ଜୁନ୍ ଶେଷ ସପ୍ତାହରେ ହେବ ବି.ଟେକ୍ ପରୀକ୍ଷା ?

ଜୁନ୍ ଶେଷ ସପ୍ତାହରେ ହେବ ବି.ଟେକ୍ ପରୀକ୍ଷା ?, B-Tech Examination, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ବି.ଟେକ୍ ଚତୁର୍ଥ ବର୍ଷ ଅନ୍ତିମ ସେମିଷ୍ଟର ପରୀକ୍ଷା ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ହେବ । ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ପ୍ରକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୟୁଜିସି ନିୟମାବଳିକୁ ପାଳନ କରି ପରୀକ୍ଷା ପରିଚାଳନା କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଏବଂ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତିଦ୍ବୟଙ୍କୁ ନିର୍ଦେଶ ଦିଆଯାଇଛି ।

ସାମାଜିକ ଦୂରତ୍ବ ରକ୍ଷା କରି ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ କୁହାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସରକାରଙ୍କ ନିର୍ଦେଶ ରହିଛି । ଅପରପକ୍ଷରେ ସେମିଷ୍ଟର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ ପଡିଯାଇଛନ୍ତି । ପରୀକ୍ଷା ତାରିଖ ଘୋଷଣାରେ ବିଳମ୍ବ ହେବା ଏବଂ ବସ୍‌ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ଯାତାୟାତରେ ଅସୁବିଧା ହେବ । ତେଣୁ ପରୀକ୍ଷା ଆଉ କିଛି ଦିନ ଘୁଞ୍ଚାଇ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ୟୁଜିସି ନିୟମାବଳି ଅନୁସାରେ ପରୀକ୍ଷା ପରିଚାଳନା କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶକ୍ତି ସମ୍ପନ୍ନ କମିଟି ଗଠନ କରାଯାଇଥିଲା ।

B-tech Examination
Google

ପରୀକ୍ଷା ୩ ଘଣ୍ଟା ପରିବର୍ତ୍ତେ ୨ ଘଣ୍ଟା ଏବଂ ଅଫ୍‌ଲାଇନ୍‌ରେ କରିବାକୁ କମିଟି ନିଷ୍ପତ୍ତି ନେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ କମିଟି ପ୍ରସ୍ତାବ ରଖିଥିଲା । ହେଲେ ସରକାର କମିଟିର କେତେକ ପ୍ରସ୍ତାବକୁ ଗ୍ରହଣ କରି ଥିବାବେଳେ ଆଉ କିଛି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି । ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସଂଘ ବିରୋଧ କରିଛି । ସଂଘ ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି, ସରକାର ବାହାର ରାଜ୍ୟ ଛାତ୍ରଛାତ୍ରୀଙ୍କ କଥା ବିଚାରକୁ ନେଇନାହାନ୍ତି ।

ହେବ ବି.ଟେକ୍ ପରୀକ୍ଷା ?

ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଆସାମ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମଣିପୁର, ଛତିଶଗଡ ଏବଂ ଉତ୍ତରାଖଣ୍ଡରୁ ପ୍ରାୟ ୬୦୦୦ ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ପଢୁଛନ୍ତି । ଟ୍ରେନ ବସ୍‌ ଚଳାଚଳ ସ୍ବାଭାବିକ ହୋଇ ପାରି ନଥିବାରୁ ସେମାନେ ଆସିପାରିବେ ନାହିଁ । ହଷ୍ଟେଲରେ ରହିବା ପାଇଁ ଅନୁମତି ନଥିବାରୁ ବାହାର ରାଜ୍ୟ ଏବଂ ରାଜ୍ୟର ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ କେଉଁଠି ରହି ପରୀକ୍ଷା ଦେବେ ସେଥିରେ ସମସ୍ୟା ଦେଖାଦେଇଛି । ତେଣୁ ଆଉ କିଛିଦିନ ପରୀକ୍ଷା ଗଡାଇ ଦିଆଯାଉ ବୋଲି ସଂଘ ଦାବି କରୁଛି।

B-Tech
Google

ବି.ଟେକ୍‌ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ କରାଯିବ। ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ବିଶ୍ବବିଦ୍ୟାଳୟ ଦ୍ବୟକୁ କୁହାଯାଇଛି । ଛାତ୍ରଛାତ୍ରୀ ନିଜ କଲେଜ କିମ୍ବା ଜିଲାସ୍ତରରେ ଅନ୍‌ଲାଇନ୍ ସୁବିଧା ଥିବା ସରକାରୀ ଆଇଟିଆଇ ଏବଂ ପଲିଟେକନିକ୍ କଲେଜରେ ପରୀକ୍ଷା ଦେବେ । ଏଥିପାଇଁ ଛାତ୍ରଛାତ୍ରୀ ସୁବିଧା ଅନୁସାରେ ନିକଟସ୍ଥ ସରକାରୀ ଆଇଟିଆଇ ଏବଂ ପଲିଟେକନିକ୍ କଲେଜକୁ ପରୀକ୍ଷା କେନ୍ଦ୍ର ଭାବରେ ମନୋନୟନ କରିବାକୁ ପଡିବ ବୋଲି ନିର୍ଦେଶ ରହିଛି। ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *