ଭୁବନେଶ୍ୱର କୁମାରଙ୍କ ସହିତ “ଅନ୍ୟାୟ”! ଭଲ ଫର୍ମରେ ଥିବା ପରେ ବି ମିଳିଲାନି ଦଳରେ ଜାଗା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ ଓ ଇଂଲଣ୍ଡ ବିରୁଦ୍ଧରେ ଖେଳିବାକୁ ଥିବା ୫ ଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ୨୦ ଜଣିଆ ଦଳ ଘୋଷଣା କରିବାର ନଜର ଆସିଛି। ଏହି ଟିମକୁ ମହମ୍ମଦ ସାମି, ଉମେଶ ଯାଦବ, ରବିନ୍ଦ୍ର ଜାଡେଜା, ଓ ହନୁମା ବିହାରୀ ଆଘାତ ପରେ ରିଟର୍ଣ୍ଣ କରିଛନ୍ତି। କିନ୍ତୁ ଭାରତୀୟ ଦଳର ଚୟନର ଏକ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି। ଏହି ୨୦ ଜଣିଆ ଦଳରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇନାହିଁ। ଯିଏକି ଫିଟ ଅଛନ୍ତି ଓ ଅଳ୍ପ ଦିନ ତଳେ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ଓ ଏକଦିବସିୟ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ।

Google

ଭୁବନେଶ୍ୱର କୁମାରଙ୍କୁ ନବଛାଯିବା ଏଥିପାଇଁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି କାରଣ ଇଂଲଣ୍ଡର ପାଣିପାଗ ଓ ପିଚ ତାଙ୍କ ପାଇଁ ଅନୁକୂଳ ଅଟେ। ଭୁବନେଶ୍ୱର ଜଣେ ସୁଇଂଙ୍ଗ ବୋଲର ଅଟନ୍ତି ଓ ଇଂଲଣ୍ଡରେ ସେ ସବୁବେଳେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ବଲକୁ ବାହାରକୁ ଓ ଭିତରକୁ ସୁଇଂଙ୍ଗ କରିବା ସହ ଭୁବନେଶ୍ୱରଙ୍କ ପାଖରେ ଭଲ ଲାଇନ ଲେନଥ ଅଛି ଯାହା ଏବେକା ଟିମରେ କେବଳ ବୁମରା ଓ ସାମୀଙ୍କ ପାଖରେ ଅଛି।

ଭୁବନେଶ୍ୱର କୁମାରଙ୍କର ଇଂଲଣ୍ଡରେ ଭଲ ରେକର୍ଡ:

ଭୁବନେଶ୍ୱର କୁମାରଙ୍କ ଇଂଲଣ୍ଡରେ ରେକର୍ଡ କଥା କହିବାତ ସେ ଏଠାରେ ୫ ଟି ମ୍ୟାଚରେ ୧୯ ୱିକେଟ ଅକ୍ତିଆର କରିଛନ୍ତି। ସେ ଗୋଟେ ମ୍ୟାଚରେ ୮୨ ରନ ଦେଇ ୬ ୱିକେଟ ନେବାର ରେକର୍ଡ ମଧ୍ୟ ଏଠାରେ କରିବାର ନଜର ଆସିଛନ୍ତି। ଏହା ସହ ଅଳ୍ପ ଦିନ ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଇଥିବା ଟି-୨୦ ଓ ଏକଦିବସିୟ ସିରିଜରେ ମଧ୍ୟ ଭୁବନେଶ୍ୱର ଭଲ ଖେଳ ଦେଖେଇଥିଲେ। ଯେଉଁ ପିଚରେ ଅନ୍ୟ ବୋଲର ମାନେ ମାଡ଼ ଖାଉଥିଲେ ସେହି ପିଚରେ ଭୁବନେଶ୍ୱର ସୁନ୍ଦର ଭାବେ ବୋଲିଙ୍ଗ କରିଥିଲେ। ଏକଦିବସିୟ ସିରିଜରେ ଭୁବନେଶ୍ୱର ତିନୋଟି ମ୍ୟାଚରେ ୬ ଟି ୱିକେଟ ଅକ୍ତିଆର କରିଥିଲେ। ଏହା ପରେ ଅହମ୍ମଦାବାଦରେ ଖେଳାଯାଇଥିବା ୫ ଟି ଟି-୨୦ରେ ମଧ୍ୟ ୪ ଟି ୱିକେଟ ନିଜ ନାମରେ ନାମିତ କରାଇଥିଲେ ଓ ତାଙ୍କ ଇକୋନୋମିରେଟ ମଧ୍ୟ ଭଲ ଥିଲା। ବର୍ତ୍ତମାନ ସେ ଫିଟ ଅଛନ୍ତି ଓ ଫର୍ମରେ ମଧ୍ୟ ଅଛନ୍ତି ଏହା ପରେ ମଧ୍ୟ ଚୟନକର୍ତା ତାଙ୍କୁ ଲକ୍ଷ୍ୟ କରିବାରେ ବିଫଳ ରହିଛନ୍ତି।

Google
୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ:

ବିରାଟ କୋହଲି (କ୍ୟାପଟେନ), ଅଜିଙ୍କ୍ୟ ରାହାଣେ(ଭାଇସ କ୍ୟାପଟେନ), ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାର, ଅକ୍ସର ପଟେଲ, ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା,ରିସଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନୀ,ମହମ୍ମଦ ସିରାଜ, ୱାସିଙ୍ଗଟନ ସୁନ୍ଦର, ଉମେଶ ଯାଦବ,ଯଶପ୍ରୀତ ବୁମରା, ଇସାନ୍ତ ଶର୍ମା,ସାରଦୁଲ ଠାକୁର ଓ ମହମ୍ମଦ ସାମୀ।

ଫିଟ ହେବା ପରେ ଜାଗା ମିଳିବ:କେଏଲ ରାହୁଲ ଓ ୱିକେଟ କିପର ରିଧିମାନ ସାହା।

ଷ୍ଟେଣ୍ଡବାଇ ଖେଳାଳି: ପ୍ରସିଦ୍ଧ କ୍ରିଷ୍ଣା, ଅଭିମନ୍ୟୁ ଈଶ୍ୱରମ, ଆବେଶ ଖାନ ଓ ଅରଜାନ ନଗବାସବାଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *