IPL ୨୦୨୧: ହାଇଦ୍ରାବାଦ ଏବଂ ରାଜସ୍ଥାନକୁ ଲାଗିପାରେ ବଡ଼ ଧକ୍କା। ଏହି ଷ୍ଟାର ଖେଳାଳି ଫେରିପାରନ୍ତି ନିଜ ଦେଶକୁ।

କରୋନାର କାୟା ବିସ୍ତାର କାରଣରୁ ଅନେକ ଖେଳାଳି ଆଇପିଏଲ ୨୦୨୧କୁ ଛାଡି ନିଜ ଦେଶ ଫେରିଯାଉଛନ୍ତି ବୋଲି ଦେଖାଯାଉଛି। ଏହା ମଧ୍ୟରେ ଆଉ ଦୁଇଜଣ ବଡ଼ ଖେଳାଳି ଜଲ୍ଦି ନିଜ ଦେଶକୁ ଫେରିଯିବେ ବୋଲି ଜଣା ଯାଉଛି। ବଙ୍ଗଳାଦେଶର ଅଲରାଉଣ୍ଡର ସାକୀବ ଅଲ ହସନ ଓ ବୋଲର ମୁସ୍ତଫିଜୁର ରେହେମାନ ଶ୍ରୀଲଙ୍କା ସହ ହେବାକୁ ଥିବା ସିରିଜ ପୂର୍ବରୁ ନିଜ ଦେଶକୁ ଫେରିଯିବେ। କାରଣ କୋରନା ଭାଇରସ କାରଣରୁ ଦେଶରେ କଡା ନିୟମ ଲାଗୁହୋଇଛି।

Google

କ୍ରିକବଜର ଖବର ଅନୁସାରେ,ବଙ୍ଗଳାଦେଶରର କ୍ରିକେଟ ବୋର୍ଡର ମୁଖ୍ୟ ନିଜମ୍ମୁଦିନ ଚୌଧୁରୀ କହିଛନ୍ତି କୋଭିଡ-୧୯ ପ୍ରୋଟୋକଲ କାରଣରୁ ଖେଳାଳି ଜଲ୍ଦି ସ୍ବଦେଶ ଫେରିପାରନ୍ତି। ୧ ମଇରୁ ଲାଗୁ ନିୟମ ଅନୁସାରେ ଭାରତ ଓ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ୧୪ ଦିନ କ୍ବାରେଣ୍ଟିନରେ ରହିବାକୁ ହେବ। ଏହି ସ୍ଥିତିରେ ବୋର୍ଡକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟଠୁ ଖେଳାଳିଙ୍କୁ ଛାଡିବା ପାଇଁ ସ୍ପେସାଲ ଅନୁମତି ଦେବାକୁ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠୁ ପ୍ରୋଟୋକଲକୁ ନେଇ ସୂଚନା ମାଗିଛନ୍ତି:

ଏହା ପୂର୍ବ ବୋର୍ଡ ବିଦେଶୀ କୋଚ ଷ୍ଟାଫ ଓ ଖେଳାଳିଙ୍କ ପାଇଁ କମ ଦିନର କ୍ବାରେଣ୍ଟିନ ଅନୁମତି ନେଇଯାଇଥିଲେ। କିନ୍ତୁ ଭାରତ ଓ ଦକ୍ଷିଣ ଆଫ୍ରିକାରେ କୋରନାର ଦ୍ୱିତୀୟ ଲହରୀ ବୋର୍ଡ ସାମ୍ନାରେ ନୂଆ ଅସୁବିଧା ଆରମ୍ଭ କରିଛି। ବଙ୍ଗଳାଦେଶ ଟିମ ଜଲ୍ଦି ଶ୍ରୀଲଙ୍କାରୁ ଫେରିବ। କିନ୍ତୁ ତାଙ୍କ ଉପରେ ଏହି ନିୟମ ଲାଗୁହେବନାହିଁ। ନିଜାମ୍ମୁଦିନ ଚୌଧୁରୀ କହିଛନ୍ତି,”ଆମେ ଦୁଇ ଖେଳାଳିଙ୍କ ଠୁ ଆଗାମୀ ୧୪ ଦିନର ପ୍ଲାନ ମାଗିଛୁ। ଏହା ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦୁଇ ଖେଳାଳିଙ୍କ ପାଇଁ କ୍ବାରେଣ୍ଟିନ ପ୍ରୋଟୋକଲକୁ ନେଇ ତଥ୍ୟ ମାଗିଛନ୍ତି ବୋଲି ଜଣା ଯାଇଛି”।

Google
୨୩ ମଇରୁ ଆରମ୍ଭ ହେବାକୁ ଅଛି ଏକଦିବସିୟ ସିରିଜ:

ସାକୀବ ଅଲ ହସନ କୋଲକତା ତରଫରୁ ଯେବେକି ମୁସ୍ତଫିଜୁର ରହମାନ ରାଜସ୍ଥାନ ଟିମରେ ଖେଳୁଛନ୍ତି। ଦୁହିଁଙ୍କୁ ୧୯ ମଇ ପର୍ଯ୍ୟନ୍ତ ସ୍ବଦେଶ ଫେରିବାର ଥିଲା। ଏହା ପରେ ଦୁହିଁଙ୍କୁ ତିନିଦିନ କ୍ୱାରେଣ୍ଟିନ ରହିବାର ଥିଲା। ବଙ୍ଗଳାଦେଶ ଓ ଶ୍ରୀଲଙ୍କା ଭିତରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ୨୩ ମଇରୁ ଷ୍ଟାର୍ଟ ହେବାକୁ ଯାଉଛି। ବୋର୍ଡ ତରଫରୁ କୁହାଯାଇଛିକି ଯଦି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ୭-୧୪ ଦିନର କ୍ବାରେଣ୍ଟିନ ପାଇଁ କୁହାଯାଏ ତେବେ ଖେଳାଳିଙ୍କୁ ଜଲ୍ଦି ପ୍ରତ୍ୟାବର୍ତ୍ତନ କରିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *