କଣ କୋହଲିଙ୍କ ଟେଷ୍ଟ ଅଧିନାୟିକତ୍ୱ ଉପରେ ଅଛି ବିପଦ? ଜାଣନ୍ତୁ କଣ କହିଲେ ଆଜିଙ୍କ୍ୟ ରାହାଣେ ।

ଏଡିଲେଡ଼ରୁ ବ୍ରିସବେନ ମଧ୍ୟରେ ବହୁତ କିଛି ବଦଳିଗଲା।୩୬ ରନରେ ଅଳଆଉଟ ହେବା ଠାରୁ ଆରମ୍ଭ କରି ଗାବାରେ “କିଲା ଫତହ”କରିବା ମଧ୍ୟରେ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ନିଜ ପ୍ରଦର୍ଶନ ଜରିଆରେ ନୂଆ ପରିଭାଷା ଲେଖିଲେ,ଯାହାକୁ ପୁରା ଦୁନିଆ ସଲାମ କଲା। ଏହି ବିଜୟ ଭାରତୀୟ ଡ୍ରେସିଂ ରୁମ ସମୀକରଣକୁ ମଧ୍ୟ କିଛି ବଦଳାଇଦେଲା।

Should Ajinkya Rahane be made full-time Test skipper ahead of Virat Kohli after Australia series heroics?
Google

ଭାରତକୁ ପ୍ରତିକୂଳ ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟ ପ୍ରଦାନ କରେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ କ୍ରିକେଟରେ ଅଧିନାୟକ କରିବାକୁ ଦାବି ଦେଖିବାକୁ ମିଳିଛି। ହେଲେ ନିକଟ ଭବିଷ୍ୟତରେ ବିରାଟ କୋହଲିଙ୍କ ଅଧିନାୟିକତ୍ୱକୁ ବିପଦ ନାହିଁ। ଏହି ଐତିହାସିକ ବିଜୟ ପରେ ଡ୍ରେସିଂ ରୁମରେ ସିନିୟର ଖେଳାଳି ମାନଙ୍କ ପଦ ବହୁତ ବଢିଗଲା।

ବିରାଟ କୋହଲି ଏକ ମାସ ପିତୃତ୍ୱ ଅବକାଶ ନେବା ପରେ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମକୁ ଫେରିବେ। ଯେବେ ବିରାଟ ଅଷ୍ଟ୍ରେଲିଆରୁ ବାହାରିଲେ ସେତେବେଳେ ଟିମ ୩୬ ରନରେ ଅଲଆଉଟ ହୋଇ ଲଜ୍ୟାଜନକ ହୋଇଥିଲା ହେଲେ ବ୍ରିସବେନ ପର୍ଯ୍ୟନ୍ତ ସବୁ କିଛି ବଦଳିଯାଇଥିଲା।

ରୋହିତ ଶର୍ମା,ଆଜିଙ୍କ୍ୟ ରାହାଣେ,ରବିଚନ୍ଦ୍ରନ ଅଶ୍ୱିନ,ଚେତେଶ୍ୱର ପୂଜାରାଙ୍କ ପଦ ଡ୍ରେସିଂ ରୁମରେ ବଢିଗଲା ଓ ତାଙ୍କ କଥାକୁ ଆଗ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯିବ। କୋହଲି ଅଧିନାୟକ ପାଇଁ ଆଗରେ ରହିବେ ହେଲେ ନେତୃତ୍ୱ ନେବାର ସମସ୍ତଙ୍କ ମତ ସମାନ ରହିବା ଦରକାର।

ICC Test Rankings: Virat Kohli remains top, Ajinkya Rahane moves upward | Cricket News – India TV
Google

 

ରାହାଣେଙ୍କୁ ଯେବେ ପଚରାଗଲା ଯେବେ କୋହଲି ଫେରିବେ ସେତେବେଳେ ଆପଣ ଉପ ଅଧିନାୟକ ହିସାବରେ କେମିତି ଅନୁଭବ କରିବେ? ସେ କହିଲେ,”ମୁଁ ଏହି ଜିନିଷ ଭାବିବି ନାହିଁ। ଏହି ବିଜୟର ମଜା ନେଵାର ଅଛି ଓ ଭାରତ ଫେରି ଇଂଲଣ୍ଡ ବିପକ୍ଷ ସିରିଜ ବିପକ୍ଷରେ ଭାବିବାର ଅଛି।”ମୁମ୍ବାଇର ଏହି ଅଧିନାୟକ କେବେ ଭାବିବେ ନାହିଁ କି ୨୦୧୮ ରେ କିପରି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତାଙ୍କୁ ଅନ୍ତିମ ଏକାଦଶରୁ ବାହାର କରାଯାଇଥିଲା। ଅଷ୍ଟ୍ରେଲିଆ ବିରୁଦ୍ଧରେ ଋଷଭ ପନ୍ତ ଓ ଚେତେଶ୍ୱର ପୂଜାରାଙ୍କ ପରେ ଅଧିକ ରନ କରି ସଫଳତମ ଅଧିନାୟକ ରୂପେ ନାମ ଦର୍ଜ କରିଛନ୍ତି।

ଅଶ୍ୱିନ ୩ ମ୍ୟାଚରେ ୧୨ ୱିକେଟ ନେଲେ ଓ ଷ୍ଟିଭ ସ୍ମିଥଙ୍କୁ ଖୋଲିକି ଖେଳିବାକୁ ଦେଲେ ନାହିଁ। ବହୁତ ଶୀଘ୍ର ୪୦୦ ୱିକେଟ ନେବାକୁ ଯାଉଥିବା ଅଶ୍ୱିନ ମଧ୍ୟ ସେ ସମୟରେ ସିନିୟର ଖେଳାଳିର ଭୂମିକା ଲିଭେଇଥିଲେ। ମହମ୍ମଦ ସିରାଜଙ୍କୁ ଖରାପ ଭାଷା ଶୁଣିବାକୁ ପଡିଥିଲା। ଅଶ୍ୱିନ ସିଡନୀରେ ସେହି କଥାକୁ ନେଇ କହିଲେ,”ଯେବେ ସିରାଜ ଏହି କଥା ଆମକୁ କହିଲେ,ମୁଁ, ରୋହିତ ଓ ଆଜିଙ୍କ୍ୟ କଥା ହେଲୁ ମ୍ୟାଚ ରେଫରିଙ୍କୁ ଅଭିଯୋଗ କରିବୁ ବୋଲି”।

Google

ପୂଜାରା ଅଷ୍ଟ୍ରେଲିଆରେ ବୋଲରଙ୍କ ପ୍ରହାର ସହିଥିଲେ ସେଥିପାଇଁ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ୱାରିୟାର ବୋଲି କହିଲେ। ରୋହିତ ୪ ପାରିରୁ ୩ ପାରିରେ ଭଲ ଖେଳିଲେ ଓ ଶୁଭମାନ ଗିଲ ମଧ୍ୟ ତାଙ୍କ ଠାରୁ ବହୁତ ସାହାଯ୍ୟ ପାଇଲେ।ରୋହିତ ୱାଣ୍ଡେ ମ୍ୟାଚ ପାଇଁ ଧୁରନ୍ଧର ହେଲେ ୨ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିଥିଲା। ସେ ସ୍ଲିପରେ ୫ କ୍ୟାଚ ନେଲେ ଓ ତାଙ୍କ ଭୂମିକା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା। ଆଗମୀ ଟିମ ବୈଠକରେ ଏହି ୪ ଖେଳାଳିଙ୍କ ଭୂମିକା ମଧ୍ୟ ସମାନ ରହିବ ଓ ଅଧିନାୟକଙ୍କୁ ତାଙ୍କ ରାୟ ଗମ୍ଭୀର ଭାବେ ଜଣେଇବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *