ଗୁପଚୁପ ବିକ୍ରିକରି ଆଇପିଏଲରେ ସୃଷ୍ଟି କରିଥିଲେ ଜାଗା, ଏବେ କଲେ ଏହି ବଡ଼ କାମ।

ୟସସ୍ୱୀ ଜଯସୱାଲ ପେଟର ଭୋକ ପାଇଁ ରାସ୍ତାରେ ଗୁପଚୁପ ବିକ୍ରିକରିଥିଲେ ଓ ବୋଲ ବଏ ରୂପରେ ମଧ୍ୟ କାମ କରିଛନ୍ତି।

Google

ଭାରତୀୟ କ୍ରିକେଟ ଜଗତର ନୂଆ ଷ୍ଟାର ୟସସ୍ୱୀ ଜଯସୱାଲଙ୍କ ପାଇଁ ଆଜିର ଦିନ ବହୁତ ଖୁସିର ଦିନ ଅଟେ।ଆଜି ତାଙ୍କ ଭଉଣୀର ବିବାହ ହେବାକୁ ଯାଉଛି। ଏହା ୟସସ୍ୱୀ ଜଯସୱାଲଙ୍କ ପାଇଁ ବହୁତ ଖୁସିଭରା ଦିନ କାରଣ ତାଙ୍କ ପିଲାବେଳ ବହୁତ କଷ୍ଟରେ ବିତିଥିଲା। ଉତ୍ତରପ୍ରଦେଶର ଭଦୋହିର ୧୧ ବର୍ଷର ୟସସ୍ୱୀ ଜଯସୱାଲ କ୍ରିକେଟ ଖେଳିବାର ସ୍ୱପ୍ନ ନେଇ ମୁମ୍ବାଇ ପହଁଚିଥିଲେ ଓ ଏଠାରେ ଏକ ଡେୟରି ଫାର୍ମରେ ରହିଥିଲେ। ସେ ତିନି ବର୍ଷ ନିଜ ଦାଦାଙ୍କ ସହ ଏକ ଛୋଟ ଘରେ ରହିଛନ୍ତି। ସେ ଏତେ ଗରିବ ଥିଲେ କି ଅନେକ ସମୟରେ ତାଙ୍କୁ ଖାଲି ପେଟରେ ଶୋଇବାକୁ ପଡିଥିଲା। ପେଟର ଭୋକ ପାଇଁ ସେ ରାସ୍ତାରେ ଗୁପଚୁପ ବିକ୍ରି କରିଛନ୍ତି ଓ ବୋଲ ବଏର କାମ ମଧ୍ୟ କରିଛନ୍ତି।

କଠିନ ପରିଶ୍ରମରେ ନାମ କମାଇଛନ୍ତି:

ଏହି ବାମହାତୀ ଓପନର କ୍ରିକେଟର ସେବେ ଚର୍ଚ୍ଚାକୁ ଆସିଲେ ଯେବେ ଏକଦିବସିୟ କ୍ରିକେଟରେ ସେ ସବୁଠୁ କମ ବୟସରେ ଦ୍ୱିତୀୟ ଶତକ ମାରିଥିଲେ। ଏହା ପରେ ତାଙ୍କୁ ଅଣ୍ଡ-୧୯ ବିଶ୍ୱକପ ଟିମରେ ବଛାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ହୋଇଥିବା ଏହି ବିଶ୍ୱକପରେ ସେ ୬ ମ୍ୟାଚରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ମାରିଥିଲେ ଓ ମୋଟ ୪୦୦ ରନ କରିଥିଲେ। ତାଙ୍କୁ ମ୍ୟାନ ଅଫ ଥ ଟୁର୍ଣ୍ଣାମେଣ୍ଟ ବଛାଯାଇଥିଲା କିନ୍ତୁ ଫାଇନାଲରେ ଭାରତକୁ ବଙ୍ଗଳାଦେଶ ହାତରେ ୩ ୱିକେଟରେ ହାରିବାକୁ ପଡିଲା।

ଆଇପିଏଲ କରିଦେଲା କୋଟିପତି:

ଅଣ୍ଡର-୧୯ ରେ ଧମାକା କରିଥିବା ୟସସ୍ୱୀ ଜଯସୱାଲଙ୍କ ଉପରେ ଆଇପିଏଲର ସବୁ ଟିମର ନଜର ଥିଲା। ଆଇପିଏଲ ୨୦୨୦ରେ ତାଙ୍କ ବେସ ପ୍ରାଇଜ ୨୦ ଲକ୍ଷ ଟଙ୍କା ଥିଲା କିନ୍ତୁ ସେ ୨.୪ କୋଟି ଟଙ୍କାରେ ବିକ୍ରିହେଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ ଟିମ କିଣିଥିଲା କିନ୍ତୁ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଭଲ ରହିଲା ନାହିଁ। ସେ ସିଜନର ପ୍ରଥମ ତିନୋଟି ମ୍ୟାଚରେ ମାତ୍ର ୪୦ ରନ କରିପାରିଲେ। ଏହା ପରେ ତାଙ୍କୁ ଆଇପିଏଲର ବାକି ମ୍ୟାଚରେ ବେଞ୍ଚରେ ବସିବାକୁ ପଡିଲା।

Google
ମୁମ୍ବାଇ ଟିମରେ ହେଲା ଚୟନ:

ମୁମ୍ବାଇ ପାଇଁ ଅଭ୍ୟାସ ମ୍ୟାଚରେ ଧମାଲ କରିଥିବା ୟସସ୍ୱୀ ଜଯସୱାଲ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ମୁମ୍ବାଇର ୨୨ ଜଣିଆ ଟିମରେ ସାମିଲ ହୋଇଛନ୍ତି। ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଓପନର ବ୍ୟାଟ୍ସମ୍ୟାନ ଆକାରରେ ଓହ୍ଲାଇ ପାରେ।

ଲିଷ୍ଟ ଏ ମ୍ୟାଚରେ ଅଛି ସୁନ୍ଦର ରେକର୍ଡ:

୧୯ ବର୍ଷୀୟ ୟସସ୍ୱୀ ଜଯସୱାଲଙ୍କର ଲିଷ୍ଟ ଏ ରେ ସୁନ୍ଦର ରେକର୍ଡ ରହିଛି। ୧୩ ଟି ଲିଷ୍ଟ ଏ ମ୍ୟାଚରେ ସେ ପାଖାପାଖି ୭୧ ଔସତରେ ୭୭୯ ରନ କରିଛନ୍ତି। ସେ ତିନୋଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.