IPL 2021: RCB VS PBKS: ରାହୁଲଙ୍କ ଚମତ୍କାର ବ୍ୟାଟିଂ ସମୁଖରେ ଧରାଶାୟୀ ବାଙ୍ଗାଲୋର, ଏହି ଯାଦୁୟୀ ବୋଲରଙ୍କ ଆଗରେ ହାରିଗଲା କୋହଲିଙ୍କ ବାଙ୍ଗାଲୋର ।

ଆଗ ବ୍ୟାଟିଂ କରି ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୫ୱିକେଟ ହରାଇ ୧୭୯ ରନ କରିଥିଲା। ଦଳ ପକ୍ଷରୁ କେ ଏଲ ରାହୁଲ ୫୭ ବଲରେ ୫ଟି ଛକା ଏବଂ ୭ଟି ଚଉକା ସହାୟତାରେ ୯୧ ରନ ବନେଇ ନଟ ଆଉଟ ଥିଲେ। ତାଙ୍କ ଛଡା ମୟଙ୍କ ଅଗ୍ରୱାଲଙ୍କ ଜାଗାରେ ଖେଳୁଥିବା ପ୍ରଭସିମରନ ସିଂ ୭ ରନ କରିଥିଲେ। କ୍ରିସ ଗେଲ ଆକର୍ଷଣୀୟ ବ୍ୟାଟିଂ କରି ୨୪ ବଲରେ ୨ଟି ଛକା ଏବଂ ୬ଟି ଚଉକା ସହ ୪୬ ରନ ବନେଇଥିଲେ।

Google

ନିକୋଲସ ପୁରନ ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ। ତାଙ୍କ ଛଡା ଦୀପକ ହୁଡା ମଧ୍ୟ ଖାସ କିଛି କରିପାରିନଥିଲେ। ସେ ୫ ରନ କରି ଆଉଟ ହୋଇଯାଇଥିଲେ। ଶାହାରୁଖ ଖାନ ବିନା ଖାତା ଖୋଲି ଆଉଟ ହୋଇଯାଇଥିଲେ। ହ୍ରପ୍ରୀତ ବ୍ରାର ୧୭ ବଲରେ ୨ଟି ଛକା ଏବଂ ଗୋଟିଏ ଚଉକା ସହ ୨୫ ରନ ବନେଇ ନଟଆଉଟ ଥିଲେ।

ବାଙ୍ଗାଲୋର ପକ୍ଷରୁ କାଏଲ ଯେମିସନ ୨ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ଡାନିଏଲ ସାମସ, ୟୁଜବେନ୍ଦ୍ର ଚାହଲ ଏବଂ ଶହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଥିଲେ।

ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ୩୫, ପାଡିକଲ ୭, ରଜତ ପାତିଦାର ୩୧,ଏବି ଡିଭିଲିୟର୍ସ ୩ କରି ଆଉଟ ହୋଇଯାଇଥିଲେ। ଗ୍ଲେନ ମାକ୍ସୱେଲ ବିନା ଖାତା ଖୋଲି ପ୍ୟାଭିଲିୟନ ଫେରିଯାଇଥିଲେ।

IPL 2021 Harpreet Brar
Google

ଶେଷରେ ହରସଲ ପଟେଲ ୧୩ ବଲରେ ୩୧ କରିଥିଲେ ଏବଂ କାଏଲ ଯେମିସନ ୧୬ କରିଥିଲେ ଆଉ କେହି ଦୁଇ ଅଙ୍କ ଛୁଇଁ ନଥିଲେ।

ପଞ୍ଜାବ ପକ୍ଷରୁ ହ୍ରପ୍ରୀତ ବ୍ରାର ୪ ଓଭରରେ ୧୯ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ରବି ବିସ୍ନୋଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ରାଇଲ ମେରିଡିଥ, ମହମ୍ମଦ ଶାମି ଏବଂ କ୍ରିସ ଜୋର୍ଡନ ୧ଟି ଲେଖାଏଁ ୱିକେଟ ପାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *