ରୋଡ଼ ସେପଟି ବିଶ୍ୱ ସିରିଜ ଟି-୨୦:ଇରଫାନ ପଠାନ ଖେଳିଲେ ଧୂଆଁଧାର ପାରି, ଜାଣନ୍ତୁ କିଏ ଜିତିଲା?

ରାୟପୁରରେ ଖେଳାଯାଉଥିବା ରୋଡ଼ ସେପଟି ବିଶ୍ୱ ସିରିଜ ଟି-୨୦ର ୯ ମ ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡସ ଇଣ୍ଡିଆ ଲିଜେଣ୍ଡସଙ୍କୁ ହରାଇ ଦେଇଛନ୍ତି। ଇଂଲଣ୍ଡ ଲିଜେଣ୍ଡସ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୧୮୮ ରନ କରିଥିଲେ। ଯେବେକି ଇଣ୍ଡିଆ ଲିଜେଣ୍ଡସ ୨୦ ଓଭରରେ ୭ ୱିକେଟ ହରାଇ ୧୮୨ ରନ ହିଁ କରିପାରିଲେ ଓ ୬ ରନରେ ହାରିଗଲେ। ଇଣ୍ଡିଆ ଲିଜେଣ୍ଡସଙ୍କର ଏହା ଟୁର୍ଣ୍ଣାମେଣ୍ଟର ପ୍ରଥମ ହାର ଅଟେ। ଇଂଲଣ୍ଡ ଲିଜେଣ୍ଡସଙ୍କର ବିଜୟର ହିରୋ କେବିନ ପିଟରସନ ରହିଲେ। ଯିଏକି ୩୭ ବଲରେ ୭୫ ରନର ପାରି ଖେଳିଥିଲେ। ଭାରତ ପାଇଁ ଇରଫାନ ପଠାନ ୩୪ ବଲରେ ୬୧ ରନର ପାରି ଖେଳିଥିଲେ କିନ୍ତୁ ସେ ଟିମକୁ ବିଜୟ କରାଇପାରିନଥିଲେ।

Google

୧୮୯ ରନର ଲକ୍ଷର ପିଛା କରିବାକୁ ଉଲ୍ହାଇଥିବା ଇଣ୍ଡିଆ ଲିଜେଣ୍ଡସଙ୍କର ଆରମ୍ଭ ବହୁତ ଖରାପ ରହିଲା। ବିରେନ୍ଦ୍ର ସେହ୍ଵାଗ ଦ୍ୱିତୀୟ ଓଭରରେ ହିଁ ମାଥୟୁ ହୋଗାର୍ଡଙ୍କର ଶିକାର ହୋଇଗଲେ। ସେ ମାତ୍ର ୬ ରନ ହିଁ କରିପାରିଥିଲେ।ଏହା ପରେ ମହମ୍ମଦ କେଫ ଇଂଲଣ୍ଡର ବାମହାତୀ ସ୍ପିନର ମୋଣ୍ଟି ପନେସରଙ୍କ ବଲରେ ଆଉଟ ହୋଇଗଲେ। ସଚିନ ଟେନ୍ଦୁଲକରଙ୍କ ବଡ଼ ୱିକେଟ ମଧ୍ୟ ପନେସର ନେଲେ।ଯୁବରାଜ ଓ ବଦ୍ରୀନାଥଙ୍କ ଯୋଡି ମଧ୍ୟ ଚାଲିଲାନାହିଁ ଓ ରାୟନ ସାଇଡ଼ବୋଟମ ବଦ୍ରୀଙ୍କୁ ୮ ରନରେ ଆଉଟ କରିଦେଲେ। ଯୁବରାଜ ଅଳ୍ପ ସମୟ ଭଲ ଖେଳିବା ପରେ ସେ ମଧ୍ୟ ୨୨ ରନ କରି ପନେସରଙ୍କ ବଲରେ ଆଉଟ ହୋଇଗଲେ।

ଇରଫାନ ପଠାନଙ୍କ ଜଲବା:

ଏହା ପରେ ୟୁସୁଫ ପଠାନ ଓ ଅଲରାଉଣ୍ଡର ଇରଫାନ ପଠାନ ପାରି ସମ୍ଭାଳିଲେ। ୟୁସୁଫ ପଠାନ ଖୋଲିକି ଶର୍ଟ ଖେଳିପାରିଲେ ନାହଁ କିନ୍ତୁ ଇରଫାନ ପଠାନ ଆସିବା କ୍ଷଣି ନିଜ ଜଲବା ଦେଖାଇଲେ। ୟୁସୁଫ ଟ୍ରେଣ୍ଡବେଲଙ୍କ ବଲରେ ୧୭ ରନ କରି ଆଉଟ ହୋଇଗଲେ। କିନ୍ତୁ ଇରଫାନ ପଠାନ ୪ ଟି ଚୌକା ଓ ୫ ଟି ଛକା ଦ୍ଵାରା ୬୧ ରନ କରିଥିଲେ।ଗୋନି ମଧ୍ୟ ୧୬ ବଲରେ ୩୫ ରନ କରି ମ୍ୟାଚକୁ ରୋମାଞ୍ଚକର କରିଦେଇଥିଲେ। କିନ୍ତୁ ଶେଷରେ ଇଣ୍ଡିଆ ଲିଜେଣ୍ଡସଙ୍କୁ ଶେଷ ଦୁଇଟି ବଲରେ ୮ ରନର ଆବଶ୍ୟକତା ଥିଲା କିନ୍ତୁ ମାତ୍ର ୨ ରନ ହିଁ ହୋଇପାରିଲା। ଓ ଇଂଲଣ୍ଡ ଲିଜେଣ୍ଡସ ଏହି ମ୍ୟାଚ ୬ ରନରେ ନିଜ ନାମରେ କରିଦେଲେ।

Google
କେବିନ ପିଟରସନ ହେଲେ ବିଜୟର ହିରୋ:

ଇଂଲଣ୍ଡ ପାଇଁ ଅଧିନାୟକ କେବିନ ପିଟରସନ ସୁନ୍ଦର ପାରି ଖେଳିଥିଲେ ସେ ମାତ୍ର ୧୮ ବଲର୍ବ ଅର୍ଦ୍ଧଶତକ ମାରିଥିଲେ।ସେ ୩୭ ବଲରେ ୭୫ ରନର ପାରି ଖେଳିଥିଲେ। ସେ ୫ ଟି ଛକା ଓ ୬ ଟି ଚୌକା ମାରିଥିଲେ। ଇଂଲଣ୍ଡର ଅଧିନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ କରାଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *