ପୁରୀ ରଥଯାତ୍ରାକୁ ସର୍ତ୍ତ ସହିତ ମିଳିଲା ଅନୁମତି

ପୁରୀ ରଥଯାତ୍ରାକୁ ସର୍ତ୍ତ ସହିତ ମିଳିଲା ଅନୁମତି, supreme court gave permission for puri ratha jatra, jay jagannath, puri, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରଥଯାତ୍ରା ପାଇଁ ଆସିଲା ଖୁସି ଖବର, ଆଜି ଅପେକ୍ଷାର ଅନ୍ତ ଘଟିଛି । ବଡ ଖୁସିର କଥା ହେଲା ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଶହ ଶହ ବର୍ଷରୁ ହୋଇଆସୁଥିବା ରଥଯାତ୍ରା ଚଳିତବର୍ଷ କେବଳ ପୁରୀରେ କଡା କଟକଣା ଭିତରେ ଭକ୍ତ ଶୂନ୍ୟରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛି । ପ୍ରଥମେ କରୋନା ଭାଇରସ ପାଇଁ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଥିଲା ।

ସୁପ୍ରିମକୋର୍ଟ ଆଦେଶକୁ ଭକ୍ତ ମାନଙ୍କୁ ବହୁତ ଦୁଃଖ ଦେଇଥିଲା । ଫଳରେ ମନ୍ଦିର ପରିଚାଳନା କମିଟି ସୁପ୍ରିମକୋର୍ଟଙ୍କୁ ପୁନର୍ବିଚାର ପାଇଁ ୨ଟି ପିଟିସନ ଦେଇଥିଲେ । ଆଜି ତାହା ଶୁଣାଣି କଲେ ସୁପ୍ରିମକୋର୍ଟ, ସଫଳ ହୋଇ ମନ୍ଦିର କମିଟିଙ୍କ ପରିଶ୍ରମ । ଭକ୍ତମାନଙ୍କ ଡାକାଶୁଣିଲେ ମହାପ୍ରଭୁ, ବଡଦାଣ୍ଡ ରେ ଗଡିବ ରଥ । ମୁଖ୍ୟ ବିଚାରପତି ଏସ.ଏ. ବୋବୋଡେ କହିଛନ୍ତି ଯେ ଆମେ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ଆଉ ଓଡ଼ିଶାର କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ ।

Supreme Court's ruling on Jagannath Rath Yatra brings tears to ...
Google

କରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ଗତ ୧୮ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ. ବୋବୋଡେ ଶହ ଏକ ତିନି ଜଣିଆ ଖଣ୍ଡପୀଠ କହିଥିଲେ । ଏହାସହ ସେ କହିଥିଲେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେବୁ ତେବେ ମହାପ୍ରଭୁ ଜଗନ୍ନାଥ ଆମକୁ କେବେ କ୍ଷମା କରିବେ ନାହିଁ ।

ରଥଯାତ୍ରା ହେବ ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର

ରଥଯାତ୍ରା ହେବ ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ କିଛି ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା । ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ଏସ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚରେ ଏହି ମାମଲାର ବିଚାର ହୋଇଥିଲା । ରାଜ୍ୟ ସରକାର ଏହି ସପକ୍ଷରେ ଥିଲେ । ଓଡିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟ ପାଠ ଦାଖଲ କରାଯାଇଥିଲା । ପୁରୀରେ ଲକ୍ଷାଧିକ ଭକ୍ତଙ୍କୁ ନେଇ ରଥ ଯାତ୍ରା ହୋଇଥାଏ । କିନ୍ତୁ ଏବର୍ଷ ସେମିତି ହେବ ନାହିଁ କେବଳ ସେବାୟତ ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ରାଜ୍ୟ ସରକାର କରିବେ ବୋଲି କହିଥିଲେ ।

ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରେ ଥିବା ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟ ରେ କହିଥିଲେ ଯେ ରଥ ଯାତ୍ରା ଶହ ଶହ ବର୍ଷ ଧରି ହୋଇ ଆସୁଛି । ଏହାକୁ ହଠାତ ବନ୍ଦ କରି ହେବ ନାହିଁ । ଯଦି ଏହାକୁ ବନ୍ଦ କରାଯିବ ତେବେ ଶ୍ରୀଜିଉ ଆସନ୍ତା ୧୨ ବର୍ଷ ପର୍ଯ୍ୟନ୍ତ ରଥଯାତ୍ରାରେ ବାହାରି ପାରିବେ ନାହିଁ । ତେଣୁ ପୁରୀରେ ଗୋଟିଏ ଦିନ କର୍ଫ୍ୟୁ ଜାରି କରିକି ଏହି ରଥଯାତ୍ରା କୁ ଅନୁମତି ଦିଆଯାଉ । ସେ ଓଡିଶା ସରକାରଙ୍କ ସପକ୍ଷରୁ ଯୁକ୍ତି ବାଢ଼ିଥିଲେ । ଏହାପରେ ସୁପ୍ରିମକୋର୍ଟ ର ବିଚାରପତି ଏସ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲା କୁ ଏକ ବୃହତ୍ତର ଖଣ୍ଡପୀଠ କୁ ପଠାଇଥିଲେ ।

Ratha Jatra
Google

 

ଏହାପରେ ଏହି ମାମଲା ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଏସ.ଏ ବୋବୋଡେଙ୍କ ନେତୃତ୍ୱାଧୀନ ଏକ ତିନିଜଣିଆ ଖଣ୍ଡପୀଠରେ ବିଚାର ହୋଇଥିଲା । ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ । କେନ୍ଦ୍ରସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ଓ ଓଡିଶା ସରକାରଙ୍କ ପକ୍ଷରୁ ହରିଶ ସାଲାଭେ ଏହି ମାମଲାର ପରିଚାଳନା କରୁଥିଲେ ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *