ବ୍ୟୁରୋ ରିପୋର୍ଟ: ଭାରତୀୟ ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିପାରିବେ ନାହିଁ। କାରଣ ତାଙ୍କୁ ଆଣ୍ଠୁର ସର୍ଜରି ହେବ। ଏହି କାରଣ ପାଇଁ ଅନିଶ୍ଚିତ ସମୟ ପାଇଁ ସେ ବାହାରେ ରହିବେ। ସେ ଏସିଆକପରେ ପାକିସ୍ତାନ ଓ ହଂଙ୍ଗକଂଙ୍ଗ ବିରୁଦ୍ଧରେ ଦୁଇଟି ମ୍ୟାଚ ଖେଳିଥିଲେ। ସେ ଖେଳିବା ଦ୍ଵାରା ଟିମକୁ ସନ୍ତୁଳନ ଦେଇଥାନ୍ତି। ଏବେ ତାଙ୍କ ଅନୁପସ୍ଥିତରେ ଟିମକୁ ବଡ଼ ଝଟକା ଲାଗିଛି। ଭାରତ ୨୦୦୭ ରୁ ଟି-୨୦ ବିଶ୍ୱକପ ଟ୍ରଫିକୁ ଅପେକ୍ଷା କରିଛି। ସେହିପରି ଭାରତ ୨୦୧୩ରୁ ଆଇସିସି ଟ୍ରଫିକୁ ଅପେକ୍ଷା କରିଛି।

ବିସିସିଆଇର ଜଣେ ବରିଷ୍ଟ ଅଧିକାରୀ ଗୋପନୀୟ ସର୍ତ୍ତରେ ନ୍ୟୁଜି ଏଜେନ୍ସି ପିଟିଆଇକୁ କହିଛନ୍ତି,”ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଗମ୍ଭୀର ଅଟେ। ତାଙ୍କୁ ଏକ ବଡ଼ ସର୍ଜରି କରିବାକୁ ପଡିବ ଯାହା ପାଇଁ ତାଙ୍କୁ ବାହାର ରହିବାକୁ ହେବ।ଏବେ ସେ କେତେ ଦିନ ବାହାରେ ରହିବେ ଏହାର ସୂଚନା ଦିଆଯାଇପାରୁନାହିଁ। ଏଥିରୁ ସମ୍ପୂର୍ଣ ଠିକ ହେବାକୁ ଜାଡେଜାଙ୍କୁ ୬ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। କମ ସେ କମ ଜାଡେଜାଙ୍କୁ ୩ ମାସ ସମୟ ବାହାରେ ରହିବାକୁ ହେବ।
ବଢିଚାଲିଲା ଚିନ୍ତା:
ଏହା ବୁଝାଯାଇପାରୁଛିକି ଅନେକ ସମୟରୁ ତାଙ୍କ ଆଣ୍ଠୁରେ ଆଘାତ ଥିଲା। ପୂର୍ଵ କିଛି ବର୍ଷରୁ ସେ ନିଜକୁ ବ୍ୟାଟିଙ୍ଗ ଅଲରାଉଣ୍ଡର ରୂପରେ ପରିବର୍ତ୍ତନ କରୁଛନ୍ତି। ଯାହା ଦ୍ଵାରା ତାଙ୍କ ବାମହାତୀ ସ୍ପିନ ମୁଖ୍ୟ ଭୂମିକା ଦ୍ୱିତୀୟ କୌଶଳରେ ପରିବର୍ତ୍ତନ ହୋଇଯାଇଛି। ମାନାଯାଉଛି ବୋଲିଙ୍ଗ ସମୟରେ ସେ ଫ୍ରଣ୍ଟ ଗୋଡ଼ ରଖିବା ଦ୍ଵାରା ଏହା ଉପରେ ଅଧିକ ପ୍ରେସର ପଡୁଛି।
BIG BLOW for India🚨
Ravindra Jadeja is set to miss the T20 World Cup in Australia starting October after suffering a knee injury pic.twitter.com/WRlMLefnzy
— Sportstar (@sportstarweb) September 3, 2022
ନିଜର ସିନିୟର କ୍ୟାରିୟରରେ ଜାଡେଜା ସବୁ ଫର୍ମାଟରେ ୬୩୦ ମ୍ୟାଚରେ ୭୦୦୦ ରୁ ଅଧିକ ବୋଲିଙ୍ଗ କରି ୮୯୭ ୱିକେଟ ନେଇଛନ୍ତି।ଯେଉଁଥିରେ ଘରୋଇ, ଫାଷ୍ଟକ୍ଳାସ, ଆଇପିଏଲ ଲିଷ୍ଟ ଏ ମ୍ୟାଚ ସାମିଲ ଅଛି। ସିନିୟର ସ୍ତରରେ ସେ ୧୩୦୦୦ ରୁ ଅଧିକ ରନ କରିଛନ୍ତି।ଇଣ୍ଟରନେସନାଲ କ୍ରିକେଟକୁ ଫେରିବା ପାଇଁ ତାଙ୍କୁ ଅନେକ ସମୟ ଲାଗିବ। କାରଣ ତାଙ୍କୁ ଅନେକ ଫିଟନେସ ଟେଷ୍ଟ ପାସ କରିବାକୁ ପଡିବ।