ରଥଯାତ୍ରାକୁ ନେଇ ପୁଣି ଆଶା ବଢେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ।

ରଥଯାତ୍ରାକୁ ନେଇ ପୁଣି ଆଶା ବଢେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, Ratha Jatra, Puri Temple, Load Jagannatha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Supreme Court

ରଥଯାତ୍ରା ପାଇଁ ପୁଣି ଆଶା ବଢେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ବିରୋଧ କରି ପିଟିସନ ପରେ ପିଟିସନ ମଧ୍ୟ ଦାଖଲ କରାଯାଇଛି । ସେପଟେ ଆଜିଠାରୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଏବେ ପ୍ରଶ୍ନ ଉଠିଛି କେମିତି ହେବ ରଥଯାତ୍ରା ମାମଲା ଶୁଣାଣି ? କୋର୍ଟ ଛୁଟି ରହିବା ଯୋଗୁ କେମିତି ହେବ ଶୁଣାଣି? ଗତ କଲି ଶ୍ରୀଜଗନ୍ନାଥ ମନ୍ଦିର କମିଟି ଏବଂ ଛତିଶା ନିଯୋଗ ମଧ୍ୟରେ ସାଢେ ତିନି ଘଣ୍ଟା ଦାହରି ବୈଠକ ହୋଇଥିଲା । ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟକୁ ନେଇକି ଏହି ବୈଠକରେ ଆଲୋଚନା ହୋଇଥିଲା । ଜଗନ୍ନାଥଙ୍କ ନୀତିକାନ୍ତି କିପରି ସମ୍ପାଦନା କରାଯିବ ଏହା ବି ବୈଠକରେ ଆଲୋଚନା ହୋଇଥିଲା ।

ସୁପ୍ରିମକୋର୍ଟରେ ରଥଯାତ୍ରା ମୋଡିଫିକେସନ୍ ପାଇଁ ଆବେଦନ

ଏହାସହ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ବିରୋଧ କରି ପିଟିସନ ପରେ ପିଟିସନ ମଧ୍ୟ ଦାଖଲ କରାଚାଲିଛି । ଏହା ଏକ କୋର୍ଟର ବିଚାରାଧୀନ ମାମଲା ହୋଇଥିବାରୁ ଏହାକୁ ନେଇ ସାର୍ବଜନୀନ ଭାବେ ଆଲୋଚନା କରିଥିଲେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂ ଦେବ । ରଥଯାତ୍ରା ବନ୍ଦ ନହେଇକି କିଛି ବିକଳ୍ପ ପନ୍ଥା ବାଛିବାକୁ ମଧ୍ୟ ଏହା ବିଚାର ହୋଇଥିଲା । ଏତେ ସବୁ କଟକଣା ଭିତରେ ରଥଯାତ୍ରା ହୋଇପାରନ୍ତା କି ନାହିଁ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ଏହା ସମସ୍ତଙ୍କ ମତଥିଲା ବୋଲି ଗଜପତି ସୂଚନା ଦେଇଛନ୍ତି ।

SC says Lord Jagannath won't forgive us if we allow this year's ...
Google

ବାସ୍ତବରେ ଦେଖିବାକୁ ଗଲେ ଏହି ବୈଠକରେ ଦୁଇଟି ପ୍ରସଙ୍ଗ ଆଲୋଚନା ହୋଇଥିଲା । ପ୍ରଥମ ପ୍ରସଙ୍ଗରେ ରହିଥିଲା ସୁପ୍ରିମକୋର୍ଟଙ୍କ ରାୟ ଉପରେ ପିଟିସନ ଦାଖଲ କରି ଉଚିତ ଢଙ୍ଗରେ ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରାହୋଇଥିଲା । ଏହାସହ ବହୁତ ଗୁଡ଼ାଏ ପିଟିସନ ଦାଖଲ ହୋଇଥିବାରୁ ଏହାର ଶୁଣାଣି ସୋମବାର ହେବ ବୋଲି ଆଶା କରାଯାଉଛି । ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ହିଁ ଅନ୍ୟ ବିକଳ୍ପଗୁଡିକର ଆଲୋଚନା କରାଯିବ । ତେବେ ଏହି ଦୁଇଦିନ ଭିତରେ କିଛି ଆଭ୍ୟନ୍ତରୀଣ ବିକଳ୍ପର ଆଲୋଚନା ହେବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟ ଦେଇଥିବା ଏକ ମଧ୍ୟବର୍ତ୍ତୀ ରାୟ ଭୁଲ ତଥ୍ୟ ଉପରେ ଆଧାରିତ ବୋଲି କରିଛନ୍ତି ବୋଲି କମିଟି କହିଛନ୍ତି । ମନ୍ଦିର ପରିଚାଳନା କମିଟି ବିନା ଭକ୍ତରେ ରଥଯାତ୍ରା କରିବେ ବୋଲି କହିଥିବା ବେଳେ ରାଜ୍ୟ ସରକାର ଏହା କୋର୍ଟରେ ଉପସ୍ଥାପନା କରି ନାହାନ୍ତି । ତେବେ କାହିଁକି ଏହାକୁ ରାଜ୍ୟ ସରକାର ଗ୍ରହଣ କଲେ ନାହିଁ ବୋଲି ରାଜା ଆଶ୍ଚର୍ଯ୍ୟ ହୋଇଛନ୍ତି । ମନ୍ଦିର ପରିଚାଳନା କମିଟି ରାଜ୍ୟସରକାରଙ୍କ ଅଧୀନରେ ରହିଥିବାରୁ ସରକାରଙ୍କ ନିର୍ଦେଶ ପାଳନ କରିବା କମିଟିର ଦାୟିତ୍ୱ ବୋଲି ମଧ୍ୟ କହିଛନ୍ତି ।

Rath Yatra 2019: Flags, Ropes Of Lord Jagannath Chariot Have Names ...
Google

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *