IPL ୨୦୨୧: RCB VS KKR: ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଧୂଆଁଧାର ପାରି ଯୋଗୁଁ କୋଲକତାକୁ ହରାଇ ବାଙ୍ଗାଲୋର ପାଇଲା ହାଟ୍ରିକ ବିଜୟ।

ଆରସିବି ଟର୍ଚ୍ଚ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଥିଲା। ମାକ୍ସୱେଲ ଏବଂ ଏବି ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ଫଳରେ କୋଲକତାକୁ ୩୮ ରନର ହରାଇଲା ବାଙ୍ଗାଲୋର।

Google

ଆଗ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଧାରିତ ୨୦ ଓଭରରେ ୪ୱିକେଟ ହରାଇ ୨୦୪ ରନ କରିଥିଲା। ଏହି ମ୍ୟାଚରେ କ୍ୟାପଟେନ କୋହଲି ବ୍ୟାଟିଂରେ କିଛି ଖାସ କରିପାରିନଥିଲେ। ସେ ମାତ୍ର ୫ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହା ଛଡା ଯୁବ ଖେଳାଳି ରଜତ ପାଟିଦର ମଧ୍ୟ ଭଲ ପାରି ଖେଳିବାର ବିଫଳ ରହିଲେ। ସେ ୧ ରନ କରି ଆଉଟ ହୋଇଗଲେ।

ରନକୁ ବଢ଼ାଇବାର ଦାୟିତ୍ୱ ସମ୍ଭାଳିଲେ ଗ୍ଲେନ ମାକ୍ସୱେଲ ଏବଂ ଦେବଦତ ପାଡିକଲ। ଦୁହେଁ ଚମତ୍କାର ପାରି ଖେଳିବାର ନଜର ଆସିଲେ। ଗ୍ଲେନ ମାକ୍ସୱେଲ ମାତ୍ର ୪୯ ବଲରେ ୩ ଟି ଛକା ଏବଂ ୯ଟି ଚଉକା ସହ ୭୮ ରନ ବନେଇଥିଲେ। ଏହା ଛଡା ପାଡିକଲ ୨୮ ବଲରେ ୨୫ କରି ଆଉଟ ହୋଇଗଲେ। ଶେଷରେ ମିଷ୍ଟର ୩୬୦ ଡିଗ୍ରୀ ଖେଳାଳି ଏବି ଡିଭିଲିୟର୍ସ ୩୪ ବଲରେ ୩ଟି ଛକା ଏବଂ ୯ ଟି ଚଉକା ସହ ୭୬ ରନ ବନେଇଥିଲେ।

Google

 

କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ପାଇଥିଲେ। ଏହା ଛଡା ପ୍ରସିଦ୍ଧ କୃଷ୍ନା ଏବଂ ପ୍ୟାଟ କମିନ୍ସ ୧ଟି ଲେଖାଏଁ ୱିକେଟ ପାଇଥିଲେ।

କୋଲକତା ୨୦୫ ରନର ଟାର୍ଗେଟକୁ ପିଛା କରି କେବଳ ୧୬୬ ରନ ହିଁ ବନେଇପାରିଲା। କୋଲକତା ପକ୍ଷରୁ ରାହୁଲ ତ୍ରିପାଠୀ ୨୦ ବଲରେ ୫ ଟି ଚଉକା ସହ ୨୫, ନୀତିଶ ରାଣା ୧୧ ବଲରେ ୧୮ ଏବଂ ସୁଭମନ ଗିଲ ୯ ବଲରେ ୨୧ କରି ଆଉଟ ହୋଉଗଲେ। ଶେଷରେ କ୍ୟାପଟେନ ମୋରଗାନ ୨୩ବଲରେ ୨୯ ଏବଂ ରସେଲ ୨୦ ବଲରେ ୩୧ ରନ କରିଥିଲେ। ହେଲେ ଦଳକୁ ବିଜୟ ଦେବାରେ ବିଫଳ ରହିଥିଲେ।

Google

ବାଙ୍ଗାଲୋର ପକ୍ଷରୁ କଏଲ ଯେମିଶନ ୩ ଓଭରରେ ୪୧ ରନ ଦେଇ ୨ଟି ୱିକେଟ ପାଇଥିଲେ। ତାଙ୍କ ଛଡା ୟୁଜବେନ୍ଦ୍ର ଚାହାଲ ୪ ଓଭରରେ ୩୪ ରନ ଦେଇ ୨ଟି ୱିକେଟ ପାଇଥିଲେ ଏବଂ ହରସଲ ପଟେଲ ୪ଓଭରରେ ୧୭ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ଶେଷରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସେ ୧୯ ତମ ଓଭରରେ ୧ ରନ ହିଁ ଦେଇଥିଲେ। ଶେଷରେ ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ମ୍ୟାଚରେ ବିଜୟ ଲାଭ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *