ସରିଗଲା IPL 2022 ହେଲେ ହେଲା ଏହି ଏହି ବଡ଼ ରେକର୍ଡ! ଗୋଟିଏ କ୍ଲିକରେ ଜାଣନ୍ତୁ ବହୁତ କିଛି

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଟ୍ରଫି ଗୁଜରାଟ ଟାଇଟନ୍ସ ଜିତିବା ସହ ଆଇପିଏଲ ୨୦୨୨ ଶେଷ ହୋଇଯାଇଛି। ଆଇପିଏଲ ୨୦୨୨ରେ ୧୦ ଟି ଟିମ ଓହ୍ଲାଇବା ସହ ମ୍ୟାଚ ସଂଖ୍ୟା ମଧ୍ୟ ବଢ଼ିଲା କିନ୍ତୁ ଖେଳର ରୋମାଞ୍ଚକ କମି ନାହିଁ। ଆଇପିଏଲର ଏହି ସିଜନରେ ଚୌକା ଓ ଛକା ହେବା ସହ ଅନେକ ରେକର୍ଡ ମଧ୍ୟ ହେଲା। ଆସନ୍ତୁ ଜାଣିବା ଆଇପିଏଲ ୨୦୨୨ର କିଛି ଖାସ ଟିପ୍ପଣୀ ବିଷୟରେ।

Google

ସବୁଠୁ ଅଧିକ ରନ: ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ରନ ଜୋସ ବଟଲର ମାରିଛନ୍ତି। ସେ ୧୭ ମ୍ୟାଚରେ ୫୭.୫୩ର ଔସତରେ ୮୬୩ ରନ କରିଛନ୍ତି ଓ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୧୬ ରହିଛି। ସେ ଏହି ସିଜନରେ ଚାରିଟି ଶତକ ମାରିଥିଲେ। ଲକ୍ଷନୌ ସୁପର ଜାଏଣ୍ଟସର ଅଧିନାୟକ କେ ଏଲ ରାହୁଲ ୧୫ ମ୍ୟାଚରେ ୬୧୬ ରନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସବୁଠୁ ଅଧିକ ଛକା: ବଟଲର ୧୭ ମ୍ୟାଚରେ ୪୫ ଛକା ସହ ଏହି ସିଜନରେ ସବୁଠୁ ଅଧିକ ଛକା ମାରିଛନ୍ତି। ଲିୟାମ ଲିଭିଙ୍ଗଷ୍ଟୋନ ଦ୍ୱିତୀୟ ନମ୍ବରରେ ଅଛନ୍ତି ଯିଏକି ୧୪ ମ୍ୟାଚରେ ୩୪ ଛକା ମାରିଛନ୍ତି। ତୃତୀୟ ନମ୍ବରରେ କେକେଆରର ଆନ୍ଦ୍ର ରସଲ ଅଛନ୍ତି ଯିଏକି ୧୪ ମ୍ୟାଚରେ ୩୨ ଛକା ମାରିଛନ୍ତି। ଗୋଟେ ପାରିରେ ସବୁଠୁ ଅଧିକ ଛକା କ୍ୱିଣ୍ଟନ ଡି କକ ମାରିଛନ୍ତି(୧୦)।

Google

ସବୁଠୁ ଅଧୀକ ଚୌକା: ଜୋସ ବଟଲର ଚୌକା ମାରିବା ମାମଲାରେ ମଧ୍ୟ ଟପରେ। ସେ ଏହି ସିଜନରେ ୧୭ ମ୍ୟାଚରେ ୮୩ ଚୌକା ମାରିଛନ୍ତି। ଡେଭିଡ ୱାରନର ୫୨ ଚୌକା ସହିତ ଦ୍ୱିତୀୟ ସ୍ଥାନରେ ଓ ଶୁଭମନ ଗିଲ ୫୧ ଚୌକା ସହିତ ତୃତୀୟ ସ୍ଥାନରେ ଅଛନ୍ତି।

ସବୁଠୁ ଅଧିକ ଶତକ/ଅର୍ଦ୍ଧଶତକ: ବଟଲର ଆଇପିଏଲ ୨୦୨୨ରେ ୪ ଟି ଶତକ ସହ ସବୁଠୁ ଅଧିକ ଶତକ ମାରିଛନ୍ତି। କେ ଏଲ ରାହୁଲ ଦୁଇଟି ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କ୍ୱିଣ୍ଟନ ଡି କକ ଓ ରଜତ ପତିଦାର ୧-୧ ଶତକ ମାରିଛନ୍ତି। ଡେଭିଡ ୱାରନର ସବୁଠୁ ଅଧିକ ୫ ଅର୍ଦ୍ଧଶତକ ମାରିଛନ୍ତି।

Google

ସବୁଠୁ ତୀବ୍ର ଅର୍ଦ୍ଧଶତକ:କେକେଆରର ପ୍ୟାଟ କମିନ୍ସ ଆଇପିଏଲ ୨୦୨୨ରେ ୧୪ ବଲରେ ଅର୍ଦ୍ଧଶତକ ମାରିଥିଲେ ଯାହା ଏହି ସିଜନର ସବୁଠୁ ତୀବ୍ର ଅର୍ଦ୍ଧଶତକ ଅଟେ।

Google

ସବୁଠୁ ଅଧିକ ୱିକେଟ: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଆଇପିଏଲ ୨୦୨୨ରେ ୧୭ ମ୍ୟାଚରେ ୧୯.୫୧ ଔସତରେ ୨୭ ୱିକେଟ ନେଇଛନ୍ତି ଓ ପ୍ରଥମ ସ୍ଥାନର ରହିଛନ୍ତି। ଆରସିବିର ସ୍ପିନର ୱାନିନ୍ଦୁ ହସରଙ୍ଗା ୨୬ ୱିକେଟ ସହିତ ଦ୍ୱିତୀୟ ଓ କଗୀସୋ ରବାଡ଼ା ୨୩ ୱିକେଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

Google

ସବୁଠୁ ଭଲ ବୋଲିଙ୍ଗ: ଯଶପ୍ରୀତ ବୁମରା କେକେଆର ବିରୁଦ୍ଧରେ ୧୦ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଯାହା ଏହି ସିଜନରେ ବେଷ୍ଟ ବୋଲିଙ୍ଗ ପ୍ରଦର୍ଶନ ଥିଲା। ତାଙ୍କ ଛଡା ହସରଙ୍ଗା, ଚାହଲ, ଉମରାନ ମଲ୍ଲିକ ମଧ୍ୟ ଗୋଟେ ମ୍ୟାଚରେ ୫ ଟି ୱିକେଟ ନେଇଛନ୍ତି।

ସବୁଠୁ ଅଧିକ ରନ ଦେଇଥିବା ବୋଲର: ଜୋସ ହେଜଲଉଡ଼ ପଞ୍ଜବ କିଙ୍ଗସ ବିରୁଦ୍ଧରେ ଗୋଟେ ମ୍ୟାଚରେ ୪ ଓଭରରେ ୬୪ ରନ ଦେଇଥିଲେ ଯାହା ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ରନ ଦେଇଥିବା ସ୍ପେଲ ଥିଲା। ୬୩ ରନ ସହିତ ମାର୍କୋ ଯେନସନ ଏହି ମାମଲାରେ ଦ୍ୱିତୀୟ ନମ୍ବରରେ ଅଛନ୍ତି।

★ଆଇପିଏଲ ୨୦୨୨ରେ ହୋଇଛି କେତେ ଚୌକା-୨୦୧୭
★ଆଇପିଏଲ ୨୦୨୨ରେ ହୋଇଛି କେତେ ଛକା-୧୦୬୨
★ଆଇପିଏଲ ୨୦୨୨ରେ ହୋଇଛି କେତେଟି ଅର୍ଦ୍ଧଶତକ-୧୧୮
★ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ଡ଼ଟ ବଲ କିଏ ପକାଇଛିଲନ୍ତି-ପ୍ରସିଦ୍ଧ କ୍ରିଷ୍ଣା(୨୦୧)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର , କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *