IPL 2021: ୪.୨୦ କୋଟି ଟଙ୍କା ପଡିଲା ପାଣିରେ, ଏତେ ଟଙ୍କାରେ କିଣା ହୋଇ ମଧ୍ୟ ଆସିଲେନି କାମରେ! ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଆଇପିଏଲରେ ଗୋଟେ ଖେଳାଳି ଲଗାତର ଖରାପ ଫର୍ମରେ ଚାଲୁଛି। ଏହି ବ୍ୟାଟ୍ସମ୍ୟାନକୁ ପଞ୍ଜାବ ୪.୨୦ କୋଟିରେ କିଣିଥିଲା। ସେହି ଖେଳାଳିଙ୍କ ନାମ ନିକୋଲସ ପୁରନ। ଶୁକ୍ରବାରକୁ ପଞ୍ଜାବ କିଙ୍ଗସ ଓ ଆରସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପୁଣି ପୁରନ ଖରାପ ଖେଳ ଦେଖେଇଲେ ଯାହା ଦେଖି ସମସ୍ତେ ଚକିତ ହେଇଛନ୍ତି। ସେ ଖାତା ମଧ୍ୟ ଖୋଲିବାରେ ବିଫଳ ରହିଥିଲେ। ସେ ମାତ୍ର ତୃତୀୟ ବଲରେ କାଏଲ ଯେମିସନଙ୍କ ବଲରେ ଆଉଟ ହୋଇଗଲେ। ଏହା ସହିତ ପୁରନଙ୍କ ନାମ ଏକ ଅନାବଶ୍ୟକ ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଗଲା।

Google

ନିକୋଲସ ପୁରନ କୌଣସି ଆଇପିଏଲ ସଂସ୍କରଣରେ ସବୁଠୁ ଅଧିକ ଥର ୦ ରେ ଆଉଟ ହୋଇଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ସେ ଏହି ରେକର୍ଡରେ ପହଁଚିଯାଇଛନ୍ତି। ନିକୋଲସ ପୁରନ ଏହି ଆଇପିଏଲରେ ଏବେ ପର୍ଯ୍ୟନ୍ତ ୪ ଥର ୦ ରେ ଆଉଟ ହୋଇଥିବାର ନଜର ଆସିଛନ୍ତି।

ତାଙ୍କ ପୂର୍ବରୁ ହର୍ଷଲ ଗିବସ, ମିଥୁନ ମନହାସ,ମନୀଷ ପାଣ୍ଡେ ଓ ଶିଖର ଧାୱନଙ୍କ ନାମରେ ମଧ୍ୟ ଏହି ଚାହୁଁନଥିବା ରେକର୍ଡ ହୋଇଯାଇଥିଲା। ନିକୋଲସ ପୁରନ ଏହି ସଂସ୍କରଣରେ ଏବେ ଯାଏ ୦,୦,୯,୦ , ୧୯ ଓ ୦ ରନର ପାରି ଖେଳିଛନ୍ତି। ମାନେ ୬ ଟି ମ୍ୟାଚରେ ସେ ୨୮ ରନ ବନେଇଛନ୍ତି।

ନିକୋଲସ ପୁରନଙ୍କୁ ପଞ୍ଜାବ କିଙ୍ଗସ ୪.୨୦ କୋଟିରେ କିଣିଥିଲା। ଏବେ ତାଙ୍କ ଖରାପ ପ୍ରଦର୍ଶନ ପଞ୍ଜାବ କିଙ୍ଗସର ଚିନ୍ତା ବଢ଼ାଇଦେଇଛି।

IPL 2021: PBKS vs RCB, Nicholas Pooran Wicket
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *