ରବୀନ୍ଦ୍ର ଜାଡେଜା ପୁଣି ଥରେ ଭାରତୀୟ ଟିମ ପାଇଁ ଉପଯୋଗୀ ଇନିଂସ ଖେଳିଛନ୍ତି। ଆହତ ହେବା ପରେ ବି ସେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୭ଟି ବଲ ଖେଳି ୨୮ରନ କରିଛନ୍ତି। ଏହି ଇନିଂସ ଖେଳି ସେ ନଟ ଆଉଟ ବି ରହିଲେ ଆଉ ତାହା ଭିତରେ ସେ ପାଞ୍ଚଟି ଚୌକା ବି ମାରିଲେ। ଏହି ଇନିଂସ ସହ ସେ ବିରାଟ କୋହଲିଙ୍କୁ ବି ପଛରେ ପକାଇ ଦେଇଛନ୍ତି। ସେ ବ୍ୟାଟିଂ ହାରରେ ବିରାଟ କୋହଲିଙ୍କୁ ବି ପଛରେ ପକାଇ ଦେଇଛନ୍ତି। ପଛ ତିନି ବର୍ଷ ଭିତରେ ତାଙ୍କର ବ୍ୟାଟିଂ ହାର ୫୫.୬୭ ରହିଛି।

ପଛ ତିନି ବର୍ଷରେ ସେ ଦୁନିଆର ସବୁଠୁ ଅଧିକ ହାରରେ ରନ ବନେଇବା ଲିଷ୍ଟରେ ଷଷ୍ଠ ନମ୍ବରକୁ ଆସି ଯାଇଛନ୍ତି। ସେ ପଛ ତିନି ବର୍ଷରେ ୧୬ଟି ଟେଷ୍ଟ ମ୍ୟାଚ ରେ ପ୍ରାୟ ୨୧ଟି ଇନିଂସରେ ୫୫.୬୭ ହାରରେ ପ୍ରାୟ ୭୭୮ ରନ ବନେଇଛନ୍ତି। ସେ ଦୁଇ ଥର ନଟ ଆଉଟ ରହିଲେ ଆଉ ଏହି ଭିତରେ ତାଙ୍କର ସର୍ବାଧିକ ସ୍କୋର ୧୦୦ ନଟଆଉଟ ଅଟେ। ବିରାଟ କୋହଲି ପଛ ତିନି ବର୍ଷ ଭିତରେ ୨୩ଟି ଟେଷ୍ଟ ଖେଳିଲେ ଆଉ ଏହି ସମୟରେ ସେ ପ୍ରାୟ ୩୯ଟି ଇନିଂସରେ ୫୪.୩୧ ହାରରେ ୨୦୧୭ରନ ବନେଇଛନ୍ତି। ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ୨୫୪ ନଟ ଆଉଟ ଥିଲା।
ଏହି ସୁଚିରେ ସବୁଠୁ ଅଧିକ ହାରରେ ରନ ବନେଇବା ବ୍ୟାଟ୍ସମ୍ୟାନଙ୍କର ସୂଚୀରେ ନିଉଜିଲାଣ୍ଡର ଅଧିନାୟକ କେନ ଉଇଲିଅମସନ ସବୁଠୁ ଆଗରେ ଅଛନ୍ତି। ସେ ଏହି ଭିତରେ ପ୍ରାୟ ୨୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯାହା ଭିତରେ ସେ ପ୍ରାୟ ୬୭.୮୯ ହାରରେ ୧୯୦୧ରନ ବନେଇଛନ୍ତି। ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ଅଛନ୍ତି। ସେ ପ୍ରାୟ ୧୮ଟି ଟେଷ୍ଟ ମ୍ୟାଚରେ ୩୧ଟି ଇନିଂସରେ ୬୨.୮୦ ହାରରେ ୧୫୭୦ରନ ବନେଇଛନ୍ତି।

ଏହି ମାମଲାରେ ତୃତୀୟ ସ୍ଥାନରେ ରୋହିତ ଶର୍ମା ଅଛନ୍ତି। ସେ ପଛ ତିନି ବର୍ଷରେ ମାତ୍ର ୩ଟି ଟେଷ୍ଟ ଖେଳିଛନ୍ତି ଆଉ ତା ଭିତରେ ୯ଟି ଇନିଂସରେ ୬୨.୦୮ ହାରରେ ୭୪୫ ରନ ବନେଇଛନ୍ତି। ଚତୁର୍ଥରେ ଅଷ୍ଟ୍ରେଲିଆର ମାର୍ଣ୍ଣସ ଲାବୁଶେନ ଅଛନ୍ତି ଯିଏ କି ୧୭ଟି ଟେଷ୍ଟ ମ୍ୟାଚର ୨୯ଟି ଇନିଂସରେ ୬୧.୬୪ ହାରରେ ପ୍ରାୟ ୧୭୪୫ ରନ ବନେଇଛନ୍ତି। ତାଙ୍କରି ଟିମର ପ୍ଲେୟର ଷ୍ଟିଭ ସ୍ମିଥ ପାଞ୍ଚ ନମ୍ବରରେ ଅଛନ୍ତି ଯିଏ କି ୧୫ଟି ଟେଷ୍ଟର ୨୬ ଇନିଂସରେ ୫୫.୬୩ ହାରରେ ୧୩୪୦ ରନ ବନେଇଛନ୍ତି।
ଏଠାରେ ଟିମ ଇଣ୍ଡିଆର ତିନିଟି( ହନୁମା ବିହାରୀ, ରବି ଅଶ୍ୱିନ, ଯଶପ୍ରୀତ ବୁମରାହ) ବ୍ୟାଟ୍ସମ୍ୟାନ ସିଡ୍ନୀ ଟେଷ୍ଟରେ ରନ ଆଉଟ ହେଇଗଲେ ଯାହା କି ଆପେ ଆପେ ଭାରତୀୟ ଟିମ ନାମରେ ଏକ ରେକର୍ଡ ଦର୍ଜ କରିଦେଲା।

ଭାରତୀୟ ଦଳ ସହ ଏହା ୧୨ବର୍ଷ ପରେ ହେଇଛି କି ଗୋଟେ ଇନିଂସରେ ତିନିଟି ଅଥବା ତା ଠୁ ଅଧିକ ବ୍ୟାଟ୍ସମ୍ୟାନ ରନ ଆଉଟ ହେଇଛନ୍ତି। ଏହା ଆଗରୁ ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ମୋହାଲି ଟେଷ୍ଟରେ ବିରେନ୍ଦ୍ର ସେହ୍ଵାଗ, ଯୁବରାଜ ସିଂ ଆଉ ଭିଭିଏସ ଲକ୍ଷ୍ମଣ ରନ ଆଉଟ ହେଇଥିଲେ।
ଟେଷ୍ଟ ମ୍ୟାଚର କେଉଁ ଗୋଟେ ଇନିଂସରେ ଭାରତ ତରଫରୁ ସର୍ବାଧିକ ୪ଟି ବ୍ୟାଟ୍ସମ୍ୟାନ ରନ ଆଉଟ ହେଇଛନ୍ତି। ୧୯୫୫ରେ ପେଶାବାରରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମର ୪ଟି ବ୍ୟାଟ୍ସମ୍ୟାନ ( ପଙ୍କଜ ରାୟ, ପୋଲି ଉମରିଗର, ବିଜୟ ମାଂଜରେକର, ନରେନ ଲାମହାଣେ) ରନ ଆଉଟ ହେଇଥିଲେ ଲାମହାଣେ ସେହି ମ୍ୟାଚରେ ଭାରତ ପାଇଁ ଉଇକେଟ କିପିଂ ଭାର ସମ୍ଭାଳୁଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।