IPL ୨୦୨୧: KKR VS PBKS: ମହାମୁକାବିଲାରେ ଓହ୍ଲାଇପାରନ୍ତି ଏହି ବଡ଼ ବଡ଼ ଷ୍ଟାର। ଦେଖନ୍ତୁ ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ।

ଆଇପିଏଲର ୧୪ ତମ ସଂସ୍କରଣରେ ସବୁ ଟିମ ପ୍ଲେଅଫରେ ଜାଗା ସୃଷ୍ଟି କରିବା ପାଇଁ ନିଜ ପ୍ରୟାସ ଜାରିରଖିଛନ୍ତି। ଆଜି ସୋମବାର ୨୬ଏପ୍ରିଲକୁ ଏକ ବଡ଼ ମ୍ୟାଚ ଖେଳାଯିବ। ଏହି ମ୍ୟାଚ କେକେଆର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେରେ ଖେଳାଯିବ। ଏହା ଅହମ୍ମଦାବାଦରେ ଏହି ସଂସ୍କରଣ ପ୍ରଥମ ମ୍ୟାଚ ଦୁଇ ଟିମ ପାଇଁ ପ୍ଲେଅଫରେ ପହଁଚିବା ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଅଟେ।

Google

କେକେଆର ନିଜର ପୂର୍ଵ ମ୍ୟାଚ ହାରିକି ଆସିଥିବା ବେଳେ ପଞ୍ଜାବ ବିଜୟ ହୋଇ ଆସିଛି। ଅଙ୍କ ତାଲିକା କଥା କହିବା ତ କେକେଆର ୨ ଅଙ୍କ ସହ ଅଙ୍କ ତାଲିକାରେ ସବୁଠୁ ତଳେ ଥିବାବେଳେ ପଞ୍ଜାବ କିଙ୍ଗସ ୪ ଅଙ୍କ ସହ ଚତ୍ରୁର୍ଥ ନମ୍ବରରେ ଅଛି। କେକେଆର ଏହି ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। କେଉଁ ମ୍ୟାଚରେ ବ୍ୟାଟ୍ସମ୍ୟାନ ଖରାପ କରିଛନ୍ତି ତ କେଉଁ ମ୍ୟାଚରେ ବୋଲର ଖରାପ କରିଛନ୍ତି। ଆଜିର ମ୍ୟାଚ କେକେଆର ପାଇଁ ଜିତିବା ବେସି ଗୁରୁତ୍ୱପୂର୍ଣ୍ଣ। କେକେଆରକୁ ଏହି ମ୍ୟାଚ ଜିତିବା ପାଇଁ ହେଲେ ଭଲ ପ୍ରଦର୍ଶନ କରିବାକୁ ହେବ। ଆନ୍ଦ୍ର ରସଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଅହମ୍ମଦାବାଦର ଷ୍ଟାଡିୟମରେ ସ୍ପିନରଙ୍କ ପାଇଁ ଭଲ ହୋଇଥିବାବରୁ ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀ ଆଜି ମ୍ୟାଚରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।କେକେଆର ଆଜି ପ୍ରେସର ଲକୀ ଫର୍ଗୁସନଙ୍କୁ ପେଟ କମିନ୍ସଙ୍କ ଜାଗାରେ ଖେଳାଇପାରେ।

ପଞ୍ଜାବ ଟିମ ନିଜର ପୂର୍ଵ ମ୍ୟାଚ ମୁମ୍ବାଇ ବିରୁଦ୍ଧରେ ଜିତିଥିଲା ତେଣୁ ପଞ୍ଜାବ ପାଖରେ ଆତ୍ମାବିଶ୍ୱାସ ବଢିଥିବା। ପଞ୍ଜାବ ଆସ୍ତେ ଆସ୍ତେ ଫର୍ମକୁ ଆସୁଛି। ଅଧିନାୟକ କେଏଲ ରାହୁଲ ଭଲ ଫର୍ମରେ ଦେଖାଯାଉଛନ୍ତି। ସେହିପରି ରବି ବିସ୍ନୋଇ ଟିମକୁ ଆସିବା ପରେ ସ୍ପିନ ଆହୁରି ମଜବୁତ ହୋଇଯାଇଛି। ମହମ୍ମଦ ସାମୀଙ୍କ ପରି ଅନୁଭବୀ ବୋଲର ମଧ୍ୟ ପଞ୍ଜାବ ପାଖରେ ଅଛି। କ୍ରିସ ଗେଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ମୟଙ୍କ ଅଗ୍ରୱାଲ ଫର୍ମକୁ ଆସିବା ବହୁତ ଜରୁରୀ।ଦୀପକ ହୁଡା ପ୍ରଥମ ମ୍ୟାଚକୁ ଛାଡି ଦେଲେ ଆଉ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି। ପଞ୍ଜାବ କୌଣସି ପରିବର୍ତ୍ତନ ନକରି ପାରେ।କେକେଆର ଟିମରେ ଗୋଟେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

Google
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

କୋଲକତା ନାଇଟ ରାଇଡ଼ର୍ଶ: ଶୁଭମନ ଗିଲ, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଇୟୋନ ମୋର୍ଗାନ(କ୍ୟାପଟେନ), ଦିନେସ କାର୍ତିକ, ଆଣ୍ଡ୍ରେ ରସଲ, ସୁନୀଲ ନାରାୟଣ, ଲକୀ ଫର୍ଗେସନ, ସିବିମ ମାବି , ପ୍ରସିଦ୍ଧ କୃଷ୍ଣା, ବରୁଣ ଚକ୍ରବର୍ତ୍ତୀ।

Google

ପଞ୍ଜାବ କିଙ୍ଗସ: କେଏଲ ରାହୁଲ(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଦୀପକ ହୁଡା, ନିକୋଲସ ପୁରନ, ମୋରିସ ହେନରିକିଉ, ସହାରୁ ଖାନ, ଫେବିଆନ ଏଲେନ, ମହମ୍ମଦ ସାମୀ, ରବି ବିସ୍ନୋଇ, ଅର୍ସଦୀପ ସିଂହ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *