୍ତି ହୁଏତ କୁନାଲ ପାଣ୍ଡିଆ ନଖେଳିପାରନ୍ତି। ରାହୁଲ ଚାହାରତ ନିଶ୍ଚିନ୍ତ ଭାବେ ଟିମର ଅଂଶ ରହିବେ। ସେହିପରି ପଞ୍ଜାବ ପାଖରେ ମଧ୍ୟ ଭଲ ସ୍ପିନ ବିକଳ୍ପ ଅଛି। ଅଧିନାୟକ କେଏଲ ରାହୁଲ ଚାହିଁବେ ସ୍ପିନରଙ୍କୁ ଭଲ ଭାବରେ ଉପଯୋଗ କରିବେ।ରାହୁଲଙ୍କ ପାଖରେ ମୁର୍ଗନ ଅଶ୍ୱିନୀ ଓ ରବି ବିସ୍ନୋଇ ଅଛନ୍ତି।ଚେନ୍ନାଇର ପିଚ ବ୍ୟାଟିଙ୍ଗ ପାଇଁ ଏତେ ଅନୁକୂଳ ନୁହେଁ।

ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ କଣ ହୋଇପାରେ?:

ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ ଡିକକ, ରୋହିତ ଶର୍ମା(କ୍ୟାପଟେନ) ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା/ପୀୟଶ ଚାୱଲା,ଇସାନ କିଶନ, ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାଡ଼, ରାହୁଲ ଚାହାର, ଜୟନ୍ତ ଯାଦବ, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲଟ।

Google

ପଞ୍ଜାବ କିଙ୍ଗସ: କେଏଲ ରାହୁଲ(କ୍ୟାପଟେନ) ,ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ନିକୋଲେସ ପୁରନ,ମୋଜେସ ହେନରକସ,ଦୀପକ ହୁଡା, ସାହାରୁଖ ଖାନ,ମୁରଗନ ଅଶ୍ୱିନୀ, ରବି ବିସ୍ନୋଇ, ମହମ୍ମଦ ସାମୀ , ଅର୍ସଦୀପ ସିଂହ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *