ବଲିଉଡ଼ ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନ ମେଣ୍ଟାଲ ସ୍ୱାସ୍ଥ୍ୟ ଥିବା ଲୋକଙ୍କ। ପ୍ରତି ଜାଗରୁକତାକୁ ନେଇ ଏକ ସୁନ୍ଦର କାମ କରିଛନ୍ତି। ସେ ଲୋକଙ୍କ ପାଇଁ ଏକ ଚାକିରୀ ଭ୍ୟାକେଂସି ବାହାର କରିଛନ୍ତି। ସେ ନିଜ ଇଂଷ୍ଟାଗ୍ରାମ ପୋଷ୍ଟ କରି ଜଣାଇଛନ୍ତି କି ମେଣ୍ଟାଲ ସ୍ୱାସ୍ଥ୍ୟ ଦେଇ ଗତିକରୁଥିବା ଲୋକଙ୍କ ସାହାଯ୍ୟ ପାଇଁ ଏହି କାମ କେବେଠୁ ଆରମ୍ଭ ହେବ। ଓ ଏହା ପାଇଁ ଇଛୁକଥିବା ଲୋକ କିପରି ଏହା ପାଇଁ ଆପ୍ଲାଏ କରିବେ।

ଇରା ଖାନ ନିଜ ପୋଷ୍ଟରେ ଲେଖିଛନ୍ତି ,”ଟିମ ପାଇଁ ୨୫ ଜଣ ଲୋକଙ୍କ ଆବଶ୍ୟକତା ଅଛି। ଗୋଟେ ମାସର କାମ।ଏଥିପାଇଁ ୫ ହଜାର ଟଙ୍କା ଦିଆଯିବ। ଯେଉଁଲୋକ ମେଣ୍ଟାଲ ସ୍ୱାସ୍ଥ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ସେମାନେ ଫୋନ ବା ଇମେଲ କରିପାରିବେ। ଦେଶରେ ଅଲଗା ଅଲଗା ରାଜ୍ୟରୁ ଲୋକ ଆବଶ୍ୟକ ୮ ଘଣ୍ଟାର ସିପଟି ହେବ ଯାହା କି ୨୨ ମାର୍ଚ୍ଚରୁ ଆରମ୍ଭ ହେବ।
ଏହି ପୋଷ୍ଟରେ ଇରା ଖାନ ଏକ ଇମେଲ ଦେଇଛନ୍ତି। ସେ ସେହି ଲୋକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେଉଁ ମାନେ ମୁକ୍ତରେ ଏହି କାମ କରିବା ପାଇଁ ଉଛୁକ।
ଆପଣଙ୍କୁ କହିରଖିବୁ ଇରା ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସରେ ନିଜକୁ ଡିପ୍ରେସନରେ ରହିବାର ଅନୁଭବ ବିଷୟରେ କହିଛନ୍ତି।

ଇରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଟନ୍ତି। ଏହି ବର୍ଷ ୧୪ ଫେବ୍ରୁଆରୀକୁ ଭ୍ୟାଲେଣ୍ଟାଇନଡେ ରେ ସେ ନୁପୁର ଶିଖରଙ୍କ ସହ ନିଜ ରିଲେସନ ଉପରେ ମତ ଦେଇଥିଲେ । ନୁପୁର ଶିଖର ଇରା ଖାନଙ୍କ ଫିଟନେସ କୋଚ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।