ଭାରତୀୟ ପୂର୍ଵ ଅଲରାଉଣ୍ଡର ଖେଳାଳୀ ଓ ବର୍ତ୍ତମାନର ୟୁଏଇରେ ଅନୁଷ୍ଠିତ ହେଉଥିବା ଆଇପିଏଲର କମେଣ୍ଟେଟର ଇରଫାନ ପଠାନ କହିଲେ ସେ ଲଂଙ୍କା ପ୍ରିମୀୟର ଲିଗରେ କୈଣ୍ଡି ଟସ୍କର୍ସ ଫ୍ରେଞ୍ଚାଇସ ପକ୍ଷରୁ ଖେଳୁଥିବା ଦେଖାଯିବେ। ଏହି ଟିମରେ ଅନେକ ବଡ଼ ଖେଳାଳି ସାମିଲ ଅଛନ୍ତି ଯେଉଁଥିରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳୀ କ୍ରିସ ଗେଲ, କୁସଲ ପେରେରା ଶ୍ରୀଲଙ୍କାର , ଶ୍ରୀଲଙ୍କା ର ଟି-୨୦ ସ୍ପେଶାଲିଷ୍ଟ କୁସଲ ମେଣ୍ଡିସ , ନୁବାନ ପ୍ରଦୀପ, ଓ ଇଂଲଣ୍ଡର ଦ୍ରୁତ ବୋଲର ଲିୟାମ ଫ୍ଲେଙ୍କେଟଙ୍କ ନାମ ମଧ୍ୟ ସାମିଲ ଅଛି।କୈଣ୍ଡି ଟସ୍କର୍ସ ଫ୍ରେଞ୍ଚାଇସ ଟିମରେ କୋଚିଙ୍ଗ ଷ୍ଟାପ ଶ୍ରାଲଙ୍କାର ପୂର୍ଵ ଅଧିନାୟକ ହସନ ତିଲକରତ୍ନଙ୍କ ନାମ ମଧ୍ୟ ସାମିଲ ଅଛି ।
ଏହି ବର୍ଷର ଆରମ୍ଭରୁ ଇଣ୍ଟରନ୍ୟାସନାଲର ତିନୋଟି ଯାକ ଖେଳରୁ ସନ୍ୟାସ ନେଇଥିବା ୩୬ ବର୍ଷୀୟ ଇରଫାନ ପଠାନ ଟିମ ଇଇଣ୍ଡି ତରଫରୁ ୨୯ ଟେଷ୍ଟ, ୧୨୦ ଏକଦିବସିୟ, ଓ ୨୪ ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଏହି ମୌକାରେ କହିଛନ୍ତି,”ଆମ ଦୃଷ୍ଟି ଏହି ଟୁର୍ଣ୍ଣମେଣ୍ଟ ଜିତିବା ଉପରେ ଅଛି । ମୁଁ ଏଲପିଏଲ ରେ କୈଣ୍ଡି ଟସ୍କର୍ସ ଫ୍ରେଞ୍ଚାଇସ ଟିମରେ ମିଶି ବହୁତ ଖୁସି ଅନୁଭବ କରୁଛି । ଆମ ଆମ ଟିମରେ କିଛି ଭଲ ଖେଳାଳି ସାମିଲ ଅଛନ୍ତି ଯାହାଙ୍କ ସହ ଖେଳିବାରେ ମଜା ଆସିବ।

କୈଣ୍ଡି ଟସ୍କର୍ସ ଫ୍ରେଞ୍ଚାଇସରେ ସାମିଲ ହୋଇଥିବା ସୋହେଲା ଖାନ କହିଲେକି ,” ଇରଫାନ ପଠାନ ଟିମରେ ସାମିଲ ହେବା ଦ୍ଵାରା ଟିମ ମଝବୁତ ହେବା ସହ ତାଙ୍କର ଅନୁଭବ ଟିମ ପାଇଁ ବହୁତ ଫାଇଦା ଦେବ”। କହିରଖିବୁ କୁ ଏହି ବର୍ଷ ଏଲପିଏଲ ର ଆରମ୍ଭ ୨୧ ନଭେମ୍ବରରୁ ୧୩ ଡିସେମ୍ବର ଭିତରେ ହେବାକୁ ଅଛି। ଏହି ପୁରା ଦୁଇଟି ଷ୍ଟାଡ଼ିଅମରେ ଖେଳାଯିବ। ଯେଉଁଥିରେ ହମ୍ବନଟୋଟାର ମହିଂନ୍ଧା ରାଜପକ୍ଷେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡ଼ିୟମ ଓ କୈଡ଼ିର ପଲ୍ଲକେଲ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡ଼ିୟମ ସାମିଲ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।