ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ଅଧିନାୟକ କରାଯାଇଛି। ଯିଏକି କାନ୍ଧର ଆଘତ କାରଣରୁ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିପାରିନଥିଲେ। ମୁମ୍ବାଇ କ୍ରିକେଟ ସଂଘ ଘରୋଇ ୫୦ ଓଭରର ଚାମ୍ପିୟାନସିପ ପାଇଁ ୨୨ ଜଣିଆ ଟିଆ ଘୋଷଣା କରିଛି। ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ପୃଥୀ ସ୍ୱଙ୍କୁ ମୁମ୍ବାଇର ଉପଅଧିନାୟକ କରାଯାଇଛି। ବାମ ହାତୀ ଦ୍ରୁତ ଵୋଲର ଅର୍ଜୁନ ଟେନ୍ଦୁଲକରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇର ସମ୍ଭାବିତ ୧୦୪ ଖେଳାଳିରେ ସାମିଲ କରାଯାଇଥିଲା କିନ୍ତୁ ଏବେ ତାଙ୍କୁ ୨୨ ଜଣିଆ ଖେଳାଳିଙ୍କ ସୁଚିରେ ସାମିଲ କରାଯାଇନାହିଁ।

ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଟେନ୍ଦୁଲକର ଅଳ୍ପ ଦିନ ତଳେ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ହରିଆଣା ବିପକ୍ଷରେ ମୁମ୍ବାଇର ସିନିୟର ଟିମ ତରଫରୁ ପଦାର୍ପଣ କରିଥିଲେ। ଡେଭ୍ୟୁ ମ୍ୟାଚ ତାଙ୍କ ପାଇଁ କୌଣସି ଖାସ ନଥିଲା। ସେହି ମ୍ୟାଚରେ ତାଙ୍କୁ କେବଳ ୱିକେଟ ମିଳିଥିଲା ଓ ସେହି ମ୍ୟାଚ ତାଙ୍କ ଟିମ ହାରିଯାଇଥିଲା।
ବ୍ୟାଟିଙ୍ଗ କ୍ଷେତ୍ରରେ ଭାରତୀୟ ଅଲରାଉଣ୍ଡର ଶିବମ ଦୁବେ, ସୀମିତ ଓଭର ବିଶେଷଜ୍ଞ ସୂର୍ଯ୍ୟକୁମାର ଯାଦବ, ନୂଆ ଓପନର ୟସସ୍ୱୀ ଜାୟସୱାଲ, ସରଫରାଜ ଖାନ, ଅଖିଲ ହରବାଦକର, ଏହା ସହ ଅନୁଭବୀ ୱିକେଟକିପର ଆଦିତ୍ୟ ତାରେ ବି ସାମିଲ ଅଛନ୍ତି। ଦ୍ରୁତ ବୋଲିଙ୍ଗରେ ଅନୁଭବୀ ବୋଲର ଧବଲ କୁଲକର୍ଣ୍ଣି, ଏହା ସହିତ ତୁଷାର ଦେଶପାଣ୍ଡେ ଓ ଆକାଶ ପାରକର ମଧ୍ୟ ଅଛନ୍ତି। ସ୍ପିନ ବିଭାଗରେ ସମ୍ସ ମୁଲାନି, ଅର୍ଥବ ଅଙ୍କଲେକର ଅଛନ୍ତି। ମୁମ୍ବାଇ ମଙ୍ଗଳବାରକୁ ଅଫ ସ୍ପିନର ରମେଶ ପାବାରଙ୍କୁ ନିଜ ଟିମର ମୁଖ୍ୟ କୋଚ ବାଛିଛନ୍ତି। ମୁମ୍ବାଇକୁ ଏଲିଟ ଗ୍ରୁପ ଡ଼ି ରେ ଦିଲ୍ଲୀ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଓ ପୁଡୁଚେରୀ ସହିତ ରଖାଯାଇଛି। ମୁମ୍ବାଇ ଟିମ ଜୟପୁରରେ ନିଜର ସବୁ ମ୍ୟାଚ ଖେଳିବାର ନଜର ଆସିବ।

ମୁମ୍ବାଇର ଟିମ:
ଶ୍ରେୟସ ଅୟର(ଅଧିନାୟକ), ପୃଥୀ ସ୍ୱ(ଉପ ଅଧିନାୟକ), ଯସସ୍ୱୀ ଜାଯସୱାଲ, ଅଖିଲ ହରବାଦକର, ସୂର୍ଯ୍ୟକୁମାର ଯାଦବ, ସରଫରାଜ ଖାନ, ଚିନ୍ମୟ ସୁତାର, ଆଦିତ୍ୟ ତାରେ, ହାର୍ତ୍ତିକ ତମାରେ, ଶିବମ ଦୁବେ, ଆକାଶ ପାର୍କର, ଅତିୟ ଅତର ଵାଲା, ସମ୍ସ ମୁଲାନି, ଅର୍ଥବ ଅଙ୍କଲେକର, ସାଇରାଜ ପଟେଲ, ସୁଜିତ ନାୟକ, ତନୁସ କୋଟେୟନ, ପ୍ରଶାନ୍ତ ସୋଲକି, ଧବଲ କୁଲକର୍ଣ୍ଣି, ତୁଷାର ଦେଶପାଣ୍ଡେ, ସିଧାର୍ଥ ରାୱତ ଓ ମୋହିତ ଅବସ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।