IPL ୨୦୨୧: RR VS SRH: ନୂଆ କ୍ୟାପଟେନ ସହ ଓହ୍ଲାଇବ ହାଇଦ୍ରାବାଦ। ଦେଖନ୍ତୁ ଦୁଇ ଦଳର ସମ୍ଭାବ୍ୟ ଏକାଦଶ।

ଆଇପିଏଲର ୧୪ ତମ ସଂସ୍କରଣରେ ସବୁ ମ୍ୟାଚ ଏବେ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରତିଟି ମ୍ୟାଚ ପରେ ଟିମ ମାନେ ପ୍ଲେଅଫର ଗୋଟେ ପାହାଚ ଉପରକୁ ଯିବେ। ଆଜି ମଇ ୨ ରବିବାରକୁ ଦୁଇଟି ମ୍ୟାଚ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅରୁଣ ଜେଟଲି ଷ୍ଟାଡିୟମ ଦିଲ୍ଲୀରେ ଖେଳାଯିବ। ଦୁଇ ଟିମ ଏହି ବର୍ଷ କିଛି ଖାସ ପ୍ରଦର୍ଶନ କରିପାରି ନାହାଁନ୍ତି। ତେଣୁ ପ୍ଲେଅଫରେ ପହଁଚିବା ପାଇଁ ଦୁଇ ଟିମଙ୍କ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦୁଇ ଟିମ ନିଜର ପୂର୍ଵ ମ୍ୟାଚ ହାରିଯାଇଛି।

Google

ପଏଣ୍ଟ ଟେବୁଲ କଥା କହିବା ତ ରାଜସ୍ଥାନ ସପ୍ତମ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ଅଛି।କହିରଖିବୁକି ଅଧ ସଂସ୍କରଣରୁ ହାଇଦ୍ରାବାଦର ଅଧିନାୟକ ପରିବର୍ତ୍ତନ କରାଯାଇଛି ପୂର୍ଵ ଅଧିନାୟକ ଡେଭିଡ ୱାନରଙ୍କ ପରିବର୍ତେ ଅଧିନାୟକକତ୍ୱ କେନ ୱିଲିୟମସନଙ୍କୁ ଦିଆଯାଇଛି। ଏବେ ଦେଖିବା ବାକି ରହିଲା କଣ କେନ ହାଇଦ୍ରାବାଦର ସ୍ଥିତି ପରିବର୍ତ୍ତନ କରିପାରିବେ। ରାଜସ୍ଥାନ ଏହି ସିଜନର ଆରମ୍ଭ ଭଲ କରିଥିଲା ଯୁବ ଅଧିନାୟକ ସଞ୍ଜୁ ଭଲ ଫର୍ମରେ ଦେଖାଯାଉଥିଲେ କିନ୍ତୁ ଏବେ ଟିମ ଲଗାତର ହାରି ଚାଲିଛି। ରାଜସ୍ଥାନର ଅନେକ ପ୍ରମୁଖ ବିଦେଶୀ ଖେଳାଳି ନଖେଳିପାରିବା ଟିମର ବଡ଼ ଅଶୁବିଧା ଅଟେ।

Google

ଜୋଫ୍ରା ଆର୍ଚ୍ଚର ଓ ବେନ ଷ୍ଟୋକସ ଆଘତ କାରଣରୁ ଖେଳିପାରିଲେ ନାହିଁ। ରାଜସ୍ଥାନ ପାଖରେ ଏବେବି ଅନେକ ଷ୍ଟାର ଖେଳାଳି ଅଛନ୍ତି। ରାଜସ୍ଥାନର ଓପନର ଜୋସ ବଟଲର କିଛି ଖାସ କରିପାରି ନାହଁନ୍ତି ଆଜି ତାଙ୍କ ଠୁ ବଡ଼ ପାରିର ଆଶା ଅଛି। କ୍ୟାପଟେନ ସଞ୍ଜୁ ସାମସନ ଡେଭିଡ ମିଲର ମିଡ଼ିଲ ଅର୍ଡର ସମ୍ଭାଳି ପାରନ୍ତି । ସେହିପରି ଶେଷ ଓଭରରେ ରାହୁଲ ତେବତିୟା ଓ କ୍ରିସ ମୋରିସ ବଡ଼ ପାରି ଖେଳିପାରନ୍ତି। ବୋଲିଙ୍ଗ କଥା କହିବା ତ ଟିମ ପାଖରର ଚାରିଜଣ ଭଲ ପ୍ରେସର ବୋଲର ଅଛନ୍ତି କ୍ରିସ ମୋରୀସ, ଉନଟକଟ, ଚେତନ ସକାରିୟା ଓ ମୁସ୍ତଫିଜୁର ରହମାନ କିନ୍ତୁ ସ୍ପିନ ଏତେ ଭଲ ନାହିଁ।

ଏବେ ହାଇଦ୍ରାବାଦ କଥା କହିବା ତ ଟିମର ସବୁ ଦାୟୀତ୍ୱ ପ୍ରଥମ ୪ ବ୍ୟାଟ୍ସମ୍ୟାନ ଉପରେ କାରଣ ହାଇଦ୍ରାବାଦର ମିଡ଼ିଲ।ଅର୍ଡର ଏତେ ଭଲ ନୁହେଁ କି ଶେଷ ଓଭର ମାନଙ୍କରେ ବିସ୍ପୋଟକ ପାରି ଖେଳିପାରିଲା ଭଳି ହିଟର ପ୍ଲେୟାର ନାହଁନ୍ତି। ତେଣୁ ଓପନର ବେୟରଷ୍ଟୋ, ଡେଭିଡ ୱାନର, କେନ ୱିଲିୟମସନ ଓ ମନୀଶ ପାଣ୍ଡେଙ୍କ ଉପରେ ବ୍ୟାଟିଙ୍ଗ ଦାୟୀତ୍ୱ। ଭୁବନେଶ୍ୱର କୁମାର ଆଘାତ ହେବା ଦ୍ଵାରା ପ୍ରେସ ବୋଲିଙ୍ଗ କମଜୋର ହୋଇଯାଇଛି। ଏହା ପରେ ମଧ୍ୟ ଟିମରେ ଖଲିଲ ଅହମ୍ମଦ, ସିଧାର୍ଥ କଲ ଓ ସନ୍ଦିପ ଶର୍ମା ଅଛନ୍ତି।ସ୍ପିନରେ ଖାନ ସହାଵ ରାସିଦ ଖାନ ଅଛନ୍ତି ଯିଏକି ୱିକେଟ ନେଇପାରିବେ।

Google
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

ରାଜସ୍ଥାନ:ଜସ ବଟଲର, ୟସ୍ୱସି ଜୟସୱାଲ, ସଞ୍ଜୁ ସାମସନ(କ୍ୟାପଟେନ), ସିଭମ ଦୁବେ, ଡେଭିଡ ମିଲର, ରିୟାଗ ପରାଗ, ରାହୁଲ ତେୱାଟିୟା, କ୍ରିସ ମୋରୀସ, ଜୟଦେବ ଉନଟକଟ, ମୁସ୍ତଫିଜୁର ରହମାନ, ଚେତନ ସକାରିୟା।

Google

ହାଇଦ୍ରାବାଦ: ବେୟରଷ୍ଟୋ, ଡେଭିଡ ୱାନର, କେନ ୱିଲିୟମସନ(କ୍ୟାପଟେନ), ମନିଶ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ରାସିଦ ଖାନ, ଜଗଦୀଶ ସୁଚିତ, ସଦିପ ଶର୍ମା, ଖଲିଲ ଅହମ୍ମଦ, ସିଧାର୍ଥ କଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *