IND vs AUS : ଇଶାନ୍ତ ଶର୍ମା ରାହାଣେଙ୍କୁ ନେଇ ଦେଲେ ଏହି ବଡ଼ ବୟାନ, ଏବେ ସମସ୍ତେ ଆଶ୍ଚର୍ଯ୍ୟ।

ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଅବକାଶ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ ପରେ ତିନୋଟି ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଭାରତର ଅଧିନାୟକତ୍ୱ ଦାୟିତ୍ବ ନିର୍ବାହ କରିବେ।

Google

ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କର କହିବା କଥା କି କାର୍ଯ୍ୟବାହକ ଅଧିନାୟକ ଆଜିଙ୍କ୍ୟ ରାହାଣେ ବୋଲରଙ୍କ ଅଧିନାୟକ ଓ ନିଜ ଶାନ୍ତ ସ୍ୱଭାବ ଓ ସ୍ପଷ୍ଟ ସମ୍ବାଦ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବାକି ତିନୋଟି ମ୍ୟାଚରେ ସେ ଭଲ ଅଧିନାୟକତ୍ୱ କରିବେ। ନିୟମିତ ଅଧିନାୟକ ବିରାଟ କୋହଲି ପିତା ହେବା ପାଇଁ ଭାରତ ଫେରିବାପରେ ବାକି ତିନୋଟି ଟେଷ୍ଟରେ ରାହାଣେ ଅଧିନାୟକତ୍ୱ କରିବେ।ହାତରେ ଆଘତ ଲାଗିବା କାରଣରୁ ଅଷ୍ଟ୍ରେଲିଆ ଗ୍ରସ୍ତରୁ ବାହାରିଯାଇଥିବା ଇଶାନ୍ତ କ୍ରିକଇନ୍ଫୋକୁ କହିଛନ୍ତିକି ସେ ବହୁତ ଶାନ୍ତ ରହିଥାନ୍ତି ଓ ତାଙ୍କ ଭିତରେ ବହୁତ ଆତ୍ମବିଶ୍ୱାସ ଅଛି। ମୁଁ ଏହା ମଧ୍ୟ କହିବିକି ସେ ବୋଲରଙ୍କ ଅଧିନାୟକ ଅଟନ୍ତି।

ସେ କହିଛନ୍ତି ଯେବେବି ଆମେ ଏକା ସାଥିରେ ଖେଲିଛୁ ଓ ବିରାଟ କୋହଲି ପଡ଼ିଆରେ ନଥାନ୍ତି ସେ ମତେ ପଚାରନ୍ତି କିପରି ଫିଲ୍ଡ ଦରକାର ଓ କେବେ ମୁଁ ଵୋଲିଙ୍ଗ କରିବାକୁ ଚାହୁଁଛି। ସେ କହିଛନ୍ତି ରାହାଣେ କେବେ ଆଦେଶ ଦେଇନଥାନ୍ତି। ତାଙ୍କୁ ଭଲ ଭବେ ଜଣାଅଛି ତାଙ୍କୁ ଟିମ ପାଖରୁ କଣ ଦରକାର। କୋହଲିଙ୍କ ଅନୁପସ୍ଥିତରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିରୁଦ୍ଧରେ ରାହାଣେ ଅଧିନାୟକତ୍ୱ ଦାୟିତ୍ୱ ତୁଲାଇଥିଲେ ଏବଂ ସେହି ଦୁଇଟି ସିରିଜ ଭାରତ ଜିତିଥିଲା।

Google
ପ୍ରେସର ସମୟରେ ଶାନ୍ତ ରହିଥାନ୍ତି ରାହାଣେ:

ଇସାନ୍ତ କହିଛନ୍ତି ଆପଣଙ୍କୁ ତାଙ୍କ ଅଧିନାୟକତ୍ୱରୁ ଜଣାପଡିଯିବ ସେ କିପରି ମଣିଷ ଅଟନ୍ତି। ସେ ବହୁତ ନରମ ଓ ସ୍ଥିର ସ୍ୱଭାବର ଅଟନ୍ତି। ଏପରି ନୁହେଁ କି ସେ ମଜା କରନ୍ତିନି। ସେ ଆମ ସହିତ ବହୁତ ମଜାକ କରିଥାନ୍ତି। ସେ ପ୍ରେସର ସମୟରେ ଶାନ୍ତ ରହିଥାନ୍ତି। ତାଙ୍କ ଉପରେ ଚାପ ରହିନଥାଏ ଓ ସେ ବୋଲରଙ୍କ ସହ ଖୋଲାଖୋଲି ଭାବେ କଥା ହୋଇଥାନ୍ତି।

ବିରାଟଙ୍କ ବିଷୟରେ ସେ କହିଛନ୍ତିକି ଯଦି କୌଣସି ପାର୍ଟନରସିପ ହେଉଛି ଓ ଫିଲ୍ଡରଙ୍କ ପାଖରେ କରିବା ପାଇଁ କିଛି ନାହିଁ ତ ସେବେ ଗୋଟିଏ ଖେଳାଳୀର ଉର୍ଜା ସବୁ ପରିବର୍ତ୍ତନ କରିଦେଇଥାଏ। ବିରାଟ ସେହିଭଳି ଉର୍ଜାର ସ୍ରୋତ ଅଟନ୍ତି। ତାଙ୍କର କୌଣସି ମୁକାବିଲା ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *