ଏବେ କେତେକ କ୍ରିକେଟ ପ୍ରେମୀଙ୍କ ଲକ୍ଷ୍ୟ ଆଗକୁ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ। ତେଣୁ ଏହି ସମ୍ବନ୍ଧରେ ସମସ୍ତ ଦେଶ ନିଜ ନିଜର ଦଳ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଲେଣି। ତେବେ ଏହି ବିଷୟରେ ଭାରତର ପୂର୍ବ ଚୟନକର୍ତାଙ୍କୁ ପଚରା ଯିବାରୁ ସେ କହିଲେ କି ମୁଁ ବର୍ତ୍ତମାନ କୌଣସି ସୁନିଶ୍ଚିତ ଖେଳାଳି ମାନଙ୍କ ନାମ କହି ପାରିବି ନାହିଁ। କିନ୍ତୁ ଆପଣ ଭାରତୀୟ ଦଳରେ ବିରାଟ କୋହଲି, ମହମ୍ମଦ ସାମୀ, ଯସପ୍ରିତ ବୁମରା, ରୋହିତ ଶର୍ମା, ୟୁଜବେନ୍ଦ୍ର ଚାହଲ, କେ ଏଲ ରାହୁଲଙ୍କ ସ୍ଥାନ ସୁନିଶ୍ଚିତ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଆସନ୍ତା ଟି-୨୦ ବିଶ୍ଵକପ ସମୟରେ ଭାରତୀୟ ଦଳରେ ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜଡେଜା, ରବିଚନ୍ଦ୍ରନ ଅଶ୍ଵିନୀ ଏବଂ କୁଲଦୀପ ଯାଦବଙ୍କୁ ମଧ୍ୟ ସ୍ଥାନ ମିଳିପାରେ।

ଏହାପରେ ସେ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ବିଷୟରେ ଉଠୁଥିବା ଆଲୋଚନାକୁ ନେଇ ଚର୍ଚ୍ଚା କରିଛନ୍ତି ସେ କହିଛନ୍ତି କି ହାର୍ଦିକ ପାଣ୍ଡ୍ୟା ଖୁବ ଭଲ ଭାବରେ ବଲ ପକାଉଛନ୍ତି। ଚଳିତ ବର୍ଷ ଆଇପିଏଲ ସମୟରେ ସେ ମଧ୍ୟ ଭଲ ଭାବରେ ବୋଲିଂ କରିଥିଲେ ଯଦିଓ ଆଘାତ କାରଣରୁ ମଝି ମ୍ୟାଚ ଗୁଡିକରେ ବଲ ପକାଇ ନଥିଲେ କିନ୍ତୁ ସେ ଭଲ ଫର୍ମରେ ଅଛନ୍ତି ଏବଂ ଭାରତୀୟ ଦଳରେ ଚୟନ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ। ଆପଣ ତାଙ୍କୁ ସମ୍ପୂର୍ଣ୍ଣ ୪ ଓଭରର ବୋଲିଂ ନ କରାଇ ୨ ଓଭରର ଵୋଲିଂ କରାଇଲେ ମଧ୍ୟ ତାହା ଅତ୍ୟନ୍ତ ଭଲ ହେବ। ସେ ଭଲ ଫିଲ୍ଡିଂ କରୁଛନ୍ତି ଏବଂ ଏଥି ସହ ସେ ଧିରେ ଧିରେ ନିଜର ଫର୍ମ ଫେରି ପାଉଛନ୍ତି।

ସେ ଏହା ମଧ୍ୟ କହିଛନ୍ତି କି ଆଗକୁ ଆସୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଆପଣ ଭାରତର ଯୁବ ପ୍ରତିଭା ମାନଙ୍କୁ ସ୍ଥାନ ଦେବା ଆବଶ୍ୟକ କାରଣ ସେ ଭାରତୀୟ କ୍ରିକେଟ ଦଳର ଆଗାମୀ ଭବିଷ୍ୟତ। ସେ ଦୀପକ ହୁଡ୍ଡା, ଆଭେଶ ଖାନ, ମୋହସିନ ଖାନ ଏବଂ ଅନ୍ୟାନ୍ୟ ଯୁବ ଖେଳାଳି ଏମାନେ ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି। ଏଥି ସହ ଦିନେଶ କାର୍ତ୍ତିକ ମଧ୍ୟ ନିଜ ଫର୍ମ ଫେରି ପାଉଛନ୍ତି। ଏହା ପରେ ସେ କହିଛନ୍ତି କି ରିଷଭ ପନ୍ତ ମଧ୍ୟ ଅଛନ୍ତି କିନ୍ତୁ ଯଦି ଆପଣ ବୟସ ଦୃଷ୍ଟିରୁ ଦେଖିବେ ପନ୍ତକୁ ଚୟନ କରାଯିବା ଆବଶ୍ୟକ। ତେବେ IPL ରେ ଯୁବ ପ୍ରତିଭା ସୁନ୍ଦର ପ୍ରଦର୍ଶନ କରିଛନ୍ତି। ତିଲକ ବର୍ମା ବି ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।