IPL ୨୦୨୧: ଆଇପିଏଲର ବାକି ଥିବା ୩୧ ମ୍ୟାଚ କେବେ ହେବ? ଜାଣନ୍ତୁ ବିସିସିଆଇ ସାମ୍ନାରେ କଣ ଅଛି ବିକଳ୍ପ।

ଆଇପିଏଲ ୨୦୨୧କୁ ଅନିଧିସ୍ଟକାଳ ପର୍ଯ୍ୟନ୍ତ ସସପେଣ୍ଡ କରିଦିଆଯାଇଛି। ଅନେକ ଖେଳାଳି ସଂକ୍ରମିତ ହେବା ପରେ ବିସିସିଆଇ ଏଭଳି ଫଇସଲା ନେଇଛନ୍ତି। ଗୋଟେ ଦିନ ପୂର୍ବରୁ କେକେଆର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର ପଜିଟିଭ ଚିହ୍ନଟ ହୋଇଥିଲେ। ସବୁ ଖେଳାଳିଙ୍କ ସୁରକ୍ଷା ଓ ଦେଶରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ଟି-୨୦ ଲିଗରୁ ସସପେଣ୍ଡ କରି ଦିଆଯାଇଛି।

Google

ବିସିସିଆଇ ପକ୍ଷରୁ ଏବେ ଏହାର ସୂଚନା ଦିଆଯାଇନାହିଁ କି ଟି-୨୦ ଲିଗ କେବେ ଆରମ୍ଭ ହେବ। ସବୁ ଖେଳାଳି ନିଜ ଘରକୁ ଯିବେ ତେଣୁ ଟି-୨୦ ଲିଗ ଜଲ୍ଦି ଆରମ୍ଭ ହେବାର ସମ୍ଭାବନା ଦେଖାଯାଉନାହିଁ। ଆଗାମୀ ମାସରେ ଟିମ ଇଣ୍ଡିଆକୁ ଇଂଲଣ୍ଡରେ ବିଶ୍ୱଟେଷ୍ଟ ଚମ୍ପିୟାନସିପର ଫାଇନାଲ ଖେଳିବାର ଅଛି। ଏହା ପରେ ଟିମକୁ ଅଗଷ୍ଟରେ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଅଛି। ଟେଷ୍ଟ ସିରିଜ ୧୨ ଅଗଷ୍ଟକୁ ଆରମ୍ଭ ହେବ। ପ୍ରୋଟୋକଲ ଅନୁସାରେ ଖେଳାଳିଙ୍କୁ ୧୪ ଦିନ କ୍ବାରେଣ୍ଟିନରେ ରହିବାକୁ ହେବ।ସେଥିପାଇଁ ଟେଷ୍ଟ ସିରିଜ ପୂର୍ଵରୁ ଲିଗର ଆରମ୍ଭ ସମ୍ଭବ ନୁହେଁ। ଟେଷ୍ଟ ସିରିଜ ୧୪ ସେପ୍ଟେମ୍ବରକୁ ସରିବ ବୋଲି ଜଣା ଯାଇଛି।

ବିଶ୍ୱକପ ପୂର୍ବରୁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ମୌକା ମିଳିବ:

ଅକ୍ଟୋବର -ନଭେମ୍ବରରେ ଟି-୨୦ ବିଶ୍ୱକପ ଭାରତରେ ହେବାକୁ ଅଛି। ଯଦି ସେହି ସମୟରେ ଭାରତରେ କରୋନାର ସ୍ଥିତି ଠିକ ରହିବ ସେବେ ବିଶ୍ୱକପ ପୂର୍ବରୁ ଟି-୨୦ ଲିଗର ବାକିଥିବା ୩୧ ମ୍ୟାଚ ହୋଇପାରେ। ଏହା ଦ୍ଵାରା ସବୁ ଖେଳାଳିଙ୍କୁ ପ୍ରସ୍ତୁତ ହେବାକୁ ମୌକା ମଧ୍ୟ ମିଳିଯିବ। ୧୦-୧୨ ଦିନ ମଧ୍ୟରେ ବାକି ଥିବା ମ୍ୟାଚ କରାଯାଇପାରେ। ଯଦି ବିଶ୍ୱକପ ଭାରତରେ ନହୋଇ ୟୁଏଇରେ ହୁଏ ତେବେ ପୂର୍ଵ ଥର ଭଳି ଆଇପିଏଲର ବାକି ମ୍ୟାଚ ସେଠାରେ କରାଯାଇପାରେ।

Google
ବୋର୍ଡ ମଧ୍ୟ ସେପ୍ଟେମ୍ବର କଥା କହିଛି:

ବିସିସିଆଇର ମେମ୍ବର ରାଜୀବ ଶୁକ୍ଳା କହିବାର ନଜର ଆସିଛନ୍ତି କି,”ଆମେ ଦେଖିବୁ କଣ ବର୍ଷ ମଧ୍ୟରେ ଆମକୁ ଆଇପିଏଲର କୌଣସି ସଠିକ ଟାଇମ ମିଳିବ। ଏହା ସେପ୍ଟେମ୍ବର ହୋଇପାରେ କିନ୍ତୁ ଏବେ ଏହା କହିବା ସମ୍ଭବ ନୁହେଁ। ଏବେର ସ୍ଥିତି ଏହା କି ଆମେ ଲିଗ କରିନାହୁଁ”।ବୋର୍ଡ ବୟାନରୁ ଏହା ଜଣାପଡୁଛିକି ବିଶ୍ୱକପ ପୂର୍ବରୁ ସବୁ ଖେଳାଳିଙ୍କୁ ଭାରତ ଆସିବାର ଅଛି। ଏହି ସମୟରେ ଲିଗ ଚାଲୁ କରିବା ପାଇଁ ସବୁଠୁ ଭଲ ଟାଇମ ହେବ ବୋଲି ଜଣା ଯାଇଛି।

୪ ହଜାର କୋଟିର ଲାଭର ଆଶା:

ୟୁଏଇରେ ହୋଇଥିବା ପୂର୍ବ ସଂସ୍କରଣ ସମୟରେ ବୋର୍ଡର କୋଷାଦକ୍ଷ ଅରୁଣ ଘୁମଲେ କହିଥିଲେକି ଆଇପିଏଲ ଦ୍ଵାରା ବିସିସିଆଇକୁ ୪ହଜାର କୋଟିର ଆଶା ଅଛି। ଏହି ବର୍ଷ ବି ବୋର୍ଡକୁ ଏତିକି ଆଶା ରହିବ। କିନ୍ତୁ ଲିଗ ସ୍ଥଗିତ ହେବା ଦ୍ଵାରା ବ୍ରର୍ଡକାଷ୍ଟ, ଟାଇଟଲ ସ୍ପୋନରସ ସମସ୍ତଙ୍କୁ ଝଟକା ଲାଗିପାରେ। ପୂର୍ଵ ଏକ ମାସ ହେବ ଦେଶରେ କରୋନାର ସ୍ଥିତି ଖରାପ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *