ବ୍ୟୁରୋ ରିପୋର୍ଟ: ଯାହାକି ଆପଣମାନେ ଜାଣିଥିବେ କି ଆଇପିଏଲ ମ୍ୟାଚରେ ଯେଉଁ ଖେଳାଳି ସର୍ବାଧିକ ରନ ସଂଗ୍ରହ କରେ ତାକୁ ଅରେଞ୍ଜ କ୍ୟାପ ଏବଂ ଯେଉଁ ଖେଳାଳି ସର୍ବାଧିକ ୱିକେଟ ହାସଲ କରେ ତାକୁ ପର୍ପଲ କ୍ୟାପ ଦିଆ ଯାଇଥାଏ। ଠିକ୍ ସେହିପରି ଚଳିତ ବର୍ଷ ଆଇପିଏଲ ୧୫ରେ ଏହା କୁହା ଯାଉଥିଲା କି ରାଜସ୍ଥାନର ଦୁଇ ଖେଳାଳି ହୋସ ବଟଲର ଏବଂ ୟୁଜବେନ୍ଦ୍ର ଚାହଲ ଅରେଞ୍ଜ୍ ଏବଂ ପରପଲ୍ କ୍ୟାପ ନିଜ ପାଖରେ ରଖିବେ କିନ୍ତୁ ଯେମିତି ଯେମିତି ଆଇପିଏଲ ର ଲିଗ ମ୍ୟାଚ ସରିବାକୁ ଯାଉଛି ଏବଂ ପ୍ଲେ ଅଫ ଆରମ୍ଭ ହେବାକୁ ଯାଉଛି ସେହି ସମୟରେ ଏହି ଦୁଇ କ୍ୟାପ କୁ ନେଇ ସଂଘର୍ଷ ବଢ଼ିବାକୁ ଲାଗିଛି ଆସନ୍ତୁ ଜାଣିବା ଏହି ବିଷୟରେ।

ଆଇପିଏଲ ସିଜନ୍ ୧୫ ସଂଘର୍ଷ ପୂର୍ଣ୍ଣ ହେଲା ଅରେଞ୍ଜ କ୍ୟାପ ଦୌଡ଼ ସୁପର ରବିବାର ପରେ ଲକ୍ଷନୌ ବ୍ୟାଟ୍ସମ୍ୟାନ୍ ଦୀପକ ହୁଡ଼ା ଅରେଞ୍ଜ କ୍ୟାପ ଦୌଡ଼ରେ ଏକ ଲମ୍ଫ ପ୍ରଦାନ କରିବା ସହ ଜୋସ ବଟଲରଙ୍କୁ ମଧ୍ୟ ଟକର ଦେବାକୁ ଲାଗିଛନ୍ତି। ଅବଶ୍ୟ ଅରେଞ୍ଜ କ୍ୟାପ ଦୌଡ଼ରେ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଏମିତି କେହି ନାହାନ୍ତି ଯିଏକି ଜୋସ ବଟଲରଙ୍କୁ ଟକର ଦେଇ ପାରିବ କାରଣ ଜୋସ ୧୩ଟି ମ୍ୟାଚ ଖେଳି ୬୨୭ ରନ ସଂଗ୍ରହ କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ରାହୁଲ ଯିଏକି ୧୩ଟି ମ୍ୟାଚ୍ ଖେଳି ୪୬୯ ରନ ସଂଗ୍ରହ କରିଛନ୍ତି ଏବଂ ଏହି ଦୌଡ଼ରେ ଦିଲ୍ଲୀର ଡେଭିଡ ୱାରନର ୪୨୭ ରନ ଏବଂ ଲକ୍ଷନୌର ଦୀପକ ହୁଡ଼ା ୪୨୬ ରନ ଏବଂ ଗୁଜରାଟର ଶୁଭମନ ଗିଲ ୪୦୨ ରନ କରି ଏହି ଦୌଡ଼ରେ ସାମିଲ ଅଛନ୍ତି।
ଏବେ ଆସନ୍ତୁ ଜାଣିବା ପର୍ପଲ କ୍ୟାପ ବିଷୟରେ ଗତ କିଛି ମ୍ୟାଚ ତଳେ ହସରଙ୍ଗା ଚାହଲଙ୍କ ଠାରୁ ପର୍ପଲ କ୍ୟାପ ନେଇ ଯାଇଥିଲେ କିନ୍ତୁ ପୂର୍ବ ରାଜସ୍ଥାନ ବିପକ୍ଷ ଲକ୍ଷନୌ ମ୍ୟାଚରେ ଚାହଲ ପୁଣି ଏକ ୱିକେଟ ଅକ୍ତିଆର କରି ପୁନର୍ବାର ନିଜର ପର୍ପଲ କ୍ୟାପ ଫେରାଇ ଆଣିଥିଲେ।ଏବେ ଚାହଲ ପର୍ପଲ କ୍ୟାପ ଦୌଡ଼ରେ ପ୍ରଥମ ସ୍ଥାନରେ ଏବଂ ହସରଙ୍ଗା ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଏହି ଦୌଡ଼ରେ ପଞ୍ଜାବର ରବାଡା ୨୧ଟି ୱିକେଟ ,ଗୁଜରାଟର ମହମ୍ମଦ ସାମି ଏବଂ ବାଙ୍ଗାଲାରର ହରସଲ ପଟେଲ ଏବଂ କୁଲଦୀପ ଯାଦବ ଏବଂ ଟି ନଟରାଜ ଏବଂ ଉମରାନ୍ ମଲ୍ଲିକ ୧୮ଟି ୱିକେଟ ନେଇଛନ୍ତି। ଯେଉଁଠି ବଟଲରଙ୍କ ସ୍ଥାନ ଅଳ୍ପ ସୁରକ୍ଷିତ ଥିବା ବେଳେ ଚାହଲଙ୍କୁ ନିଜର ପର୍ପଲ କ୍ୟାପ ସୁରକ୍ଷିତ କରିବା ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।