ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମାଙ୍କ ମାନିବା ଅଟକି ୨୦୨୧ ଟି-୨୦ ବିଶ୍ୱକପ ପାଇଁ ଏବେଠୁ ବ୍ୟାଟିଙ୍ଗ କ୍ରମ ଚୟନ କରିବା ଭୁଲ ହେବ। ଓ କ୍ୟାପଟେନ ବିରାଟ କୋହଲି ତାଙ୍କ ସହ ଇଂଲଣ୍ଡ ବିରୁଦ୍ଧରେ ଶେଷ ଟି-୨୦ରେ ଓପନିଙ୍ଗ କରିବା ଏକ ରଣନୀତି ଥିଲା।

ପଞ୍ଚମ ଟି-୨୦ରେ ଭାରତ ଜିତିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି ସେ ଆଗାମୀ ଆଇପିଏଲରେ ମଧ୍ୟ ଓପନିଙ୍ଗ କରିବେ ଓ ଏହି ବର୍ଷ ଶେଷରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଶୀର୍ଷରେ ଖେଳିବାକୁ ଚାହିଁବେ।
କୋହଲି ଓପନିଙ୍ଗ କରିବା କେବଳ ଗୋଟିଏ ରଣନୀତି ଥିଲା-ରୋହିତ:
ରୋହିତ ଶନିବାରକୁ ଟି-୨୦ ସିରିଜ ଜିତିବା ପରେ କହିଛନ୍ତି,”ଟି -୨୦ ବିଶ୍ୱକପରେ ଏବେ ବହୁତ ସମୟ ଅଛି।ସେବେ ଆମ ବ୍ୟାଟିଙ୍ଗ କିପରି ହେବ ଏବେଠୁ ଏହା ଉପରେ କହିବା ଭୁଲ ହୋଇଯିବ। ଆମକୁ ବସିକି ଫଇସଲା ନେବାକୁ ହେବକି ଟିମ ପାଇଁ ଲାଭ କଣ ହେବ”।
ସେ ଆଗକୁ କହିଛନ୍ତି,” ଆଜି କୋହଲିଙ୍କ ଦ୍ଵାରା ପାରିର ଆରମ୍ଭ କରିବା କେବଳ ଗୋଟିଏ ରଣନୀତି ଥିଲା। କାରଣ ଆମେ ଏକ ଅତିରିକ୍ତ ବୋଲର ଟିମରେ ରଖିବାକୁ ଚାହୁଁଥିଲୁ ଓ ଗୋଟେ ବ୍ୟାଟ୍ସମ୍ୟାନକୁ ବସାଇବାକୁ ଚାହୁଁଥିଲୁ।ଦୃଭାଗ୍ୟରେ କେଏଲ ରାହୁଲଙ୍କୁ ବସାଇବା ପାଇଁ ପଡିଲା ଯାହା ଏକ କଠିନ ଫଇସଲା ରହିଥିଲା”।

ସେ ଆଗକୁ କହିଛନ୍ତି,”ରାହୁଲ ସୀମିତ ଓଭର ବିଶେଷକର ଏହି ଫର୍ମାଟରେ ଆମର ମୁଖ୍ୟ ଖେଳାଳି ଥିଲେ। ବର୍ତ୍ତମାନ ଫର୍ମ ଦେଖି ଟିମ ମ୍ୟାନେଜମେଣ୍ଟ ସର୍ବଶ୍ରେଷ୍ଠ ଚୂଡାନ୍ତ ଏକାଦଶକୁ ଓହ୍ଲାଇବାକୁ ପାଇଁ ଫଇସଲା ନେଲା। ଏହାର ମାନେ ଏହା ନୁହେଁ କି ଭବିଷ୍ୟତରେ ରାହୁଲଙ୍କ ପାଇଁ ଆଲୋଚନା କରାଯିବନାହିଁ। ଏହି ଫଇସଲା ଏକ ମ୍ୟାଚ ପାଇଁ ଥିଲା। ଯେବେ ବିଶ୍ୱକପ ପାଖାପାଖି ହେବ ସେବେ ଜିନିଷ ବଦଳିପାରେ”।
ବିଶ୍ୱକପ ପାଇଁ ଆମ ପାଖରେ ଏବେବି ବହୁତ ସମୟ ଅଛି ରୋହିତ:
ସଂସ୍କରଣ ପୂର୍ବରୁ କୋହଲି କହିଥିଲେ ଓପନିଙ୍ଗ ପାଇଁ ରୋହିତ ଓ ରାହୁଲ ତାଙ୍କର ପ୍ରଥମ ଚଏସ ଅଟନ୍ତି। ଏହା ଉପରେ ରୋହିତ କହିଥିଲେ,”ଆମେ ତାଙ୍କ କ୍ଷମତା ଓ ଶୀର୍ଷକ୍ରମରେ ତାଙ୍କ ଯୋଗଦାନକୁ ବୁଝିଛୁ। ସେଥିପାଇଁ ମୁଁ ଏହା କହିବି ନାହିଁ କି ଏହା ବିଶ୍ୱକପ ପାଇଁ ପସନ୍ଦ ବ୍ୟାଟିଙ୍ଗ କ୍ରମ ଅଟେ।ଏବେ ଆହୁରି ସମୟ ଅଛି। ଏହା ପୂର୍ବରୁ ଆଇପିଏଲ ହେବ ଓ ମୁଁ ଶୁଣୁଛି ବିଶ୍ୱକପ ପୂର୍ବରୁ କିଛି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଅନୁଷ୍ଠିତ ହେବ। ସେଥିପାଇଁ ଆମ ପାଖରେ ବାଛିବା ପାଇଁ ବହୁତ ସମୟ ଅଛିକି ଆମ ପାଇଁ ଚୂଡାନ୍ତ ଏକାଦଶ କଣ ହେବ”।

ପ୍ରେସ ବୋଲର ଭୁବନେଶ୍ୱର କୁମାର ଆଘାତରୁ ବାହାରକୁ ଆସିବା ପରେ ସଫଳ ହେବା ଭାରତ ପାଇଁ ଖୁସି ଖବର। ସେ ନିର୍ଣ୍ଣାୟକ ମ୍ୟାଚରେ ଜୋସ ବଟଲରଙ୍କୁ ଆରମ୍ଭରୁ ଆଉଟ କରିବା ଟିମ ପାଇଁ ବହୁତ ଭଲ ରହିଥିଲା।ରୋହିତ କହିଛନ୍ତି ,”ଭୁବି ଲମ୍ବା ସମୟରୁ ଆମ ସହ ଅଛନ୍ତି ଓ ସେ ବାସ୍ତବରେ ଛୋଟ ଫର୍ମାଟରେ ଆମ ପାଇଁ ଭଲ ଖେଳ ଦେଖେଇଆସୁଛନ୍ତି। ସେ ଏବେ ମଧ୍ୟ ଆମର ବିଶେଷ ବୋଲର ଓ ଖାସ କରି ବିଶେଷକ୍ରମରେ ସେ ଆମର ପ୍ରମୁଖ ବୋଲର”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।