DC VS KKR: ପଡ଼ିଆରେ ଶିଖର ଧୱନ ଓ ଦିନେଶ କାର୍ତିକ ମୁଁହାମୁହିଁ। ଦେଖନ୍ତୁ ଭାଇରାଲ ହେଉଥିବା ଭିଡିଓ।

ଦିଲ୍ଲୀ ଓ କେକେଆର ଭିତରେ ଖେଳାଯାଇଥିବା ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଜବରଦସ୍ତ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଏମିତି କିଛି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା କ୍ରିକେଟ ଲଭରମାନଙ୍କୁ ଆଶ୍ଚର୍ଯ୍ୟ କରିବାରେ କୌଣସି ମୌକା ଛାଡିନଥିଲା।

Google

ଗୋଟେ ପଟେ ପୃଥ୍ବୀ ସ୍ୱଙ୍କ ଜବରଦସ୍ତ ବ୍ୟାଟିଙ୍ଗ,ଗୋଟେ ଓଭରରେ ୬ଟି ଚୌକା ସମସ୍ତଙ୍କ ହୃଦୟ ଜିତି ନେଇଥିବା ବେଳେ ଅନ୍ୟ ପଟେ ଏମିତି ଏକ ବେଳ ଆସିଥିଲା ଯେଉଁଠି ଶିଖର ଧୱନ ଓ କୋଲକାତାର ୱିକେଟ କିପର ଦିନେଶ କାର୍ତିକଙ୍କ ଭିତରେ ମଜାଦାର ସିନ ଦେଖିବାକୁ ମିଳିଥିଲା।

ମ୍ୟାଚର ୧୧ତମ ଓଭରରେ ଏମିତି କିଛି ହୋଇଥିଲା। କୋଲକାତାକୁ ବୋଲିଙ୍ଗରେ କିଛି ସଫଳତା ମିଳୁନଥିବାରୁ, ପୃଥ୍ବୀ ସ୍ୱ ଓ ଶିଖର ଧୱନଙ୍କର ଓପନିଙ୍ଗ ପର୍ଟନରସିପକୁ ଭାଙ୍ଗିବା ଦଳ ପାଇଁ ଜରୁରୀ ହୋଇପଡିଥିଲେ।

ଏହି ସମୟରେ ଫିଲଡିଂର ସ୍ତରରେ ମଧ୍ୟ ବେସି ଧ୍ୟାନ ଦିଆଯାଉଥିଲା। ୧୧ତମ ଓଭରରେ ଶିଖର ଧୱନ ଗୋଟେ ବଲକୁ ଲେଗ ସାଇଡରେ ମାରିବାକୁ ପ୍ରୟାସ କରିବାର ନଜର ଆସିଥିଲେ କିନ୍ତୁ ବଲଟି ବ୍ୟାଟରେ ନବାଜି ଖସି ଯାଇ ୱିକେଟ କିପର ଦିନେଶ କାର୍ତିକଙ୍କ ହାତକୁ ଚାଲିଯାଇଥିଲା।

ପରେ କାର୍ତିକ ଡେରି ନକରି ବଲଟିକୁ ଷ୍ଟମ୍ପରେ ବଜାଇ ଦେବାର ନଜର ଆସିଥିଲେ। ଏହାପରେ ସେ ଧୱନଙ୍କ ଆଡକୁ ବଲ ପକାଇବା ପରି ଅଭିନୟ କରିଥିଲେ। ଏହା ଦେଖି ଧୱନ ବ୍ୟାଟକୁ ତଳେ ପକେଇ ଦେବାର ନଜର ଆସିଥିଲେ ଏବଂ ଆଂଠେଇ ପଡ଼ିଥିଲେ। ଏସବୁ ମଜଳିଆ ଅନ୍ଦାଜରେ ହୋଇଥିଲେ ମଧ୍ୟ ସେହି ସମୟରେ ଅମ୍ପାୟାର ମଧ୍ୟ ଚକିତ ହୋଇପଡିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *