ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ର ଅନେକ ମ୍ୟାଚ ଶେଷ ହୋଇ ସାରିଛି। ୭୦ ମ୍ୟାଚ ମଧ୍ୟରୁ ୩୫ ମ୍ୟାଚର ଖେଳ ଶେଷ ହୋଇ ସାରିଛି। ଅର୍ଥାତ ଗ୍ରୁପ ଷ୍ଟେଜରେ ଖେଳାଯିବା ସମସ୍ତ ୧୪ ମ୍ୟାଚ ମଧ୍ୟରୁ ସମସ୍ତ ୧୦ ଟିମ ଅଧା ମ୍ୟାଚ ଖେଳି ସାରିଛନ୍ତି। ଅଧା ମ୍ୟାଚ ଅର୍ଥାତ ୭ ମ୍ୟାଚ ଆଉ ବର୍ତ୍ତମାନ ଏହି ୭ ମ୍ୟାଚ ହିଁ ଖେଳିବା ପାଇଁ ରହି ଯାଇଚି। ଆଇପିଏଲ ୨୦୨୩ର ଅଧା ଶେଷ ହେବା ପରେ ପଏଣ୍ଟସ୍ ଟେବୁଲରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସବୁଠାରୁ ଉପରେ ରହିଛି। ଏହା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି।
ଏହା ପରେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟ ଟପ ଚାରିରେ ନିଜର ସ୍ଥାନ ବନାଇ ରଖିଛନ୍ତି। ଆଇପିଏଲରେ ପ୍ଲେ ଅଫସରେ ସେହି ଦଳ ପହଞ୍ଚି ଥାନ୍ତି ଯେଉଁ ଦଳ ନିଜକୁ ଟେବୁଲରେ ପ୍ରଥମ ଚାରି ସ୍ଥାନ ମଧ୍ୟରେ ରଖି ଥାଆନ୍ତି।
ତେବେ ଏହା ମଧ୍ୟରେ ବର୍ତ୍ତମାନ ଚେନ୍ନାଇ, ଗୁଜରାଟ, ରାଜସ୍ଥାନ ଓ ଲକ୍ଷନୌ ସବୁଠାରୁ ଆଗରେ ରହିଛନ୍ତି। ଏହା ମଧ୍ୟରେ ଗୁଜରାଟ ଓ ଚେନ୍ନାଇ ୫-୫ ମୁକାବିଲା ଜିତିବା ସହିତ ସେମାନଙ୍କର ୧୦ ଅଙ୍କ ରହିଛି। କିନ୍ତୁ ରନ ରେଟ ଭଲ ହେବା କାରଣରୁ ଚେନ୍ନାଇ ପ୍ରଥମ ସ୍ଥାନରେ ହିଁ ରହିଛି ଓ ଗୁଜରାଟ ଦ୍ୱିତୀୟ ସ୍ଥାନରେ।
ଏହିପରି ଅବସ୍ଥା ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଲଖନୌ ଓ ରାଜସ୍ଥାନ ଦଳ ସହିତ ମଧ୍ୟ ହୋଇଛି। ତେବେ ସେମାନେ ମଧ୍ୟ ବର୍ତ୍ତମାନ ଯାଏ ୭-୭ ମ୍ୟାଚ ଖେଳିବା ସହିତ ୪-୪ ମ୍ୟାଚ ରେ ବିଜୟ ହାସଲ କରିଛନ୍ତି। କିନ୍ତୁ ରନ ରେଟ ଭଲ ହେବା କାରଣରୁ ରାଜସ୍ଥାନ ଲକ୍ଷ୍ନୌ ତୁଳନାରେ ଅଧିକ ଉପରେ ରହିଛି।
ଏହା ବ୍ୟତୀତ ପଞ୍ଚମ ଓ ଷଷ୍ଠ ସ୍ଥାନରେ ବାଙ୍ଗାଲୋର ଓ ପଞ୍ଜାବ ରହିଛନ୍ତି। ସେମାନେ ମଧ୍ୟ ୭ ମ୍ୟାଚ ମଧ୍ୟରୁ ୪-୪ ମ୍ୟାଚରେ ବିଜୟ ହାସଲ କରିଛନ୍ତି କିନ୍ତୁ ତାଙ୍କର ସ୍ଥାନରେ ଫରକ କେବଳ ରନ ରେଟ କାରଣରୁ ରହିଛି। ମୁମ୍ବାଇ ଦଳର ପ୍ରଦର୍ଶନ ଏହି ବର୍ଷ ନିରାଶାଜନକ ରହିଛି।
ଏହାର ପ୍ରଭାବ ପଏଣ୍ଟସ୍ ଟେବୁଲରେ ସିଧାସଳଖ ଭାବରେ ରହିଛି। ୭ ମ୍ୟାଚ ମଧ୍ୟରୁ ୩ ମ୍ୟାଚ ଜିତିବା ସହିତ ମୁମ୍ବାଇ ସପ୍ତମ ସ୍ଥାନରେ ରହିଛି। ଏହା ସହିତ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଯଥାକ୍ରମେ କୋଲକତା, ହାଇଦ୍ରାବାଦ ଓ ଦିଲ୍ଲୀ ୭ ମ୍ୟାଚ ଖେଳିବା ପରେ ୪-୪-୪ ଅଙ୍କ ହିଁ ରହିଛି।
ତେବେ ପ୍ରଶ୍ନ ହେଉଚି କି ୭ ମ୍ୟାଚ ଖେଳିବା ପାରେ ୭-୧୦ ନମ୍ବର ଯାଏ ସ୍ଥାନରେ ଥିବା ଦଳ ପାଇଁ ବର୍ତ୍ତମାନ ହାରିବା ସମ୍ପୂର୍ଣ୍ଣ ଭାବରେ ମନା ଅଟେ। କାରଣ ବର୍ତ୍ତମାନ ଏହି ଭାବନା ସହିତ ଖେଳିବା ଫଳରେ ହିଁ ଦଳ ପ୍ଲେ ଅଫ ପାଇଁ ଉତ୍ତୀର୍ଣ୍ଣ ହୋଇ ପାରିବ। ତେବେ ଏହି ନ୍ୟୁଜ ରାଜସ୍ଥାନ ଓ ଚେନ୍ନାଇ ମ୍ୟାଚ ହେବା ପୂର୍ବରୁ ନ୍ୟୁଜ ଅଟେ।