IPL ୨୦୨୧: MI VS SRH: ଆଜିର ଏହି ଘମାଘୋଟ ଲଢେଇରେ ଏହି ପ୍ଲେଇଁ ଇଲେଭେନ ସହ ଆସିପାରନ୍ତି ଦୁଇ ଦଳ। ଦେଖନ୍ତୁ ସମ୍ଭାବ୍ୟ ଏକାଦଶ।

କରୋନା ଭାଇରସ କାରଣରୁ ମଧ୍ୟ ଆଇପିଏଲର ୧୪ ତମ ସଂସ୍କରଣ ବିନା ପ୍ରଶଂସକରେ ଚାଲିଛି। ସବୁ ଟିମ ପ୍ଲେଅଫରେ ଜାଗା ସୃଷ୍ଟି କରିବାକୁ ପୁରା ଚେଷ୍ଟା କରିଛନ୍ତି।ଆଇପିଏଲର ୧୪ ତମ ସଂସ୍କରଣରେ ଆଜି ମଙ୍ଗଳବାର ଦିନ ୩୧ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିଲ୍ଲୀ ଷ୍ଟାଡିୟମରେରେ ଅନୁଷ୍ଠିତ ହେବ ବୋଲି ଜଣା ଯାଇଛି। ଏହି ମ୍ୟାଚ ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଗୋଟେ ପଟେ ପାଞ୍ଚଥରର ଚମ୍ପିୟାନ ମୁମ୍ବାଇ ତ ଅନ୍ୟ ପଟେ ହାଇଦ୍ରାବାଦ ଟିମରେ ମଧ୍ୟ ସୁପରଷ୍ଟାରଙ୍କ କମି ନାହିଁ। ଦୁଇ ଟିମ ମଧ୍ୟରେ ଏବେ ପର୍ଯ୍ୟନ୍ତ ୧୭ ଟି ମ୍ୟାଚ ହୋଇଛି ଯେଉଁଥିରେ ହାଇଦ୍ରାବାଦ ୮ ଟି ମ୍ୟାଚ ଜିତିଥିବା ବେଳେ ମୁମ୍ବାଇ ୯ ଟି ମ୍ୟାଚ ଜିତିଛି।

Google

ମୁମ୍ବାଇ ପୂର୍ଵ ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ ପୂର୍ଵ ମ୍ୟାଚ ହାରିଛି। ଏହି ସଂସ୍କରଣରେ ମଧ୍ୟ ମୁମ୍ବାଇ ନିଜର ପୂର୍ଵ ଭଳି ଜୋରଦାର ପ୍ରଦର୍ଶନ ଜାରିରଖିଛି। ହାଇଦ୍ରାବାଦ କିନ୍ତୁ ଏହି ସିଜନରେ ନିରାଶ କରିଛି ଓ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହିଁ। ମୁମ୍ବାଇ ଚତ୍ରୁର୍ଥ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ୮ ମ ସ୍ଥାନରେ ରହିଛି। ମୁମ୍ବାଇ ଓପନିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହିଁ କିନ୍ତୁ ମିଡ଼ିଲ ଅର୍ଡର ଭଲ ଚାଲୁଛି। ପୂର୍ଵ ମ୍ୟାଚରୁ ପୋଲାଡ଼ ଫର୍ମକୁ ଆସିବା ମୁମ୍ବାଇ ପାଇଁ ଏକ ବଡ଼ ଖୁସି ଖବର। ଏହା ସହ ମୁମ୍ବାଇ ପାଖରେ ରୋହିତ ଓ ଡିକକଙ୍କ ପରି ଓପନିଙ୍ଗ ଯୋଡି ଥିବାବେଳେ ସୂର୍ଯ୍ୟ କୁମାର ଯାଦବ ଓ କୁନାଲ ପାଣ୍ଡିଆଙ୍କ ପରି ମିଡ଼ିଲ ଅର୍ଡର ଅଛି। ସେହିପରି ବିସ୍ପୋଟକ ପାରି ଖେଳିବା ପାଇଁ ହାର୍ଦିକ ପାଣ୍ଡ୍ୟା ଓ କିରନ ପୋଲାଡ଼ଙ୍କ ପରି ବ୍ୟାଟ୍ସମ୍ୟାନ ଅଛନ୍ତି। ସେହିପରି ବୋଲିଙ୍ଗ କଥା କହିବା ତ ମୁମ୍ବାଇ ପାଖରେ ତିନୋଟି ପ୍ରେସର ଅଛନ୍ତି ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଡ ଓ ଧାବନ କୁଲକର୍ଣ୍ଣି ଅଛନ୍ତି ଓ ସ୍ପିନରେ କୁନାଲ ପାଣ୍ଡ୍ୟା ଓ ରାହୁଲ ଚାହାର ଅଛନ୍ତି।

Google

ସେହିପରି ହାଇଦ୍ରାବାଦ ଆଇପିଏଲ ମଝିରେ ଡେଭିଡ ୱାନରଙ୍କ ଜାଗାରେ କେନ ବିଲିୟଲସନଙ୍କୁ ଅଧିନାୟକ କରିଛନ୍ତି। ହାଇଦ୍ରାବାଦ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହିଁ। ହାଇଦ୍ରାବାଦରେର ମିଡ଼ିଲ ଅର୍ଡର ବହୁତ କମଜୋର ଅଟେ ତେଣୁ ଉପର ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ, ମନୀଷ ପାଣ୍ଡେ ଓ କେନ ୱିଲିୟମସନଙ୍କ ଉପରେ ଆଶା ରହିବ। ସେହିପରି ମିଡ଼ିଲ ଅର୍ଡରରେ ବିଜୟ ଶଙ୍କର ଓ ଅଵଦୁଲ ସମଦଙ୍କ ଉପରେ ମଧ୍ୟ ଆଶା ହାଇଦ୍ରାବାଦର ରହିବ। ବୋଲିଙ୍ଗରେ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ବାସୀଲ ଥମ୍ପି ଅଛନ୍ତି।ସ୍ପିନରେ ରାସିଦ ଖାନ ଓ ମହମ୍ମଦ ନବୀ ଅଛନ୍ତି।

ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

ମୁମ୍ବାଇ:କ୍ୱିଣ୍ଟନ ଡିକକ, ରୋହିତ ଶର୍ମା(କ୍ୟାପଟେନ), ସୂର୍ଯ୍ୟକୁମାର ଜାଦବ, କୁନାଲ ପାଣ୍ଡ୍ୟା, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାଡ଼, ଜିମି ନିଶମ, ଧାବଲ କୁଲକର୍ଣ୍ଣି, ରାହୁଲ ଚାହାର, ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମରା।

Google

ହାଇଦ୍ରାବାଦ: ଡେଭିଡ ୱାରନର,ବେୟରଷ୍ଟୋ,ମନୀଷ ପାଣ୍ଡେ, କେନ ୱିଲିୟମସନ(କ୍ୟାପଟେନ), ବିଜୟ ଶଙ୍କର, ଅବଦୁଲ ସମଦ,ଜଗଦୀଶ ସୂଚିତ, ରାସିଦ ଖାନ, ଭୁବନେଶ୍ୱର କୁମାର , ଖଲିଲ ଅହମ୍ମଦ, ବାସୀଲ ଥମ୍ପି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *