IPL 2023: KKR ର ପ୍ରଥମ ମ୍ୟାଚରେ ଉମେଶ ୟାଦବ ରଚିଲେ ଇତିହାସ! ଏମିତି କରିବାରେ ବନିଲେ ପ୍ରଥମ ବୋଲର

ବ୍ୟୁରୋ ରିପୋର୍ଟ: ପଞ୍ଜାବ କିଂଗ୍ସ ଡ଼କୱର୍ଥ ଲୁଇସ ନିୟମ ଅନୁସାରେ କୋଲକାତା ନାଇଟ ରାଇଡ଼ର୍ସକୁ ୭ ରନରେ ହରାଇ ଦେଇଛି। ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ଜବରଦସ୍ତ ବୋଲିଂ କରିଥିଲେ। ସେ ମ୍ୟାଚରେ ୩ ଟି ୱିକେଟ ନେଇ ଦଳକୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। କିନ୍ତୁ କୋଲକାତା ନାଇଟ ରାଇଡ଼ର୍ସ ପକ୍ଷରୁ ଉମେଶ ଯାଦବ ଗୋଟିଏ ୱିକେଟ ନେବା ସହିତ ଏକ ବଡ଼ କାରନାମା ନିଜ ନାମରେ କରି ନେଇଛନ୍ତି।

ପଞ୍ଜାବ କିଂଗ୍ସ ପକ୍ଷରୁ ଉମେଶ ଯାଦବ ୪ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ୱିକେଟ ନିଜ ନାମରେ କରିଛନ୍ତି। ଏହା ସହିତ ସେ ଆଇପିଏଲରେ ଗୋଟିଏ ଟିମ ବିପକ୍ଷରେ ସବୁଠାରୁ ଅଧିକ ୱିକେଟ ନେବାରେ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ପଞ୍ଜାବ କିଂଗ୍ସ ବିପକ୍ଷରେ ପ୍ରଥମେ ୨୦୧୩ ମସିହାରେ ଖେଳିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଦଳ ବିପକ୍ଷରେ ୩୪ ଟି ୱିକେଟ ହାସଲ କରି ସାରିଛନ୍ତି। ଏଥିରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ବ୍ରାଭୋ (୩୩ ୱିକେଟ) ରେକର୍ଡ ପାର କରିଦେଇଛନ୍ତି।

୨୦୧୦ ମସିହାରୁ ଆଇପିଏଲ ଖେଳୁଥିବା ଉମେଶ ଯାଦବ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୪ ଟି ମ୍ୟାଚରେ ୧୩୬ ଟି ୱିକେଟ ନେଇ ସାରିଛନ୍ତି। ସେ ପାରିର ଆରମ୍ଭରୁ ପାୱାର ପ୍ଲେ ମଧ୍ୟରେ ବୋଲିଂ କରି ଥାଆନ୍ତି ଏବଂ ଦଳ ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇ ଥାଆନ୍ତି। ୨୦୨୨ ମସିହାରେ ସେ କୋଲକାତା ପକ୍ଷରୁ ୧୨ ଟି ମ୍ୟାଚରେ ୧୬ ଟି ୱିକେଟ ନିଜ ନାମରେ କରିଥିଲେ।

ପଞ୍ଜାବ କିଂଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୯୧ ରନ କରି ନେଇଥିଲା। ଏହାର ଜବାବରେ କୋଲକାତା ନାଇଟ ରାଇଡ଼ର୍ସ ୧୬ ଓଭରରେ ୧୪୬ ରନ କରି ୭ ୱିକେଟ ହରାଇ ସାରିଥିଲା। ଏହାପରେ ବର୍ଷା ହେବାରୁ ଡକୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା।

ପଞ୍ଜାବ କିଂଗ୍ସ ପକ୍ଷରୁ ଭାନୁକା ରାଜପକ୍ଷ ଦମଦାର ଅର୍ଦ୍ଧଶତକ ଲଗାଇଥିଲେ। କେକେଆର ଦଳ ଲଗାତାର ଭାବରେ ୱିକେଟ ହରାଇ ଚାଲିଥିଲା ଏବଂ ଡକୱର୍ଥ ଲୁଇସ ନିୟମ ଅନୁସାରେ ପଞ୍ଜାବ କିଂଗ୍ସ ୭ ରନରେ ଜିତି ନେଇଥଲା।

Leave a Reply

Your email address will not be published. Required fields are marked *