ଝାଡଖଣ୍ଡର କ୍ୟାପଟେନ ଏବଂ ଆଇପିଏଲରେ ଖେଳୁଥିବା ଇଶାନ କିଶନ ଆଉ ଥରେ ପୁଣି ନିଜର ପ୍ରତିଭା ଦେଖାଇଛନ୍ତି। ବାମ ହାତୀ ଏହି ବିସ୍ପୋଷ୍ଟକ ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିରେ ପ୍ରଥମ ମ୍ୟାଚରେ ୯୪ ବଲରେ ୧୭୩ କଲେ। ଇଶାନ କିଶନ ନିଜ ପାଳିରେ ୧୧ ଛକା ୧୯ଟି ଚୌକା ଲଗାଇଲେ। ଇଶାନ କିଶନଙ୍କ ଏହି ପାଳି ସହାୟତାରେ ଝାଡଖଣ୍ଡ ୫୦ ଓଭରରେ ୪୨୨ ରନର ବିଶାଳ ସ୍କୋର କଲା ଓ ଏହାପରେ ମଧ୍ୟପ୍ରଦେଶ ୧୮.୪ ଓଭରରେ ୯୮ ରନରେ ଅଲଆଉଟ ହୋଇଗଲା।

ମ୍ୟାଚର ହିରୋ ଇଶାନ କିଶନ ବଛାଗଲେ କାହିଁକିନା ଏହି ଯିବ ବ୍ୟାଟ୍ସମ୍ୟାନଙ୍କ ବିସ୍ପୋଷ୍ଟକ ଶତକ ସହିତ ୱିକେଟ କିପିଙ୍ଗରେ ୭ଟି କ୍ୟାଚ ନେଇ ନିଜର ଜଲୱା ଦେଖାଇଥିଲେ।ଇଶାନ କିଶନ ପୂର୍ବ ଆଇପିଏଲ ମଧ୍ୟରେ ବହୁତ ଅଲଗା ପ୍ରକାରର ଖେଳାଳୀ ଦେଖା ଯାଉଛନ୍ତି ଓ ଏହା ପଛରେ ରାହୁଲଙ୍କର ହାତ ଅଛି।
ରାହୁଲ ଦ୍ରାଭିଡ଼ଙ୍କ ଉପଦେଶ ଇଶାନ କିଶନଙ୍କୁ ବଦଳାଇ ଦେଲା:
ଏମିତି ନୁହେଁ କି ଝାଡ଼ଖଣ୍ଡର ଏହି ଖେଳାଳୀ ଅଚାନକ ରନ କରିବା ଆରମ୍ଭ କଲା। ଇଶାନ କିଶନ ପୂର୍ବ ବର୍ଷରୁ ହିଁ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଆଇପିଏଲ ୨୦୨୦ରେ ଇଶାନ କିଶନ ମୁମ୍ବାଇ ତରଫରୁ ସବୁଠୁ ଅଧିକ ରନ ୫୧୬ ରନ ବନେଇଥିଲେ। ତାଙ୍କର ଔଷତ ୫୭ରୁ ଅଧିକ ରହିଛି। ଏଥିରେ ୪ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି।ଇଶାନ କିଶନ ନିଜର ପ୍ରଦର୍ଶନର ଶ୍ରେୟ ରାହୁଲ ଦ୍ରାଭିଡ଼ଙ୍କୁ ଜ୍ଞାପନ କରିଥିଲେ। ସେ ଖୁଲାସା କରିଥିଲେ କି ରାହୁଲ ଦ୍ରାଭିଡ଼ ଉପଦେଶ ଦେଲେ କି ବଡ଼ ପାଳି ଖେଳିବା ପାଇଁ ତାଙ୍କୁ ଅଫସାଇଡରେ ଅଧିକ ପ୍ରଦର୍ଶନ କରିବାକୁ ପଡିବ।ଇଶାନ କିଶନ ରାହୁଲ ଦ୍ରାଭିଡ଼ଙ୍କ କଥା ମାନି ପରିଶ୍ରମ କଲେ ଯାହାପରେ ଆଇପିଏଲ ଓ ବିଜୟ ହଜାରେ ଟ୍ରଫିରେ ଭଲ ଖେଳ ଦେଖେଇଲେ।

୨୮ତମ ଓଭରରେ ଆଉଟ ହେଲେ ଇଶାନ କିଶନ ନହେଲେ ୨ଶତକ ଲଗାଇଥାନ୍ତେ:
କହିରଖୁଛୁକି ଇଶାନ କିଶନ ମଧ୍ଯପ୍ରଦେଶ ବିରୁଦ୍ଧରେ ୨୮ତମ ଓଭରରେ ଆଉଟ ହେଲେ ନହଲେ ୨ଶତକ ଲଗାଇଥାନ୍ତେ। ତାଙ୍କର ଏହି ପାଳି ପରେ ତାଙ୍କ ତୁଳନା ରୋହିତ ଶର୍ମାଙ୍କ ସହ କରାଯାଉଛି। ଫ୍ୟାନମାନେ ରୋହିତ ଶର୍ମାଙ୍କ ପରେ ଇଶାନ କିଶନଙ୍କ ପୁଲ ସଟକୁ ଅଧିକ ପସନ୍ଦ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।