IND vs AUS :ପୃଥୀ ସ୍ୱ ଓ ଶୁଭମନ ଗିଲଙ୍କୁ ନେଇ ଫସିଗଲେ ବିରାଟ ! କାହାକୁ ଦେବେ ମୌକା?

IND vs AUS :ଏହି ବର୍ଷ ନ୍ୟୁଜଲ୍ୟାଣ୍ଡ ଗ୍ରସ୍ତରେ ଆଘାତ କାରଣରୁ ଓପନର ରୋହିତ ଶର୍ମା ଟେଷ୍ଟ ସିରଜ ଖେଳିପାରିନଥିଲେ। ଏହି ବର୍ଷ ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ ଆଘାତ କାରଣରୁ ରୋହିତ ଶର୍ମା ଖେଳିପାରିବେ ନାହିଁ। ଏବେ ଏହା ଦେଖିବାକୁ ସମସ୍ତେ ଚାହିଁଛନ୍ତିକି ଅଧିନାୟକ ବିରାଟ କୋହଲି ଓପନିଙ୍ଗରେ କାହାକୁ ମୌକା ଦେବେ।

Google

ଅଷ୍ଟ୍ରେଲିଆ ସହ ଟେଷ୍ଟ ସିରିଜ ଆରମ୍ଭ ହେବାର ଏବେ ମାତ୍ର ୪ ଦିନ ବାକି ରହିଯାଇଛି। ଏଡ଼ିଲେଡରେ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଣ୍ଡିଆର ଓପନିଙ୍ଗ କିଏ କରିବା ଏହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ। କଣ ପୃଥୀ ସ୍ୱ ଓ ମୟଙ୍କ ଅଗ୍ରୱାଲ ଟିମ ଇଣ୍ଡିଆ ପାଇଁ ଓପନିଙ୍ଗ କରିବେ ? ନା ନୂଆ ଓପନର ଯୋଡି ରୂପରେ ଏଥର ଶୁଭମନ ଗିଲ ସ୍ଥାନ ପାଇବେ। ଏହା ସେହି ପ୍ରଶ୍ନ ଯାହା ବିରାଟ କୋହଲିଙ୍କୁ ସମସ୍ୟାରେ ପକାଇଦେଇଛି। ଏବେ ଏହା ଦେଖିବା ରୋମାଞ୍ଚକ ହେବ କି ଅଧିନାୟକ ବିରାଟ କୋହଲି କଣ କରିବେ?

ବର୍ଷ ନ୍ୟୁଜଲ୍ୟାଣ୍ଡ ଗ୍ରସ୍ତରେ ଆଘତ କାରଣରୁ ଓପନର ରୋହିତ ଶର୍ମା ଟେଷ୍ଟ ସିରଜ ଖେଳିପାରିନଥିଲେ। ଏହି ବର୍ଷ ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ ଆଘାତ କାରଣରୁ ରୋହିତ ଶର୍ମା ଖେଳିପାରିବେ ନାହିଁ। ପୂର୍ବ ବର୍ଷ ଘରୋଇ ପଡିଆରେ ସାଉଥଆଫ୍ରିକା ଓ ପରେ ବଙ୍ଗଳାଦେଶ ବିପକ୍ଷରେ ମୟଙ୍କ ଅଗ୍ରୱାଲ ରୋହିତଙ୍କ ସହିତ ଓପନିଙ୍ଗ କରିଥିଲେ। ଏହା ପୂର୍ବ ଅଷ୍ଟ୍ରେଲିଆ ଗ୍ରସ୍ତରେ ପୃଥୀ ସ୍ୱ ଇଂଜୁରୀ ହୋଇଥିଲେ ଯାହା କାରଣରୁ ମୟଙ୍କ ଅଗ୍ରୱାଲ ପ୍ରଥମେ ହନୁମା ବିହାରୀ ଓ ପରେ କେଏଲ ରାହୁଲଙ୍କ ସହ ଓପନିଙ୍ଗ କରିଥିଲେ।

ପୃଥୀ ସ୍ୱ ଙ୍କ ଫର୍ମକୁ କଣ ହୋଇଯାଇଛି:-

ବର୍ଷ ୨୦୧୮ରେ ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ଡେଭ୍ୟୁ କରିଥିବା ପୃଥୀ ସ୍ୱଙ୍କ ଫର୍ମ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଓପନିଙ୍ଗ କରିବା ସମୟରେ ସ୍ୱ ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ଚାରୋଟି ପାରିରେ ୨୫.୫ ଔସତରେ ମାତ୍ର ୯୮ ରନ କରିଥିଲେ। ଏହି ଆଇପିଏଲରେ ମଧ୍ୟ ପ୍ରଥମ କିଛି ମ୍ୟାଚରେ ଭଲ ରନ ଲରିଥିଲେ ମଧ୍ୟ ସ୍ୱ ଶେଷ କିଛି ମ୍ୟାଚରେ ରନ କରିପାରି ନଥିଲେ। ଏଥିପାଇଁ ଦିଲ୍ଲୀ କ୍ୟାପିଟଲ ତାଙ୍କୁ କିଛି ମ୍ୟାଚରେ ଚୂଡାନ୍ତ ଏକାଦଶରେ ଜାଗା ଦେଇନଥିଲା। ଏବେ ଅଷ୍ଟ୍ରେଲିଆ ଗ୍ରସ୍ତରେ ମଧ୍ୟ ଅଭ୍ୟାସ ମ୍ୟାଚରେ ସେ କୌଣସି ଭଲ ପାରି ଖେଳିପାରି ନାହାନ୍ତି। ଏବେ ପର୍ଯ୍ୟନ୍ତ ସେ ଅଭ୍ୟାସ ମ୍ୟାଚରେ ୦, ୧୯, ୪୦, ଓ ୩ ରନ କରିଛନ୍ତି। ଏବେ ବିରାଟ କୋହଲିଙ୍କ ପାଇଁ ତାଙ୍କୁ ଚୂଡାନ୍ତ ଏକାଦଶରେ ରଖିବା କଷ୍ଟକର ହେବ।

Google
ଶୁଭମନ ଗିଲ ମଧ୍ୟ ଖେଳିପାରନ୍ତି:-

୨୧ ବର୍ଷୀୟ ଶୁଭମନ ଗିଲଙ୍କୁ ଏବେ ପର୍ଯ୍ୟନ୍ତ ୩ ଟି ଏକଦିବସିୟ ମ୍ୟାଚ ଖେଳିବା ପାଇଁ ମୌକା ମିଳିଛି।ଅଷ୍ଟ୍ରେଲିଆ ବିପକ୍ଷରେ ବର୍ତ୍ତମାନର ସିରଜରେ ତାଙ୍କୁ ସିଡନି ମ୍ୟାଚରେ ଖେଳିବାକୁ ମୌକା ମିଳିଥିଲା। ଏହି ମ୍ୟାଚରେ ସେ ୩୩ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ଗୋଲାପୀ ବଲର ଅଭ୍ୟାସ ମ୍ୟାଚରେ ସେ ୬୫ ରନର ପାରି ଖେଳିଥିଲେ। ଏହି ସମୟରେ ସେ ୧୦ଟି ଚୌକା ମାରିବାର ନଜର ଆସିଥିଲେ।ଗି ଲ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଓ ସେ ଟେଷ୍ଟରେ ଲମ୍ବା ପାରି ଖେଳିବାର ଦମ ତାଙ୍କ ପାଖରେ ଅଛି। ଏବେ ଏହା ଦେଖିବା ରୋମାଞ୍ଚକ ହେବ କି ଅଧିନାୟକ ବିରାଟ କୋହଲି କାହାକୁ ମୌକା ଦେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *